୩ ଦିନ ହେବ ନିଖୋଜ ଥିଲେ ବ୍ୟବସାୟୀ, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଛତିଆ,୧୬l୧(ଡି.ଏନ.ଏ.): ବଡ଼ଚଣା ବ୍ଲକ ଛତିଆ ଅଞ୍ଚଳର ଯୁବ ବ୍ୟବସାୟୀ ହିମାଂଶୁ ଦାସଙ୍କ ଝୁଲନ୍ତା ମୃତଦେହ କଟକ ଯାଜପୁର ସୀମାନ୍ତ ଜଙ୍ଗଲରୁ ଟାଙ୍ଗୀ ପୋଲିସ ଜବତ କରିଛି। ମୃତକ ଦାସ ଦୀର୍ଘଦିନ ଧରି ଛତିଆ ବଜାରରେ ଏକ ଷ୍ଟେଶନାରୀ ଦୋକାନ କରିଥିଲେ। ହେଲେ ୩ ଦିନ ହେବ ସେ ନିଖୋଜ ଥିଲେ। ପରିବାର ଲୋକ ସବୁ ଆଡେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳି ନ ଥିଲା। ପୋଲିସ ତାଙ୍କ ମୋବାଇଲକୁ ଟ୍ରାକିଂ କରି କଟକ ଟାଙ୍ଗୀ ହରିପୁର ଡ୍ୟାମ୍‌ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରିଥିଲା। ଟାଙ୍ଗୀ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲ ପଠାଇଛି। ଏହା ହତ୍ୟା କି ଆତ୍ମହତ୍ୟା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।  ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।

Share