Categories: ବାଣିଜ୍ୟ

ହ୍ରାସ ପାଇଲା ଜେମ୍ସ ଆଣ୍ଡ ଜୁଏଲେରି ଏକ୍ସପୋର୍ଟ

ନୂଆଦିଲ୍ଲୀ,୨୧।୪ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ଜେମ୍ସ ଆଣ୍ଡ ଜୁଏଲେରି ଏକ୍ସପୋର୍ଟ ହ୍ରାସ ପାଇଚାଲିଛି। ଏପରିକି ଚଳିତ ଆର୍ଥିକ ବର୍ଷ(୨୦୨୩-୨୪ ଆର୍ଥିକ ବର୍ଷ)ରେ ଏହା ୧୨.୧୭% ହ୍ରାସ ପାଇ ୨,୬୫,୧୮୭.୯୫ କୋଟି (ୟୁଏସ୍‌ଡି ୩୨,୦୨୨.୦୮ ମିଲିୟନ ଡଲାର)ରେ ପହଞ୍ଚତ୍ଛି। ବିଶେଷକରି ଯୁକ୍ତରାଷ୍ଟ୍ର ଆମେରିକା ବା ୟୁଏସ୍‌ରେ ଅଧିକ ସୁଧ ହାର ଏବଂ ଚାଇନାରେ ଧିମା ସୁଧାର (ସ୍ଲୋ ରିକଭରି) ଭଳି କାରଣ ଯୋଗୁ ବଜାର ମାନ୍ଦା ରହିଥିଲାବେଳେ ମୁକ୍ତା ଏବଂ ଅଳଙ୍କାର ରପ୍ତାନି ପ୍ରୋତ୍ସାହନରେ ମାନ୍ଦାବସ୍ଥା ଜାରି ରହିଛି ବୋଲି ଜେମ୍ସ ଆଣ୍ଡ ଜୁଏଲେରି ଏକ୍ସପୋର୍ଟ ପ୍ରମୋଶନ କାଉନସିଲ (ଜିଜେଇପିସି) ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ, ଜିଜେଇପିସିର ତଥ୍ୟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ମୁକ୍ତା ଏବଂ ଅଳଙ୍କାର ରପ୍ତାନି ୩,୦୧,୯୨୫.୯୭କୋଟି (ୟୁଏସ୍‌ଡି ୩୭,୬୪୬.୧୭ ମିଲିୟନ ଡଲାର) ଥିଲାବେଳେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ମୁକ୍ତା ଏବଂ ଅଳଙ୍କାର ରପ୍ତାନି ୨୦୨୩-୨୪ ଆର୍ଥିକ ବର୍ଷରେ ୧୨.୧୭% ହ୍ରାସ ପାଇ ୨,୬୫,୧୮୭.୯୫କୋଟି (ୟୁଏସ୍‌ଡି ୩୨,୦୨୨.୦୮ ମିଲିୟନ ଡଲାର)ରେ ପହଞ୍ଚତ୍ଛି। ଏହି ସମୟ ମଧ୍ୟରେ କଟ୍‌ ଆଣ୍ଡ ପଲିସ୍‌ଡ ଡାଇମଣ୍ଡ୍‌ସ ଏକ୍ସପୋର୍ଟ ୨୫.୨୩% ହ୍ରାସ ହୋଇ ୧,୩୨,୧୨୮.୨୯କୋଟି (ୟୁଏସ୍‌ଡି ୧୫,୯୬୬.୪୭ ମିଲିୟନ ଡଲାର)ରେ ପହଞ୍ଚତ୍ଛି। ୨୦୨୩-୨୪ ଆଥିକ ବର୍ଷ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ୧,୭୬,୭୧୬.୦୬ କୋଟି (ୟୁଏସ୍‌ଡି ୨୨,୦୪୬.୯ ମିଲିୟନ ଡଲାର)ରେ ରହିଥିଲା।

ସେହିଭଳି ପଲିସ୍‌ଡ ଲାବ୍‌ ଗ୍ରାଉଣ୍ଡ ଡାଇମଣ୍ଡସର ଅସ୍ଥାୟୀ କାରବାର ବା ମୋଟ ରପ୍ତାନି ୨୦୨୩-୨୪ ଆର୍ଥିକ ବର୍ଷରେ ୧୩.୭୯% ହ୍ରାସ ପାଇ ୧୧,୬୧୧.୨୫ କୋଟି (ୟୁଏସ୍‌ଡି ୧,୪୦୨.୩ ମିଲିୟନ ଡଲାର) ରହିଥିଲାବେଳେ ଚଳିତ ବର୍ଷର କାରବାର ଅପେକ୍ଷା ଗତବର୍ଷର ଏହି ଅବଧିର କାରବାର ୧୩,୪୬୮.୩୨ କୋଟି (ୟୁଏସ୍‌ଡି ୧,୬୮୦.୨୨ ମିଲିୟନ ଡଲାର)ରେ ସୀମିତ ଥିଲା।

ସେହିପରି ଚଳିତ ଆର୍ଥିକ ବର୍ଷରେ ମୋଟ ସୁନା ଅଳଙ୍କାରର ସାମୟିକ ରପ୍ତାନି ୨୦.୫୭% ଅଭିବୃଦ୍ଧି ଘଟି ୯୨,୩୪୬.୧୯ କୋଟି (ୟୁଏସ୍‌ଡି ୧୧,୧୪୦.୭୮୦ ମିଲିୟନ ଡଲାର)ରେ ରହିଛି। ଚଳିତ ବର୍ଷର କାରବାର ଅନୁଯାୟୀ ପୂର୍ବ ବର୍ଷରେ ସୁନା ଅଳଙ୍କାରର ସାମୟିକ ରପ୍ତାନି ୭୬,୫୮୯.୯୪ କୋଟି (ୟୁଏସ୍‌ଡି ୯,୫୩୮.୮୪ ମିଲିୟନ ଡଲାର) ରେ ଥିଲା।
ଅପରପକ୍ଷରେ ରୁପା ଅଳଙ୍କାରର ସାମୟିକ ରପ୍ତାନି ମଧ୍ୟ ହ୍ରାସ ପାଇଥିଲା। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ ରୁପା ଅଳଙ୍କାରର ସାମୟିକ ରପ୍ତାନି ମୋଟ ୪୩% ହ୍ରାସ ପାଇ ୧୩,୪୦୬.୧ କୋଟି (ୟୁଏସ୍‌ଡି ୧,୬୧୬.୪୨ ମିଲିୟନ ଡଲାର)ରେ ପହଞ୍ଚତ୍ଛି। ଗତ ବର୍ଷ ଏହି ସମୟରେ ରୁପା ଅଳଙ୍କାରର ସାମୟିକ ରପ୍ତାନି ୨୩,୫୫୬.୭୧ କୋଟି (ୟୁଏସ୍‌ଡି ୨୯୩୯.୯ ମିଲିୟନ ଡଲାର)ରେ ଥିଲା।

ଏ ନେଇ ଜିଜେଇପିସିର ଅଧ୍ୟକ୍ଷ ବିପୁଲ ଶାହା କହିଛନ୍ତି, ଗତ ଆର୍ଥିକ ବର୍ଷ ସମସ୍ତ ଉତ୍ପାଦ ବର୍ଗ ପାଇଁ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଥିଲାବେଳେ ବିଭିନ୍ନ ପ୍ରକାର ଅନ୍ତରାଷ୍ଟ୍ରୀୟ ସମସ୍ୟା ଯୋଗୁ ଘରୋଇ ବଜାରର ମନ୍ଥରତା ଜାରି ରହିଛି।

Share