Categories: ବାଣିଜ୍ୟ

ଏପ୍ରିଲ୨ରେ ବିଜ୍‌ନେସ୍‌ ଆଇଡିଆ ମଡେଲ କନ୍‌କ୍ଲେଭ

ଭୁବନେଶ୍ୱର,୩୦।୩: କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଭୁବନେଶ୍ୱର ଶାଖାର ଏକ ଅବିଚ୍ଛେଦ୍ୟ ଅଙ୍ଗ ୟଙ୍ଗ୍‌ ଇଣ୍ଡିଆନସ୍‌ ପକ୍ଷରୁ ୨୦୨୩ ଏପ୍ରିଲ ୨ରେ ‘ମୋ ଉତ୍କଳ ଦିବସ’ ପାଳନ କରାଯାଉଛି। ଏ ସମ୍ପର୍କରେ ୱାଇଆଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ବିଶାଲ ଡାଲମିଆ କହିଛନ୍ତି, ୧୯୩୬ ଏପ୍ରିଲ ୧ରେ ଓଡ଼ିଶା ରାଜ୍ୟ ଗଠନ ସ୍ମୃତିରେ ଉତ୍କଳ ଦିବସ ପାଳନ କରାଯାଉଛି। ଏପରିକି କି ଚଳିତ ବର୍ଷ ଏପ୍ରିଲ ୨ରେ ୱାଇଆଇ ଭୁବନେଶ୍ୱର ‘ମୋ ଉକତ୍ଳ ଦିବସ’ପାଳନ କରୁଛି। ବିଶେଷକରି ଭାରତ କ୍ରୀଡ଼ା ଓ ୟୁଥ୍‌ ଆଫେୟାର୍ସ ସହଯୋଗରେ ୱାଇଆଇ ଭୁବନେଶ୍ୱର ପକ୍ଷରୁ ସେଦିନ ଏକ ଯୁବ ସମ୍ମିଳନୀର ଆୟୋଜନ କରାଯିବା ସହ ପ୍ରଗତିଶୀଳ ଓଡ଼ିଶା ଦିଗରେ ଅକ୍ଳାନ୍ତ ପରିଶ୍ରମ କରୁଥିବା କେତେଜଣ ପ୍ରମୁଖ ବ୍ୟକ୍ତି ଓ ସଂଗଠନର ସମ୍ବର୍ଦ୍ଧନା ନେଟ୍‌ୱାକର୍ର୍ିିଂ ଓ ଉସତ୍ବ ଅନୁଷ୍ଠିତ ହେଉଛି। ସେହିଭଳି ୱାଇଆଇ ଭୁବନେଶ୍ୱର ଚାପ୍ଟର ସହ ଅଧ୍ୟକ୍ଷ ସୋନାଲ ମୋର କହିଛନ୍ତି, ୟୁଥ୍‌ କନ୍‌କ୍ଳେଭରେ ଇଣ୍ଟରକଲେଜ ଭଳି ଓଡ଼ିଶା ସ୍କୁଲ ଡ୍ୟାନ୍ସ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଓଡ଼ିଶା ସାଂସ୍କୃତିକ ନୃତ୍ୟ ପରିବେଷଣ ସହ ବିଶିଷ୍ଟ ଅତିଥି ବକ୍ତାମାନଙ୍କ ଦ୍ୱାରା ଓଡ଼ିଶାର ଇତିହାସ ଉପରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ। ଏପରିକି ଶିଳ୍ପ ଲିଡରଙ୍କ ଦ୍ୱାରା ଓଡ଼ିଆ-୨୦୪୭ ଉପରେ ଚିନ୍ତାଧାରା ଲିଡରଶିପ୍‌ ପ୍ୟାନେଲ ଆଲୋଚନା ଏବଂ ଓଡ଼ିଆ ଖାଦ୍ୟ ମହୋସତ୍ବ ‘ଉକତ୍ଳ ରୋଷେଇ’, ଗର୍ବର ଓଡ଼ିଶା ‘ଉକତ୍ଳ ସମ୍ମାନ’, ଇଣ୍ଟରକଲେଜ ଆଇଡିଆଥନ-ଆଇଡିଆଜ୍‌ ଆଣ୍ଡ ଜଷ୍ଟ ପିଚ୍‌ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବ; ଯେଉଁଥିରେ ଛାତ୍ରୀଛାତ୍ରମାନେ ନୂତନ ଉଦ୍ଭାବନ ଏବଂ ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ(ଏସ୍‌ଡିଜି) କ୍ଷେତ୍ରରେ ବିଜ୍‌ନେସ ଆଇଡିଆ ମଡେଲ ଉପସ୍ଥାପନା କରିବେ।

 

Share