ଗଞ୍ଜେଇ ଭର୍ତ୍ତି କାର୍‌ ଜବତ: ବ୍ୟବସାୟୀ ଗିରଫ

ବ୍ରହ୍ମପୁର,୧୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ଖବର ମିଳିଥିଲା। କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶରେ ଏଜେ ଟିମ୍‌ ଶୁକ୍ରବାର ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ ଆଙ୍କୁଶପୁରଠାରେ ଯାନବାହନ ଯାଞ୍ଚ କରୁଥିଲା। ସେଠାରୁ ଏକ ଗଞ୍ଜେଇ ଭର୍ତ୍ତିିକାର ଜବତ କରିଥିଲା। ଗଞ୍ଜେଇ ବ୍ୟବସାୟୀଙ୍କୁ ବି ଗିରଫ କରିଛି। ଅଭିଯୁକ୍ତ ଜଣକ ବାଲେଶ୍ୱର ସିଙ୍ଗଳା ଥାନା ଜମାଲପୁର ଗାଁର ସରୋଜ କୁମାର ମିଶ୍ର । ଏ ସଂକ୍ରାନ୍ତରେ ନଂ. ୧୨୭/୨୪-୨୫ରେ ଏକ ମାମଲା ରୁଜୁ ହୋଇଛି। ଶନିବାର ସରୋଜଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଅବକାରୀ ଗୋଇନ୍ଦା ଡିଏସ୍‌ପି ସ୍ନେହଲତା ନାୟକ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇ ଓ କା’ର୍‌ର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି। ସେହିପରି ଉକ୍ତ ଗଞ୍ଜେଇ କନ୍ଧମାଳର ବ୍ରହ୍ମପୁର ଦେଇ ବାଲେଶ୍ୱର ଚାଲାଣ ହୋଇଥାନ୍ତା ବୋଲି ଜେରା ବେଳେ ଟିମ୍‌ ଜାଣିବକୁ ପାଇଛି।