Categories: ବାଣିଜ୍ୟ

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ। ଜିଓ ଏହାର ପ୍ରିମିୟମ୍‌ ୟୁଜର୍ସଙ୍କ ପାଇଁ ନୂଆ ୨୯ ଟଙ୍କିଆ ପ୍ଲାନ୍‌ ଲଞ୍ଚ କରିଛି। ଏଥିରେ ଗ୍ରାହକ ବର୍ତ୍ତମାନ ସମୟର ଓଟିଟି ପ୍ଲାଟଫର୍ମରେ କମ୍‌ ଦାମ୍‌ରେ ଚଳଚ୍ଚିତ୍ର, ଓ୍ବେବ୍‌ ସିରିଜର ମଜା ଉଠାଇପାରିବେ। ଏହି ପ୍ଲାନ୍‌ ଭାରତୀୟ ଓଟିଟି ବଜାରରେ ଘରୋଇ କମ୍ପିଟିଟରଙ୍କ ବ୍ୟତିତ ନେଟ୍‌ଫ୍ଲିକ୍ସ, ଡିଜ୍‌ନୀ+ହଟ୍‌ଷ୍ଟାର ଏବଂ ଆମାଜନ ପ୍ରାଇମ ଭିଡିଓକୁ ଟକ୍କର ଦେଇପାରେ। ଗତ କିଛିଦିନ ଧରି ନିଜର ନୂଆ ପ୍ଲାନ୍‌କୁ ପ୍ରମୋଶନ କରୁଥିଲା ଜିଓ। ଏବେ ଏହା ଲଞ୍ଚ କରିଛି।
ସେହିଭଳି ଜିଓର ଅନ୍ୟ ଏକ ୮୯ ଟଙ୍କିଆ ଫାମିଲି ପ୍ଲାନ୍‌ ମଧ୍ୟ ଲଞ୍ଚ କରିଛି। ଉଭୟ ପ୍ଲାନ୍‌ ଏକ ମାସର ଭାଲିଡିଟି ସହ ଆସୁଛି। ତେବେ ଜିଓ ୟୁଜର୍ସ ବିନା କୌଣସି ଦେୟରେ ଆଇପିଏଲ୍‌ ମ୍ୟାଚ୍‌ ଦେଖିପାରିବେ।
୨୯ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକ ଗୋଟିଏ ଡିଭାଇସରେ ଆକ୍ସେସ କରିପାରିବେ। ଏଥିପାଇଁ ଆଡଫ୍ରି ୪କେ କଣ୍ଟେଣ୍ଟ ମିଳିବ। ଏହି ପ୍ଲାନରେ ଅନ୍ୟ କୌଣସି ଅତିରିକ୍ତ ସୁବିଧା ମିଳିବ ନାହିଁ। ନୂଆ ପ୍ଲାନରେ ସ୍ମାର୍ଟ ଟିଭି ସହ ସିରିଜ୍‌, ଫିଲ୍ମ, ହଲିଉଡ୍‌ ବ୍ଲକ୍‌ବଷ୍ଟର, ପିଲାମାନଙ୍କ ଶୋ’ ଏବଂ ଟେଲିଭିଜନ ଏଣ୍ଟରଟେନମେଣ୍ଟର ମଜା ନେଇପାରିବେ। ଜିଓ ସିନେମା ପ୍ରିମିୟମ ସଦସ୍ୟଙ୍କୁ କଲର୍ସ, ନିକଲୋଡିଆନ୍‌ ଏବଂ ଅନ୍ୟ ଭାୟାକମ୍‌୧୮ର ଚ୍ୟାନେଲ୍‌ର କଣ୍ଟେଣ୍ଟ ମିଳିବ। ଫଳରେ ଟିଭିରେ ଆସୁଥିବା ଧାରାବାହିକ ଦେଖିପାରିବେ।

Share