Categories: ବାଣିଜ୍ୟ

ଦୁବାଇର ଅମ୍ବାନୀ ହେଉଛନ୍ତି ଏହି ବ୍ୟକ୍ତି; ସମ୍ପତ୍ତି ବିଷୟରେ ଜାଣିଲେ…

ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)ର ମୋଟ ୭ ଏମିରେଟ୍ସ ଅର୍ଥାତ ରାଜ୍ୟ ରହିଛି। ଏଥିରୁ ଗୋଟିଏ ହେଉଛି ଦୁବାଇ। ଏହାର ଶାସକ ହେଉଛନ୍ତି ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମ୍‌। ତାଙ୍କର ମୋଟ ସମ୍ପତ୍ତି ହେଉଛି ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା।

ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମ୍‌ ପ୍ରପର୍ଟି ଡେଭଲେପ୍‌ମେଣ୍ଟ ବିଜିନେସ୍‌ ବ୍ୟତିତ ଏମିରେଟ୍ସ ଏୟାରଲାଇନ୍‌, ଡିପି ଓ୍ବାଲ୍ଡ ଏବଂ ଜୁମେରାହ ଗ୍ରୁଫ୍‌ ଆଦି ସମ୍ଭାଳିଥାନ୍ତି। ତାଙ୍କର ପରିବାର ୩୩୦୦ କୋଟି ଟଙ୍କାର ଜାବେଲ୍‌ ପ୍ୟାଲେସ୍‌ରେ ରହିଥାନ୍ତି, ଯେଉଁଥିରେ ୧୫୦ କୋଠରୀ ରହିଛି। ତାଙ୍କ ପରିବାର ନିକଟରେ କାର୍‌ ସହ ବ୍ୟକ୍ତିଗତ ଜେଟ୍‌ ମଧ୍ୟ ଅଛି। ତାଙ୍କ ଏୟାରବସ୍‌ରେ ଏ୩୨୦-୨୦୦, ୩ ବୋଇଂ ୭୮୭୯ ଏସ୍‌, ବୋଇଂ ୭୪୭ ଏବଂ ବୋଇଂ ୭୮୭ ଆଦି ବିମାନ ସାମିଲ ଅଛି।

କେବଳ ଏତିକି ନୁହେଁ ତାଙ୍କ ପରିବାରର ୟୁକେରେ ୧୧୦୦ କୋଟି ଟଙ୍କାରୁ ଅଧିକ ୩ ଜମି ରହିଛି। ମୋଟ ଉପରେ ତାଙ୍କର ସମ୍ପତ୍ତି ଦେଖିଲେ ତାଙ୍କୁ ‘ଦୁବାଇର ଅମ୍ବାନୀ’ ବୋଲି ମଧ୍ୟ କୁହାଯାଇଥାଏ।

Share