Advertisement
Categories: ବାଣିଜ୍ୟ

ଡିସ୍‌ ଟିଭି ସ୍ମାର୍ଟ+ ସେବାର ଶୁଭାରମ୍ଭ

ଭୁବନେଶ୍ୱର,୯।୫: ଡିସ୍‌ ଟିଭି ଇଣ୍ଡିଆ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ସୁବିଧାଭିତ୍ତିକ ‘ଡିସ୍‌ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଡିସି ଟିଭି ପକ୍ଷରୁ ବୁଧବାର ଭୁବନେଶ୍ୱରଠାରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଡିସ୍‌ ଟିଭି ଇଣ୍ଡିଆ ଲିମିଟେଡ୍‌ର ବିଜ୍‌ନେସ୍‌ ହେଡ୍‌ ସୁଗାତୋ ବାନାର୍ଜୀ ଏବଂ କମ୍ପାନୀ ବିଜ୍‌ନେସ ଆସୋସିଏଟ ସଂଗ୍ରାମ କେଶରୀ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ଡିସ୍‌ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ ସହ ଓଡ଼ିଶା ବଜାରରେ ସେବାର ଉପଲବ୍ଧ କରାଇଥିଲେ।

ଏ ସମ୍ପର୍କରେ ଡିସ୍‌ ଟିଭି ଇଣ୍ଡିଆ ଲିମିଟେଡ୍‌ର ସିଇଓ ମନୋଜ ଦୋଭାଲ କହିଛନ୍ତି, ‘ଡିସ୍‌ ଟିଭିର ପ୍ରତିଷ୍ଠା ପରଠାରୁ ମନୋରଞ୍ଜନ ବ୍ୟବହାର କ୍ଷେତ୍ରରେ ପରିବର୍ତ୍ତନ ଆଣିଛି ଏବଂ ଲୋକମାନଙ୍କୁ ସେମାନଙ୍କ ପ୍ରିୟ ବିଷୟବସ୍ତୁ ଉପଭୋଗ କରାଇବାର ନୂତନ ଉପାୟ ଆରମ୍ଭ କରିଛି। ଏହି ନୂତନ ପ୍ରସ୍ତାବ ସହିତ ଆମେ ଆହୁରି ଅଧିକ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ଅଛୁ। ଏପରିକି ଆକଷର୍ଣୀୟ ଏବଂ ଉପଲବ୍ଧ ମନୋରଞ୍ଜନ ଅନୁଭୂତି ପାଇଁ ଏକ ନୂତନ ମାନଦଣ୍ଡ ମଧ୍ୟ ସ୍ଥିର କରୁଛୁ।

ସେହିଭଳି ଡିସ୍‌ ଟିଭି ଇଣ୍ଡିଆ ଲିମିଟେଡ୍‌ର ବିଜ୍‌ନେସ୍‌ ହେଡ୍‌ ସୁଗାତୋ ବାନାର୍ଜୀ କହିଛନ୍ତି, ଡିସ୍‌ ଟିଭି ସ୍ମାର୍ଟ+ ସର୍ଭିସେସ୍‌ ସହିତ ଆମେ କେବଳ ଏକ ନୂଆ ପ୍ରସ୍ତାବ ଉପସ୍ଥାପନ କରୁନାହୁଁ। ଆମେ ମନୋରଞ୍ଜନ ବ୍ୟବହାରରେ ଏକ ଆଦର୍ଶ ପରିବର୍ତ୍ତନର ନେତୃତ୍ୱ ନେଉଛୁ। ଏପରିକି ଆମର ମଲ୍ଟି-ଚ୍ୟାନେଲ ମାର୍କେଟିଂ ଆଭିମୁଖ୍ୟ ମାଧ୍ୟମରେ ଆମେ ଉପଭୋକ୍ତାଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବାକୁ ବ୍ୟାପକ ସଚେତନତା ଏବଂ ଗ୍ରହଣ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share