ନାଲ୍‌କୋ ଆଲୁମିନା ରିଫାଇନେରିକୁ ବ୍ୟବସାୟ ଉତ୍କର୍ଷ ପୁରସ୍କାର

ଦାମନଯୋଡି,୬ା୧୨(ନରସିଂହ ବ୍ରହ୍ମା):ନବରତ୍ନ ରାଷ୍ଟ୍ରୀୟ ଉଦ୍ୟୋଗ ନାଲ୍‌କୋର ଦାମନଯୋଡିସ୍ଥିତ ଆଲୁମିନା ରିଫାଇନାରି ପ୍ଲାଣ୍ଟ,ବ୍ୟବସାୟ ଉତ୍କର୍ଷ ଅଭ୍ୟାସ ପାଇଁ ସର୍ବୋଚ୍ଚ ସମ୍ମାନ ‘ସିଆଇଆଇ ଏକ୍ସିମ୍‌ ବ୍ୟାଙ୍କ ବିଜ୍‌ନେସ୍‌ ଏକ୍ସିଲେନ୍ସ ପୁରସ୍କାର -୨୦୨୩’ ହାସଲ କରିଛି। ବେଙ୍ଗାଲୁରୁରେ ଆୟୋଜିତ ୩୧ତମ ସିଆଇଆଇ ଏକ୍ସିମ୍‌ ବ୍ୟାଙ୍କ ଗୁଣବତ୍ତା ସମ୍ମିଳନୀରେ ନାଲ୍‌କୋକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନାଲକୋ ଆଲୁମିନା ରିଫାଇନେରିର ସମୂହ ମହାପ୍ରବନ୍ଧକ (ଏ.ଆର) ଇଂ. ପ୍ରମୋଦ ବେହେରା ଯୋଗଦେଇ ଏହି ପୁରସ୍କାର ଗ୍ରହଣ କରିଥିଲେ। ବିଜନେସ୍‌ ଏକ୍ସଲେନ୍ସ ପଦକ୍ଷେପ ଏବଂ ସବୁ ଦିଗରେ ଗୁଣବତ୍ତା ଉତ୍କର୍ଷ ପାଇଁ ପ୍ରୟାସ ଆଲୁମିନା ରିଫାଇନାରିକୁ ଏହି ପୁରସ୍କାରର ବିଜେତା କରିଛି। ରିଫାଇନାରି ପ୍ଲାଣ୍ଟ ଚଳିତ ବର୍ଷ ଏହି ସର୍ବୋଚ୍ଚ ସମ୍ମାନ ହାସଲ କରିବା ପୂର୍ବରୁ ପୂର୍ବବର୍ଷଗୁଡିକରେ ଗୋଲ୍ଡ ପ୍ଲସ୍‌ ଏବଂ ପ୍ଲାଟିନମ୍‌ ମାନ୍ୟତା ପାଇଥିଲା। ସୂଚନାଯୋଗ୍ୟ,ଏହି ପୁରସ୍କାର ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ୟୁରୋପୀୟ ଫାଉଣ୍ଡେସନ ଫର କ୍ୱାଲିଟି ମ୍ୟାନେଜମେଣ୍ଟ (ଇଏଫକ୍ୟୁଏମ)ର ଉତ୍କୃଷ୍ଟତା ମଡେଲ ଉପରେ ଆଧାରିତ। କନଫିଡିରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଓ ଏକ୍ସପୋର୍ଟ ଇମ୍ପୋର୍ଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏକ୍ସିମ୍‌ ବ୍ୟାଙ୍କ) ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri