ସନି ଲିଓନିଙ୍କ କାର୍‌ ନମ୍ବର ନିଜ ଗାଡ଼ିରେ ଲଗାଇ ବୁଲୁଥିଲେ ବ୍ୟବସାୟୀ, ଅଭିନେତ୍ରୀଙ୍କ ଘରେ ପହଞ୍ଚୁଥିଲା ଚାଲାଣ; ଏବେ…

ବମ୍ବେ: ଅଭିନେତ୍ରୀ ସନି ଲିଓନିଙ୍କ ଗାଡ଼ି ନମ୍ବର ନିଜ କାର୍‌ରେ ଲଗାଇ ବୁଲିବା ଜଣେ ବ୍ୟବସାୟୀଙ୍କୁ ପଡ଼ିଛି ମହଙ୍ଗା। ଶେଷରେ ଉକ୍ତ ବ୍ୟକ୍ତିଙ୍କୁ ବାନ୍ଧିଛି ମୁମ୍ବାଇ ପୋଲିସ।

୨୦୨୦ ସେପ୍ଟେମ୍ବରରେ ସନିଙ୍କ ଗାଡ଼ି ଏକାଧିକ ଥର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିଲା। ଏଥିନେଇ ପୋଲିସ ତାଙ୍କ ଘରକୁ ଇ-ଚାଲାଣ ପଠାଇଥିଲା। ହେଲେ ଯେଉଁ ଦିନ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ନେଇ କୁହାଯାଉଛି ସେଦିନ ସନି ମୁମ୍ବାଇରେ ନ ଥିବା ନେଇ ଜଣାପଡ଼ିତିଲା। ଏହାପରେ ସନିଙ୍କ ସ୍ବାମୀ ଡେନିୟଲ୍‌ ଜୁହୁ ପୋଲିସ୍‌ ଏବଂ ବର୍ଲି ଟ୍ରାଫିକ୍‌ ବିଭାଗକୁ ଏନେଇ ଅଭିଯୋଗ କରି ଜଣାଇଥିଲେ। ପୋଲିସ ଛାନ୍‌ଭିନ୍‌ କରିବା ପରେ ସତ ପଦାକୁ ଆସିଛି।

ଏହାଛଡ଼ା ସନିଙ୍କ ଗାଡ଼ିର ଅବିକଳ ଦେଖାଯାଉଥିବା ଅନ୍ୟ ଏକ ଗାଡ଼ି ବର୍ସୋବା ଅଞ୍ଚଳର ଏକ ଡାକ୍ତରଖାନା ପାଖରେ ଥିବା ନେଇ ସନିଙ୍କ ଡ୍ରାଇଭର ପୋଲିସକୁ ଖବର ଦେଇଥିଲେ। ସେଠାରେ ପୋଲିସ ପହଞ୍ଚି ଗାଡ଼ିରେ ବସିଥିବା ବ୍ୟକ୍ତିଙ୍କୁ କାଗଜ ଦେଖାଇବାକୁ କହିଥିଲେ। ସେ ଗାଡ଼ିର ନମ୍ବର ପ୍ଲେଟ ନକଲି ହୋଇଥିବା ନେଇ ସ୍ବିକାର କରିଥିଲେ। ତେବେ ଏହି ନମ୍ବରଟି ତାଙ୍କ ପାଇଁ ଶୁଭ ହୋଇଥିବା ଯୋଗୁ ସେ ଏପରି କରିଥିବା କହିଥିଲେ। ହେଲେ ନିୟମ ଉଲ୍ଲଂଘନ ସହ ନମ୍ବର ପ୍ଲେଟ ନକଲି ବ୍ୟବହାର କରିବା ପ୍ରମାଣିତ ହେବା ଯୋଗୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Share