ଜାନୁଆରୀରେ ଜିଓର ସର୍ବାଧିକ ମୋବାଇଲ ଗ୍ରାହକ

ଭୁବନେଶ୍ୱର,୪।୪: ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ୨୦୨୪ ଜାନୁଆରୀରେ ସର୍ବାଧିକ ମୋବାଇଲ ଗ୍ରାହକ ସଂଯୋଗ ଉଭୟ ଜାତୀୟ ଓ ଓଡ଼ିଶା ବଜାରରେ ଏକ ନମ୍ବର ସେବା ପ୍ରଦାନକାରୀର ମାନ୍ୟତା ବଜାୟ ରଖିଛି।

ଉଲ୍ଲେଖଯୋଗ୍ୟ,ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ ବା ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଗ୍ରାହକ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜିଓ ସର୍ବାଧିକ ପସନ୍ଦର ତଥା ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ମାନ୍ୟତ୍ୟ ଜାରି ରଖିଛି। ଏପରିକି ଜିଓ ୨୦୨୪ ଜାନୁୟାରୀରେ ଓଡ଼ିଶାର ସର୍ବାଧିକ ୧.୩ ଲକ୍ଷରୁ ଅଧିକ ନୂଆ ମୋବାଇଲ୍‌ ଗ୍ରାହକ ଯୋଡ଼ିଛି। ସେହିଭଳି ଟ୍ରାଇ ତଥ୍ୟ ଅନୁଯାୟୀ ୨୦୨୪ଜାନୁୟାରୀରେ ଜିଓ ଓଡ଼ିଶାର ୧,୩୦,୭୩୫ ନୂଆ ମୋବାଇଲ୍‌ ଗ୍ରାହକ ଯୋଡ଼ିଥିବା ବେଳେ ଜିଓର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍‌ ଏହି ସମୟରେ ମାତ୍ର ୩୯,୧୬୫ ମୋବାଇଲ ଉପଭୋକ୍ତା ଯୋଡ଼ିଛି। ଅପରପକ୍ଷରେ ଭୋଡାଫୋନ୍‌ ଆଇଡିଆ (ୱି) ଓ ବିଏସ୍‌ଏନ୍‌ଏଲ୍‌ ୨୦୨୪ ଜାନୁୟାରୀରେ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ଏଥିସହିତ ୨୦୨୪ଜାନୁୟାରୀ ୩୧ସୁଦ୍ଧା ଓଡ଼ିଶା ଜିଓ ନେଟୱର୍କରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ପାଖାପାଖି ୧.୫କୋଟିର ନିକଟତର ହୋଇଛି। ଜାନୁୟାରୀରେ ଓଡ଼ିଶାର ଟେଲିକମ୍‌ ଗ୍ରାହକ ସଂଖ୍ୟାରେ ୧.୪୬ ଲକ୍ଷ ବୃଦ୍ଧି ଫଳରେ ରାଜ୍ୟରେ ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ଜାନୁୟାରୀ ଶେଷ ସୁଦ୍ଧା ୩.୩୪କୋଟିକୁ ବୃଦ୍ଧି ହୋଇଛି। ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ କ୍ରମାଗତ ଭାବେ ପ୍ରତି ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିବା ସହ ଓଡ଼ିଶା ଟେଲିକମ୍‌ ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼ କରିଛି। ଜିଓ ଜାତୀୟ ସ୍ତରରେ ମଧ୍ୟ ଜାନୁୟାରୀରେ ସର୍ବାଧିକ ୪୧.୭୮ଲକ୍ଷରୁ ଅଧିକ ଗ୍ରାହକ ଯୋଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri