ଇତିହାସ ରଚିଲା Amul, ଏବେ ଆମେରିକୀୟ ବି ପିଇବେ ଭାରତୀୟ ଦୁଗ୍ଧ

ନୂଆଦିଲ୍ଲୀ,୨୩।୩: ଭାରତର ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ‘ଅମୂଲ୍‌’ ବ୍ୟବସାୟରେ ନୂଆ ଉପଲବ୍ଧି ହାସଲ କରିଛି। ଦେଶରେ ଦୈନିକ ଲକ୍ଷ ଲକ୍ଷ ଲିଟର ତାଜା  କ୍ଷୀର ଯୋଗାଉଥିବା ଅମୂଲ ବ୍ରାଣ୍ଡ ଏବେ ଆମେରିକାରେ ମଧ୍ୟ କାରୋବାର କରିବ। କମ୍ପାନୀ ଏଠାରେ ତାଜା ଦୁଗ୍ଧ ସାମଗ୍ରୀ ଲଞ୍ଚ କରିବାର ଯୋଜନା କରୁଛି। ଏହାକୁ ନେଇ ଗୁଜରାଟ ସମବାୟ ଦୁଗ୍ଧ ମାର୍କେଟିଂ ଫେଡେରେଶନ(ଜିସିଏମ୍‌ଏମ୍‌ଏଫ୍‌) ଆମେରିକାର ୧୦୮ ବର୍ଷ ପୁରୁଣା ଦୁଗ୍ଧ ଉତ୍ପାଦକ ଆସୋସିଏଶନ ‘ମିଶିଗାନ ଦୁଗ୍ଧ ଉତ୍ପାଦକ ସଂଘ’ ସହ ଏକ ଚୁକ୍ତି କରିଛି। ସମବାୟ ସମିତିର ବାର୍ଷିକ ବୈଠକରେ ଜିସିଏମ୍‌ଏମ୍‌ଏଫ୍‌ ପରିଚାଳନା ନିର୍ଦ୍ଦେଶକ ଜୟନ୍‌ ମେହେଟ୍ଟା ଏହି ଘୋଷଣା କରିଛନ୍ତି।

ପ୍ରଥମ ଥର ଲାଗି ଅମୂଲ୍‌ ଦୁଗ୍ଧ, ଭାରତ ବାହାରେ ଆମେରିକା ଭଳି ବଜାରରେ ପ୍ରବେଶ କରିବାକୁ ଯାଉଛି। ଏଣୁ ଏହାର ମୂଲ୍ୟ ମଧ୍ୟ ସେଭଳି ରହିବ ବୋଲି ମେହେଟ୍ଟା କହିଛନ୍ତି। ତେବେ କମ୍ପାନୀ ଆମେରିକାରେ ଏକ ଗ୍ୟାଲନ୍‌(୩.୮ ଲିଟର) ଏବଂ ଅଧା ଗ୍ୟାଲନ୍‌(୧.୯ ଲିଟର) ପ୍ୟାକେଜିଂରେ କ୍ଷୀର ବିକ୍ରୟ କରିବ।

କହିବାକୁ ଗଲେ, ଅମୂଲ ଭାରତରେ ମଧ୍ୟ ଏକ ଘରୋଇ ନାମ। ଭାରତର ସୁପର ବ୍ରାଣ୍ଡ ମଧ୍ୟରୁ ଏହା ଅନ୍ୟତମ। କେବଳ ଏତିକି ନୁହେଁ ଭାରତରେ ‘ଶ୍ୱେତ ବିପ୍ଳବ’ ଆଣିବାରେ ଅମୂଲ୍‌ର ବଡ଼ ଅବଦାନ ରହିଛି। ଏହାର ସଫଳତା ହିଁ ଭାରତରେ ଦୁଗ୍ଧ ସମବାୟ ସମିତି ବିସ୍ତାର କରିଥିଲା। ଏହି କାରଣରୁ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଭିତ୍ତିପ୍ରସ୍ତର ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ମାର୍ଗଦର୍ଶକଙ୍କୁ ହରାଇଲି: ରାହୁଲ

ନୂଆଦିଲ୍ଲୀ,୨୭ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ପରଲୋକ ହୋଇଛି। ମନମୋହନଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ...

୨୦୨୫ରେ ଅର୍ଥନୀତି ଅଭିବୃଦ୍ଧି ହାର ୬.୫% ଆକଳନ

ଭୁବନେଶ୍ୱର,୨୭ା୧୨(ଅନୁରାଧା ମହାରଣା):୨୦୨୫ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପ୍ରାୟ ୬.୫% ହାରରେ ବୃଦ୍ଧି ପାଇବ। ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ସମୀକ୍ଷା ବୈଠକରେ ଏପରି ଆକଳନ...

୧୧୭ ଥର ପ୍ରେସ୍‌ କନ୍‌ଫରେନ୍ସ କରିଥିଲେ ମନମୋହନ

ନୂଆଦିଲ୍ଳୀ,୨୭।୧୨: ୨୦୧୪ ଜାନୁଆରୀ ୩ରେ ଡ. ମନମୋହନ ସିଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶେଷ ପ୍ରେସ୍‌ କନ୍‌ଫରେନ୍ସରେ କରିଥିଲେ। ୧୦୦ରୁ ଅଧିକ ଖବରଦାତା ଏହି ପ୍ରେସ୍‌...

୧୩ ହଜାର ଦରମା, ଗର୍ଲଫ୍ରେଣ୍ଡଙ୍କୁ ୪ ବିଏଚ୍‌କେ ଫ୍ଲାଟ୍‌ ଉପହାର ଦେଲେ ଯୁବକ: ଜାଣନ୍ତୁ କେମିତି

ମୁମ୍ବାଇ, ୨୭ା୧୨:ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀନଗର ବାସିନ୍ଦା ହର୍ଷଲ କୁମାର କ୍ଷୀରସାଗର(୨୩) ମାସିକ ୧୩ ହଜାର ଟଙ୍କା ରୋଜଗାର କରୁଥିବାବେଳେ ୨୧ କୋଟି ୫୯ ଲକ୍ଷ ଟଙ୍କାର...

ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ଚାଇନା: ଏଲ୍‌ଏସିରେ କରୁଛି ଏମିତି କାମ

ନୂଆଦିଲ୍ଲୀ,୨୭ା୧୨:ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଏବଂ ସୀମାରେ ଉତ୍ତେଜନା ହ୍ରାସକୁ ଭାରତ ଓ ଚାଇନା ପ୍ରାଥମିକତା ଦେଉଥିବା କହୁଛନ୍ତି। କିନ୍ତୁ ଏନେଇ ବେଜିଂ ଟାଳଟୁଳ ନୀତି ଅବଲମ୍ବନ...

ମନମୋହନ ସିଂଙ୍କ ପରଲୋକରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ,୨୭ା୧୨:ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମ୍ମାନରେ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମନମୋହନଙ୍କୁ...

ମନମୋହନଙ୍କ କାର୍ଯ୍ୟକାଳରେ ଚର୍ଚ୍ଚିତ ବିବାଦ

ନୂଆଦିଲ୍ଲୀ,୨୬ା୧୨: ସରଳତାରେ ପରିପୂର୍ଣ୍ଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳରେ ଅନେକ ବଡ ଉପଲବ୍ଧି ହାସଲ କରିଥିବା ବେଳେ କିଛି ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା।...

ସେହି ୪ ଘଟଣା, ଯେବେ ଅପମାନର ବିଷ ପିଇ ବି ଦେଶ ପାଇଁ କାମ କରି ଚାଲିଥିଲେ ମନମୋହନ ସିଂ

ନୂଆଦିଲ୍ଲୀ,୨୬।୧୨: ୧୦ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂଙ୍କର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ପରଲୋକ ଘଟିଛି। ୯୨ ବର୍ଷ ବୟସ୍କ ମନମୋହନ ବାର୍ଦ୍ଧକ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri