Categories: ଫୁରସତ

ମାତ୍ର ଥରେ..

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଭାବରେ କରୀନା ବେଶ୍‌ ପରିଚିତ। ନାୟିକା ଭାବରେ ତାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ଜେ.ପି ଦତ୍ତାଙ୍କ ‘ରିଫ୍ୟୁଜି’। ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମ ଫେୟାର ପୁରସ୍କାର (ଶ୍ରେଷ୍ଠ ନବାଗତା ଅଭିନେତ୍ରୀ)ମିଳିଥିଲା। ହେଲେ ସେ ଆକ୍ଟିଂ ସହ ଥରେ ମାତ୍ର ଏକ ଗୀତ ପାଇଁ କଣ୍ଠଦାନ କରିଥିଲେ। ୨୦୦୨ରେ ନିର୍ମିତ ‘ଦେବ୍‌’ ଫିଲ୍ମର ‘ଜବ୍‌ ନେହିଁ ଆୟି’ ଗୀତଟିକୁ ଗାଇଥିଲେ କରୀନା। ତା’ପରେ ସେ ଆଉ ଗୀତ ଗାଇନାହାନ୍ତି। କରୀନା ବମ୍ବେସ୍ଥିତ ମିଠାବାଈ କଲେଜରୁ କମର୍ସରେ ସ୍ନାତକ ଡିଗ୍ରୀ ହାସଲ ପରେ ହାର୍ଭାର୍ଡ ୟୁନିଭର୍ସିଟିରୁ ମାଇକ୍ରୋ କମ୍ପ୍ୟୁଟର ଉପରେ ଏକ କୋର୍ସ କରିଥିଲେ। ‘କହୋନା ପ୍ୟାର୍‌ ହେ’, ‘କଲ୍‌ ହୋ ନା ହୋ’ ଏବଂ ‘କୁଇନ୍‌’ ପରି ସୁପରହିଟ୍‌ ଫିଲ୍ମରେ ଆକ୍ଟିଂ କରିବାକୁ ଅଫର ପାଇଥିଲେ ମଧ୍ୟ କେତେକ କାରଣରୁ ଏହି ଅଫରଗୁଡ଼ିକୁ ହାତଛଡ଼ା କରିଥିଲେ।

Share