Business Eminence Awards-2025: କଠିନ ପରିଶ୍ରମୀ ଉଦ୍ୟୋଗୀ ହେଲେ ପୁରସ୍କୃତ

ଭୁବନେଶ୍ୱର,୫।୪: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ମିଳିତ ଆନୁକୂଲ୍ୟରେ ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ହୋଇଥିବା ବିଜ୍‌ନେସ ଏମିନେନ୍ସ ଆଓ୍ବାର୍ଡ-୨୦୨୫ ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଗିଜ୍‌ ବର୍ଗରର ପ୍ରତିଷ୍ଠାତା ବିରଜା ରାଉତ ଯୋଗ ଦେଇଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗ ଦେଇ ବିରଜା ରାଉତଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ। କେବଳ ଏତିକି ନୁହେଁ ସମସ୍ତ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ବ୍ୟବସାୟ ଏବଂ ଉଦ୍ୟୋଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହାସହ ସାମ୍ବାଦିକତା କ୍ଷେତ୍ରରେ ଧରିତ୍ରୀ ୫୧ ବର୍ଷ ପୂରଣ କରିଥିବାରୁ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏବଂ ସମ୍ପାଦକ ତଥାଗତ ସତପଥୀଙ୍କୁ ପ୍ରଶଂସା କରିଥିଲେ । ଏବଂ ଡିଜିଟାଲ ଯୁଗରେ ଧରିତ୍ରୀ ପ୍ରଥମ ଓ୍ବେବ ପୋର୍ଟାଲ ଭାବେ ୧୯୯୭ ମସିହାରେ ପାଦ ଥାପିଥିଲା, ଯାହା ପ୍ରଥମ ଓଡ଼ିଆ ଖବର ପୋର୍ଟାଲ ଥିଲା ବୋଲି କହିଛନ୍ତି ସିଂଦେଓ। ଏହାସହ ସିଂଦେଓ ସମସ୍ତ ପୁରସ୍କାର ବିଜେତାଙ୍କୁ ବ୍ୟବସାୟ ଏବଂ ଉଦ୍ୟୋଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ।

 

ମୁଖ୍ୟବକ୍ତା ଭାବେ ବିମର ବ୍ରାଣ୍ଡସ୍‌ ତଥା ବିଗିଜ୍‌ ବର୍ଗରର ପ୍ରତିଷ୍ଠାତା ବିରଜା ରାଉତ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଦ୍ୱାରା ଆୟୋଜିତ ବିଜ୍‌ନେସ ଏମିନେନ୍ସ ଆଓ୍ବାଡର୍ସ ଏମିତି ଏକ ପ୍ଲାଟଫର୍ମ ଯେଉଁଠି କଠିନ ପରିଶ୍ରମ କରି ସଫଳତା ପାଇଥିବା ବ୍ୟବସାୟୀମାନଙ୍କୁ ସମ୍ମାନିତ କରାଯାଏ । ୨୦୧୧ରେ ଓଡ଼ିଶା ଏବଂ ଭାରତରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ କରିବା ଭଳି କୌଣସି ପ୍ଲାଟଫର୍ମ ନ ଥିଲା। ବର୍ତ୍ତମାନ ପରିସ୍ଥିତିରେ ଏଥିରେ ପରିବର୍ତ୍ତନ ଆସିଛି । ବ୍ୟବସାୟକୁ ଅର୍ଥନୀତି ନିର୍ମାଣର ଏକ ମାଧ୍ୟମ ଭାବେ ବିବେଚନା କରାଯାଉଛି ବୋଲି ବିରଜା କହିଥିଲେ ।

କାର୍ଯ୍ୟକ୍ରମରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏବଂ ସମ୍ପାଦକ ତଥାଗତ ସତପଥୀ, ଯୋଗ ଦେଇଥିବା ସମସ୍ତ ବ୍ୟବସାୟୀ ତଥା ଶିଳ୍ପପତିଙ୍କୁ ସ୍ବାଗତ ଜଣାଇଥିଲେ। କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସମସ୍ତଙ୍କୁ ସ୍ବାଗତ କରି କହିଥିଲେ ଯେ, ଆମେ ସମସ୍ତ ଓଡ଼ିଆ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜନ କରିଛୁ। ଏହାଦ୍ୱାରା ସେମାନେ ଆହୁରି ଆଗକୁ ଯାଇପାରିବେ।

ବିଜ୍‌ନେସ ଏମିନେନ୍ସ ଆୱାଡର୍‌ସ ବିଷୟରେ କହିବା ସମୟରେ ସେ ଉଲ୍ଲେଖ କରିଥିଲେ, ଏହା ୨୦୨୧ରେ ଆରମ୍ଭ ହୋଇଥିଲା, ଯେତେବେଳେ କୋଭିଡ୍‌ ସଙ୍କଟ ଚରମ ସୀମାରେ ଥିଲା। ସେହି ସମୟରେ ଆମେ ଦେଖିଲୁ ଯେ, ଅନେକ ବ୍ୟବସାୟ ସଂଘର୍ଷ କରୁଛି। କେତେକ କଷ୍ଟେମଷ୍ଟେ ତିଷ୍ଠି ରହିଥିଲେ, ଆଉ କେତେକ ବନ୍ଦ ହୋଇଯାଉଥିଲା। କିନ୍ତୁ ସେହି ସମୟରେ କେତେକ ବ୍ୟବସାୟୀ ଏବଂ ଉଦ୍ୟୋଗୀ ଥିଲେ, ଯେଉଁମାନେ ବଞ୍ଚିବା ପାଇଁ ଲଢ଼ିଥିଲେ। ସେମାନେ ନିଜ କର୍ମଚାରୀମାନଙ୍କୁ ଧରି ରଖିଥିଲେ ଏବଂ ଦରମା ଦେବା ଜାରି ରଖିଥିଲେ। ସବୁଠାରୁ କଠିନ ସମୟରେ ବ୍ୟବସାୟକୁ ଜୀବନ୍ତ ରଖିବାର ସେହି ଉଦ୍ୟୋଗୀଙ୍କୁ ସ୍ବୀକୃତି ଦେବାର ଆବଶ୍ୟକତା ଥିଲା।

ଆମର ଲକ୍ଷ୍ୟ ଥିଲା ବ୍ୟବସାୟୀ ଓ ଉଦ୍ୟୋଗୀମାନଙ୍କୁ ସମ୍ମାନ ଦେବା କେବଳ ସେମାନଙ୍କ ବ୍ୟକ୍ତିଗତ ସଫଳତା ପାଇଁ ନୁହେଁ, ବରଂ ନିଯୁକ୍ତି ସୃଷ୍ଟିକାରୀ ଏବଂ ଅର୍ଥନୀତିରେ ଯୋଗଦାନକାରୀ ଭାବେ ସେମାନଙ୍କ ଭୂମିକା ପାଇଁ। ସେମାନେ ରୋଜଗାରର ସୁଯୋଗ ପ୍ରଦାନ କରନ୍ତି, ଅନ୍ୟମାନଙ୍କ ଜୀବିକାର ମାଧ୍ୟମ ହୋଇଥାନ୍ତି। ଆମେ ପ୍ରତ୍ୟେକ ବଡ଼ ଓ ଛୋଟ ଉଦ୍ୟୋଗରେ ଲାଗିଥିବା ଅବଦାନ, ତ୍ୟାଗ, କଠିନ ପରିଶ୍ରମ ଏବଂ ଶ୍ରମକୁ ସ୍ବୀକାର କରିବା ଉଚିତ ବୋଲି ସେ କହିଛନ୍ତି।

 

ଶେଷରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ବିଜ୍‌ନେସ ଏମିନେନନ୍ସ ଆଓ୍ବାଡର୍‌ସ ୫ମ ସଂସ୍କରଣ ପାଇଁ ଏହି ପୁରସ୍କାର ଦେଉଛୁ। ଯେଉଁମାନେ କରୋନା ମହାମାରୀ ପରଠାରୁ ନିଜ ଉଦ୍ୟମରେ ଠିଆ ହୋଇ ବ୍ୟବସାୟ ଜାରି ରଖିଛନ୍ତି, ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଆମେ ଏହି ପୁରସ୍କାରର ଆୟୋଜନ କରିଛୁ।

ଏହି କାର୍ଯ୍ୟକ୍ରମର ଆରମ୍ଭ ଦିନକୁ ମନେ ପକାଇ ତଥାଗତ ସତପଥୀ କହିଥିଲେ ଯେ, କୋଭିଡ୍‌ ମହାମାରୀ ସମୟରେ ଛାପା ଗଣମାଧ୍ୟମ ଶିଳ୍ପ ନିଜେ ଗୁରୁତର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲା। ଭୁବନେଶ୍ୱରର ଅନେକ ଆବାସିକ କଲୋନୀରେ ଖବରକାଗଜ ବିକ୍ରେତାମାନଙ୍କୁ ପ୍ରବେଶ ନିଷେଧ କରାଯାଇଥିଲା, ସେମାନଙ୍କୁ ପ୍ରାୟ ଅସ୍ପୃଶ୍ୟ ଭଳି ବ୍ୟବହାର କରାଯାଉଥିଲା। ସେହି ପରୀକ୍ଷାର ସମୟରେ ଆମେ ସ୍ଥିର ରହିବାକୁ ନିଷ୍ପତ୍ତି ନେଇଥିଲୁ। ଯେଉଁମାନେ ନିଜ ବ୍ୟବସାୟକୁ ଜୀବନ୍ତ ରଖିବା ପାଇଁ ଲଢ଼ିଥିଲେ, ସେମାନଙ୍କୁ ସମ୍ମାନ ଦେବାକୁ ଆମେ ନିଷ୍ପତ୍ତି ନେଇଥିଲୁ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ଜଣ ଉଦ୍ୟୋଗୀଙ୍କୁ ‘ବିଜ୍‌ନେସ ଏମିନେନ୍ସ ଆଓ୍ବାର୍ଡ ୨୦୨୫’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶୋଭନା ମିଶ୍ର ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ୍‌, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର,ଏମ୍‌ସିଏଲ୍‌, ଏମ୍‌/ଏନ୍‌ଏସ୍‌ ଇଣ୍ଡିଆ, ପାରାଦୀପ ଫସ୍ଫେଟସ୍‌ ଲିମିଟେଡ, ବେଦାନ୍ତ, ଏସ୍‌ଏସ୍‌ଟି ଡେପଲପରର୍ସ, ଇମ୍ଫା, ଜିନ୍ଦଲ ଷ୍ଟେନଲେସ ଲିମିଟେଡ୍‌, ସିଭି ରମଣ ଗ୍ଲୋବାଲ ୟୁନିଭରସିଟି, ନାରାୟଣୀ ମୋଟର୍ସ, ଡ୍ରିମ୍ସ ୟୁନିଭରସିଟି, ନାଲ୍‌କୋ, ଏସ୍‌ବିଆଇ, ସାଇ ସବୁରି ହସ୍ପିଟାଲ, ଚିରାଗ ଇଣ୍ଡଷ୍ଟ୍ରିଜ୍‌, ଓ୍ବିଫି ଇଣ୍ଟରନେଟ, ଅଜନ୍ତା ଆଡଭାଟାଇଜର୍ସ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନରେ ମହଙ୍ଗା ହେଲାଣି ସୁନା: ଆଜି ଭାଙ୍ଗିଲା ରେକର୍ଡ, ଦାମ୍‌ ରହିଛି…

ନୂଆଦିଲ୍ଲୀ,୧୧ା୪: ପୁଣି ଚିନ୍ତା ବଢ଼ାଇଛି ସୁନା ଦର। କିଛିଦିନ ଧରି ସୁନାରୁପା ଦର ହୁହୁ ହୋଇ ବଢୁଛି। ଫଳରେ ଚିନ୍ତାରେ ପଡ଼ିଛନ୍ତି ଲୋକେ। ସୁନା ଦର...

କିଏ ସେହି ପୀୟୁଷ ସଚଦେବ, ଯିଏ ଭାରତର ବଡ଼ ଶତ୍ରୁ ତହଉର ରାଣାଙ୍କୁ ଫାଶୀରୁ ରକ୍ଷା କରିପାରିବେ: ଜାଣନ୍ତୁ ଓକିଲ ନିଯୁକ୍ତ ପଛର ନିୟମ

ମୁମ୍ବାଇ,୧୧।୪: ୨୬ ନଭେମ୍ବର ୨୦୦୮, ଏହି ଦିନ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣକୁ ପ୍ରାୟ ୧୭ ବର୍ଷ ବିତିଗଲାଣି। କିନ୍ତୁ ଏହି ଷଡ଼ଯନ୍ତ୍ରର...

ଗାଁକୁ ଚାଲ ଅଭିଯାନରେ ସାମିଲ ହେଲେ ଯୁବଗୋଷ୍ଠୀ, ପଚାରି ବୁଝିବେ ଲୋକଙ୍କ ସୁଖଦୁଃଖ

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଭାଜପା ପକ୍ଷରୁ ବର୍ତ୍ତମାନ ଗାଁକୁ ଚାଲ ଅଭିଯାନ ଚାଲିଛି। ଏହି ଅବସରରେ କର୍ମକର୍ତ୍ତାମାନେ ସାଧାରଣ ଲୋକଙ୍କ ସହ ମିଶି ସେମାନଙ୍କ ଭଲମନ୍ଦ କଥା...

ଜଙ୍ଗଲୀ ବାର୍‌ହା ଶିକାର କରି ୪ ଅଟକ

ଦେବଗଡ଼,୧୧ା୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବନାଞ୍ଚଳ ବଳମ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପଞ୍ଚମହଲା ଗ୍ରାମ ନିକଟ ଖସଡ଼ା ଜଙ୍ଗଲରେ ଏକ ବାର୍‌ହା ଶିକାର କରାଯାଇଛି। ଏହି...

IPL 2025: ମ୍ୟାଚ୍‌ ମଝିରେ ଭୟଙ୍କର ରାଗିଗଲେ ବିରାଟ କୋହଲି: ଭାଇରାଲ ହେଉଛି ଭିଡିଓ

ବେଙ୍ଗାଲୁରୁ,୧୧।୪: IPL 2025ରେ, RCB ନିଜ ଘରୋଇ ଗ୍ରାଉଣ୍ଡରେ ଏକ ଶୋଚନୀୟ ପରାଜୟ ବରଣ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ଉଇକେଟରେ...

ଯୁବକଙ୍କୁ ନିର୍ମମ ହତ୍ୟା, ୨ ଅଟକ

ବଲାଙ୍ଗୀର,୧୧ା୪(ସୁନୀଲ ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସରଗାଡ଼ ଗାଁରେ ଗୁରୁବାର ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ...

ଖବର ପ୍ରକାଶ ପରେ ତତ୍ପର ହେଲେ ପ୍ରକଳ୍ପ ପ୍ରଶାସକ: ବ୍ୟବସାୟୀଙ୍କୁ ଶୀଘ୍ର ହାଟ ଯୋଗାଇବାକୁ ଦେଲେ ନିର୍ଦ୍ଦେଶ

ଦାରିଙ୍ଗବାଡ଼ି,୧୧ା୪: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତରେ ରହିଥିବା ଜନଜାତି ହାଟ କାମରେ ଆସୁନଥିବା ଶୀର୍ଷକ ଖବର କେବଳ ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଏହା...

ରାତାରାତି ବଦଳିଗଲା ଓଡ଼ିଆ ଯୁବକଙ୍କ ଭାଗ୍ୟ: ଜିତିଲେ ୩ କୋଟି ଟଙ୍କା ସହ ମହିନ୍ଦ୍ରା ଥାର୍

ଧର୍ମଶାଳା,୧୧।୪(ଶିବ ପ୍ରାସାଦ ମହାନ୍ତି): କେତେବେଳେ କାହା ଭାଗ୍ୟ ବଦଳିବ କେହି କହିପାରିବେ ନାହିଁ। ମଣିଷ ଅବସର ସମୟରେ ଗେମ ଖେଳିଥାଏ। ଲୋକେ ଅନେକ ସମୟରେ ଗେମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image