ଜାଣନ୍ତୁ ଅନନ୍ତ ଅମ୍ବାନୀଙ୍କ ବିବାହ କରିବାକୁ ଯାଉଥିବା ଏହି ପଣ୍ଡିତଜଣଙ୍କ କିଏ? ନିଅନ୍ତି କେତେ ପାଉଣା…

ବିବାହ ବନ୍ଧନରେ ଆବଦ୍ଧ ହେବେ ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ। ରାଧିକା ମର୍ଚାଣ୍ଟଙ୍କ ହାତ ଧରିବେ ସେ। ମାର୍ଚ୍ଚ ୧ ଅର୍ଥାତ ଆଜିଠାରୁ ଗୁଜରାଟ ଜାମନଗରରେ ପ୍ରି-ଓ୍ବେଡିଂ ସେଲିବ୍ରେଶନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ଖ୍ୟାତନାମା ବ୍ୟକ୍ତିବିଶେଷ ସାମିଲ ହେବେ ବୋଲି ଜଣାପଡ଼ିଛି।

ଅନନ୍ତଙ୍କ ବିବାହରେ ଯୋଗଦେବାକୁ କଳାକାରଙ୍କ ମଧ୍ୟରୁ ରଣବୀର କପୁର, ସଲମାନ ଖାନ୍‌, ଜାହ୍ନବୀ କପୁର, ଆଲିଆ ଭଟ୍ଟ, ରିହାନା, ରଣବୀର ସିଂହ, ଦୀପିକା ପାଦ୍ୟୁକୋନ, ଅମିତାଭ ବଚ୍ଚନ ଏବଂ ମନୀଷ ମଲହୋତ୍ରା ପ୍ରମୁଖ ପହଞ୍ଚି ସାରିଲେଣି। ଏମାନଙ୍କ ବ୍ୟତିତ ପଣ୍ଡିତ ଚନ୍ଦ୍ରଶେଖର ଶର୍ମାଙ୍କୁ ମଧ୍ୟ ବିମାନବନ୍ଦରରେ ସ୍ପଟ୍‌ କରାଯାଇଛି।

ଚନ୍ଦ୍ରଶେଖର ହେଉଛନ୍ତି ଭାରତର ବିଖ୍ୟାତ ପଣ୍ଡିତଙ୍କ ମଧ୍ୟରୁ ଜଣେ। ସେ ବଡ଼ ବଡ଼ ସେଲିବ୍ରିଟିଙ୍କ ଘରେ ପୂଜା-ପାଠ ଏବଂ ବିବାହ କରିଥାନ୍ତି। ଏବେ ସେ ଅନନ୍ତଙ୍କ ବିବାହ କରିବେ। ଏଥିଲାଗି ଚନ୍ଦ୍ରଶେଖର ପହଞ୍ଚି ସାରିଥିବା ବେଳେ ଅମ୍ବାନୀଙ୍କ ଟିମ୍‌ର କିଛି ସଦସ୍ୟ ଏବଂ ବ୍ୟବସାୟୀ ତାଙ୍କର ସ୍ବାଗତ କରିଛନ୍ତି।

ଏହା ପ୍ରଥମ ଥର ନୁହେଁ ଯେବେ ପଣ୍ଡିତ ଚନ୍ଦ୍ରଶେଖର ଅମ୍ବାନୀଙ୍କ କୌଣସି କାର୍ଯ୍ୟକ୍ରମରେ ଦେଖାଯାଇଛି। ସେ ଅମ୍ବାନୀ ପରିବାରର ଅଧିକାଂଶ କାର୍ଯ୍ୟକ୍ରମରେ ପୂଜାପାଠ କରୁଥିବା ଦେଖାଯାଏ। ଗଣେଶ ଚତୁର୍ଥୀ ହେଉ ଅବା ଆକାଶ ଅମ୍ବାନୀଙ୍କ ବିବାହ, ସବୁ ପୂଜାରେ ସେ ସାମିଲ ହୋଇଛନ୍ତି। ଏହାଛଡ଼ା ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପରିବାର ସହ ଏକ ଫଟୋରେ ଦେଖିବାକୁ ମିଳିଥିଲା। ଫଟୋରେ ତାଙ୍କ ସହ ନୀତା ଅମ୍ବାନୀ, ରାଧିକା ମର୍ଚାଣ୍ଟ, ଆକାଶ ଅମ୍ବାନୀ, ଅନନ୍ତ ଅମ୍ବାନୀ ଏବଂ ଅନ୍ୟ ଲୋକେ ଥିଲେ।

ଚନ୍ଦ୍ରଶେଖରଙ୍କ ଫେସବୁକ୍‌ ବାୟୋ ଦେଖିଲେ ସେ ଜଣେ ଜ୍ୟୋତିଷ ଏବଂ ପୂଜାରୀ ନୁହନ୍ତି ବରଂ ଜଣେ ପର୍ସନାଲ କୋଚ୍‌ ଏବଂ ଲାଇଫଷ୍ଟାଇଲ୍‌ ମୋଟିଭେଟର ମଧ୍ୟ ହୋଇଥିବା ଜଣାପଡେ। ତେବେ ତାଙ୍କ ପାଉଣା ବିଷୟରେ କହିଲେ ଆଧିକାରୀକ ଓ୍ବେବ୍‌ସାଇଟ୍‌ Pujahoma.com ଅନୁଯାୟୀ, ରାଶିଫଳ ପଢ଼ିବା, ଜାତକ ସୁଝାଇବା ଏବଂ ମୂହୁର୍ତ୍ତ ଚୟନ ଲାଗି ସେ ୧୦୦୦ ଟଙ୍କା ନିଅନ୍ତି। ଦୋକାନ/ଫାକ୍ଟ୍ରିର ଉଦ୍‌ଘାଟନ, ଭୂମି ପୂଜା ଏବଂ ସତ୍ୟନାରାୟଣ ପୂଜା ଲାଗି ୫୦୦୦ ଟଙ୍କା ନିଅନ୍ତି। ରୁଦ୍ରାଭିଷେକ କରିବା ଲାଗି ୧୧ ହଜାର ଏବଂ ବିବାହ କରିବା ଲାଗି ୨୫ ହଜାର ନେଉଥିବା ଜଣାପଡ଼ିଛି। ଏହାଛଡ଼ା ସୁଦର୍ଶନ ହୋମ, ମୃତ୍ୟୁଞ୍ଜୟ ଜପ, ବାସ୍ତୁ ଶାନ୍ତି, ଚଣ୍ଡି ହୋମ, ରୁଦ୍ର ହୋମ ଏବଂ ହୋମ-ବଗଳାମୁଖୀ ଲାଗି ସେ ୫୦ ହଜାର ଟଙ୍କା ଚାର୍ଜ କରିଥାନ୍ତି।

ତାଙ୍କ ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ତାଙ୍କର କିଛି ଗ୍ରାହକଙ୍କ ନାମ ଉଲ୍ଲେଖ ରହିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ଟେଲି, ବିକେଟି, ପ୍ରିୟଙ୍କା ଚୋପ୍ରା ଜୋନାସ, ସୋନୁ ନିଗମ, ଉଡ୍‌କ୍ରାଫ୍ଟ ପ୍ରମୁଖ ରହିଛନ୍ତି।

Share