ମୁକେଶ ଅମ୍ବାନୀଙ୍କୁ ବିବାହ କରିବାକୁ ଏହି ସର୍ତ୍ତ ରଖିଥିଲେ ନୀତା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ ପରିଚିତ। ବିଶ୍ୱରେ ଧନୀ ତାଲିତାରେ ତାଙ୍କର ସ୍ଥାନ ୪ର୍ଥରେ ରହିଛି। ବର୍ତ୍ତମାନ ସେ ଲୋକପ୍ରିୟ ଆପ୍‌ ଟିକ୍‌-ଟକ୍‌ କିଣିବାକୁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ମୁକେଶ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ମଧ୍ୟ ଲାଇମଲାଇଟ୍‌ରେ ରହିବାକୁ ପସନ୍ଦ କରନ୍ତି। ସାମାଜିକ କାର୍ଯ୍ୟ ଏବଂ କ୍ରିକେଟରେ ନୀତା ବହୁତ ସକ୍ରିୟ। ତାଙ୍କର ଉଦାରତାକୁ ସମସ୍ତେ ପ୍ରଶଂସା କରନ୍ତି। ତେବେ ସୌନ୍ଦର୍ଯ୍ୟରେ ବଲିଉଡ୍‌ ସୁନ୍ଦରୀମାନଙ୍କୁ ମଧ୍ୟ ପଛରେ ପକାଇଦେଇଥିବା ନୀତା କିପରି ଅମ୍ବାନୀ ପରିବାରର ବୋହୂ ହେଲେ ଜାଣିଣା ସେ ବିଷୟରେ।
ନୀତାଙ୍କୁ ମୁକେଶଙ୍କ ମା’ କୋକିଲାବେନ ପସନ୍ଦ କରିଥିଲେ। ସେ ନୀତାଙ୍କୁ ଏକ କାର୍ଯ୍ୟକ୍ରମରେ ନାଚୁଥିବାର ଦେଖିଥିଲେ। ଏହା ପରେ ନୀତାଙ୍କୁ ବୋହୂ କରିବାକୁ ନିଷ୍ପତ୍ତି ନେଲେ। ଅମ୍ବାନୀ ଏକ ଧନୀ ପରିବାର ହୋଇଥିବା ବେଳେ ନୀତା ଏକ ମଧ୍ୟବିତ ପରିବାରର। ଉକ୍ତ ସମୟରେ ନୀତା ଏକ ବିଦ୍ୟାଳୟରେ ମାସକୁ ୮ଶହ ଟଙ୍କା ଦରମାରେ ଶିକ୍ଷାଦାନ କରୁଥିଲେ। ତେବେ ନୀତା ପିଲାମାନଙ୍କୁ ପାଠ ପଢ଼ାଇବାକୁ ବହୁତ ଭଲ ପାଉଥିଲେ। ତେଣୁ ଏତେ ବଡ଼ ଘରର ବୋହୂ ହେବା ପରେ ସେ ଆଉ ପିଲାମାନଙ୍କୁ ପାଠ ପଢ଼ାଇପାରିବେ ନାହିଁ ବୋଲି ଭାବିଥିଲେ। ଫଳରେ ସେ ମୁକେଶଙ୍କୁ ବିବାହ କରିବା ପାଇଁ ଏକ ସର୍ତ୍ତ ରଖିଥିଲେ। ବିବାହ ପରେ ଯଦି ସେ ପିଲାମାନଙ୍କୁ ଶିକ୍ଷାଦାନ କରିପାରିବେ ତେବେ ସେ ଏହି ବିବାହ ପାଇଁ ରାଜି ହେବେ ବୋଲି କହିଥିଲେ। ନୀତାଙ୍କ ଏହି କଥା ଶୁଣିବା ପରେ ମୁକେଶ ତୁରନ୍ତ ହଁ କରିଦେଇଥିଲେ। ବିବାହ ପରେ ମଧ୍ୟ ସେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ହେବ ଆଇଟି ହବ୍ ଦୁଇ ତିନି ମାସରେ ନିଆଯିବ ପଦକ୍ଷେପ: ଅଶ୍ୱନୀ ବୈଷ୍ଣବ

ଭୁବନେଶ୍ୱର,୯।୧: ଆସନ୍ତା ଦୁଇରୁ ତିନି ବର୍ଷ ମଧ୍ୟରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି)ର ଏକ ବଡ଼ ହବ୍‌ରେ ପରିଣତ କରାଯିବ, ଗୁରୁବାର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ...

ମାସକ ମଧ୍ୟରେ ହିଟ୍‌ ହେଲା ‘ବୀମା ସଖି ଯୋଜନା’; ୫୦୦୦୦ ଛୁଇଁଲା ରେଜିଷ୍ଟ୍ରେଶନ ସଂଖ୍ୟା, ଏଭଳି କରନ୍ତୁ ଆବେଦନ… 

ନୂଆଦିଲ୍ଲୀ,୯।୧: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ଦ୍ୱାରା ଆରମ୍ଭ କରାଯାଇଛି ବୀମା ସଖି ଯୋଜନା। ଏହା ଆରମ୍ଭ ହେବାର ଏକ ମାସ ମଧ୍ୟରେ ୫୦ ହଜାରରୁ...

୧୯ ବର୍ଷ ପରେ ଅଦ୍ଭୁତ ସଂଯୋଗ: ମକର ସଂକ୍ରାନ୍ତିରେ କରନ୍ତୁ ଏହି କାମ, ସୂର୍ଯ୍ୟ- ଶନିଦେବ ହେବେ ଅତ୍ୟନ୍ତ ଖୁସି

ହିନ୍ଦୁଧର୍ମରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ତ୍ୱ ରହିଛି। ସୂର୍ଯ୍ୟ ଯେତେବେଳେ ଧନୁ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର ସଂକ୍ରାନ୍ତି...

ଏଠାରେ ଝିଅଙ୍କୁ ବିବାହ କରନ୍ତି ବାପା, ଏହି ଦେଶରେ ରହିଛି ଅଜବ ଆଇନ

ବିଶ୍ୱର ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ଆଇନ ଅଛି। ପ୍ରାୟ ପ୍ରତ୍ୟେକ ବିଷୟ ପାଇଁ ଦେଶଗୁଡ଼ିକରେ ଆଇନ ତିଆରି ହୋଇଛି। ଯେମିତି ବି ଆଇନ ହେଉ,...

ଏହି ମୁସଲମାନ ଦେଶରେ ମିଳିଲା ଏଲିଏନଙ୍କ ଚିହ୍ନ! ଚମକାଇ ଦେଲା ୮୦୦୦ ବର୍ଷ ପୁରୁଣା ଖପୁରୀ

କୁଏତ ସିଟି,୯।୧: କୁଏତର ସୁବିଆ ଅଞ୍ଚଳରେ ଖନନ ସମୟରେ, ଏକ ଅନନ୍ୟ ଏବଂ ରହସ୍ୟମୟ ମାଟି ମୁଣ୍ଡ ମୂର୍ତ୍ତି ମିଳିଛି, ଯାହା ପ୍ରାୟ ୮୦୦୦ବର୍ଷ ପୁରୁଣା...

ବୟନିକାର ନାଇଟ୍‌ ବଜାର ଉଦ୍‌ଘାଟିତ

ଭୁବନେଶ୍ୱର,୯।୧: ରାଜ୍ୟର ପ୍ରମୁଖ ହସ୍ତତନ୍ତ୍ର ସଙ୍ଗଠନ ତଥା ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ୍‌ ବା ବୟନିକାର ବହୁ ପ୍ରତୀକ୍ଷିତ ‘ବୟନିକା ନାଇଟ୍‌...

ସୁନା କ୍ରୟରେ ଭାରତ ଦ୍ୱିତୀୟ

ଭୁବନେଶ୍ୱର,୯ା୧(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨୦୨୪ ଜାନୁଆରୀରୁ ନଭେମ୍ବର ମଧ୍ୟରେ ୭୩ ଟନ୍‌ ସୁନା କିଣିଛି। କେବଳ ନଭେମ୍ବରରେ ଆର୍‌ବିଆଇ ୮ ଟନ ସୁନା...

ପିଲା ପାଇଁ କ୍ଷୀର ନେବାକୁ ଓହ୍ଲାଇଥିବା ବେଳେ ଛାଡ଼ିଦେଲା ଟ୍ରେନ୍‌, ପଛରେ ଦୌଡ଼ିବାକୁ ଲାଗିଲେ ମା’…ଭାବବିହ୍ବଳ କରୁଛି Video

କଥାରେ ଅଛି ଭଗବାନ ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ ନାହିଁ, ଏଣୁ ସେ ମା’ର ସୃଷ୍ଟି କରିଛନ୍ତି। ମା’ ଥିଲେ ପିଲା ଉପରେ କୌଣସି ବିପଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri