Categories: ବାଣିଜ୍ୟ

୪ର୍ଥ ତ୍ରୈମାସରେ ୮% ବଢ଼ିବ ଜିଡିପି

ଭୁବନେଶ୍ୱର,୩୧।୩(ଅନୁରାଧା ମହାରଣା): କ୍ରମାଗତ ଭାବେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଅଭିବୃଦ୍ଧି ଘଟୁଥିବା ବେଳେ ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୈମାସିକ ଶେଷ ସୁଦ୍ଧା ଭାରତର ଜିଡିପି ୮%ରୁ ଅଧିକ ହେବ ବୋଲି ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କିଛି କହିଛନ୍ତି।

ସେହିଭଳି ୨୦୨୪ ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ଆର୍ଥିକ ବର୍ଷ ଶେଷ ତ୍ରୈମାସରେ ଭାରତର ଜିଡିପି ୮% କିମ୍ବା ତାଠାରୁ ଅଧିକ ବୃଦ୍ଧି ପାଇବାକୁ ଯାଉଛି। ସେହିପରି ଉନ୍ନତ ମୁଦ୍ରାସ୍ଫୀତି ପରିଚାଳନା ଏବଂ ମାକ୍ରୋ-ଅର୍ଥନୈତିକ ସ୍ଥିରତା କାରଣରୁ ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ଅଭିବୃଦ୍ଧିହାର ବିସ୍ତାର କରିବ ବୋଲି ସୀତାରାମନ ବିସ୍ତୃତ ଭାବେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମୁମ୍ବାଇଠାରେ ଆୟୋଜିତ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେଇ ସୀତାରାମନ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକରେ (ଅଭିବୃଦ୍ଧି) ୮% କିମ୍ବା ତାଠାରୁ ଅଧିକ ହେବ, ଯାହା ଦ୍ୱାରା ୨୦୨୩/୨୪ ରେ ଜିଡିପି ହାରାହାରି ୮% କିମ୍ବା ୮%ରୁ ଅଧିକ ହେବ। ୨୦୨୪ ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକ ପାଇଁ ଭାରତର ଜିଡିପି ତଥ୍ୟ ମେ ୩୧ରେ ପ୍ରକାଶ ହେବାର କାର୍ଯ୍ୟକ୍ରମ ରହିଛି।
ତେବେ ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତି ବର୍ଷ ତୁଳନାରେ ୮.୪% ବୃଦ୍ଧି ପାଇଛି, ଯାହା ପୂର୍ବ ତ୍ରୈମାସରେ ରେକର୍ଡ ହୋଇଥିବା ୭.୬% ଅଭିବୃଦ୍ଧି ଠାରୁ ଅଧିକ। ସରକାରଙ୍କ ସଦ୍ୟତମ ଆକଳନ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଭାରତର ଅର୍ଥନୀତି ୭.୬% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Share