Advertisement

ଶେଷ ହେଲା ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’; ପୁରସ୍କୃତ ହେଲେ ଓଡ଼ିଶାର ୩୯ ପ୍ରତିଷ୍ଠିତ ବ୍ୟବସାୟୀ

ଭୁବନେଶ୍ୱର,୨।୪(ବ୍ୟୁରୋ): ଶେଷ ହୋଇଛି ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୨’। ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶେଷରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଧନ୍ୟବାଦ ଦେଇଥିଲେ। ସେ କାର୍ଯ୍ୟକ୍ରମରେ ଉପସ୍ଥିତ ଓଡ଼ିଶାର ସୁନାମଧନ୍ୟ ବ୍ୟବସାୟୀଙ୍କ ସମେତ ଅତିଥିବୃନ୍ଦ ଏବଂ ପ୍ରାୟୋଜିତ କମ୍ପାନୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ‘ମେହେର’ର ଚେୟାରମ୍ୟାନ୍‌ ପଦ୍ମଶ୍ରୀ ଡ. ଚତୁଃର୍ଭୁଜ ମେହେର, ‘ନାରାୟଣୀ ମୋଟର୍ସ’ର ନିର୍ଦ୍ଦେଶକ ପୁରୁଷୋତ୍ତମ ବୁଦ୍ଧରାଜ, ‘ଅରୁନ୍ଧତୀ ହିରୋ’ର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର, ‘ରିଦ୍ଧିସିଦ୍ଧି’ର ନିର୍ଦ୍ଦେଶକ ଅମିତ ଅଗ୍ରଓ୍ବାଲ, ‘ପ୍ରିୟଦର୍ଶନୀ’ର ମ୍ୟାନେଜିଂ ପାଟର୍ନର ଲଲାଟେନ୍ଦୁ ମହାନ୍ତି, ‘ଗ୍ରୀନ ଚିଲିଜ୍‌’ର ପ୍ରତିଷ୍ଠାତା ଏମ୍‌ କେଶବ ରାଓ, ‘ଚାନ୍ଦି ଭଣ୍ଡାର’ର ନିର୍ଦ୍ଦେଶକ ଲିପ୍ସା ହନ୍ସଙ୍କ ସମେତ ମୋଟ ୩୯ଜଣ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଥିଲେ। ଏହାଛଡ଼ା ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ ପ୍ରମୁଖ ଯୋଗ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share