କ୍ରିକେଟ ପଡ଼ିଆରେ ଅନେକ ଖେଳାଳି ପ୍ରାଣ ହରାଇଛନ୍ତି। ଇଂଲଣ୍ଡର ନଟିଂହାମଶାୟରରେ ମଧ୍ୟ ଏଭଳି ଘଟଣା ଘଟିଛି। ନଟିଂହାମଶାୟର କ୍ରିକେଟ ବୋର୍ଡ ପ୍ରିମିୟର ଲିଗରେ ଖେଳୁଥିବା କ୍ରିକେଟର ଜୋଶୁଆ ଡାଉନିଙ୍କ ଦେହାନ୍ତ ହୋଇଛି। ସେ ପଡ଼ିଆରେ ବ୍ୟାଟିଂ ଅଭ୍ୟାସ କରୁଥିବାବେଳେ ହୃଦଘାତ ହୋଇଥିଲା। ସାଙ୍ଗମାନେ ଆମ୍ବୁଲାନ୍ସକୁ ଡାକିଥିଲେ କିନ୍ତୁ ସେତେବେଳକୁ ସେ ପ୍ରାଣ ହରାଇ ସାରିଥିଲେ। ଜୋଶୁଆ ଡାଉନିଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ଏବଂ ସାଥୀ ଖେଳାଳିମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜୋଶୁଆ ଡାଉନି ଜଣେ କ୍ରିକେଟର ତଥା ଶିକ୍ଷକ ମଧ୍ୟ ଥିଲେ। ନିକଟରେ ସେ ଲିଭରପୁଲ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ।
ସୂଚନାଯୋଗ୍ୟ,ଜୋଶୁଆ ଡାଉନି ଅଲିମ୍ପିକ ଜିମ୍ନାଷ୍ଟ ବେକି ଡାଉନି ଏବଂ ଏଲି ଡାଉନିଙ୍କ ଭାଇ। ଜୋଶୁଆ ଡାଉନିଙ୍କ ମା’ ହେଲେନ ପୁଅ ମୃତ୍ୟୁକୁ ସହଜେ ବିଶ୍ୱାସ କରିପାରୁନାହାନ୍ତି। ନଟିଂହାମ କ୍ରିକେଟ ବୋର୍ଡ ଜୋଶୁଆ ଡାଉନିଙ୍କ ମୃତ୍ୟୁୁକୁ ନେଇ ଦୁଃଖ ପ୍ରକାଶ କରିଛି।