ପ୍ରକୃତି ଅତ୍ୟନ୍ତ ଅନନ୍ୟ ଏବଂ ଅଦ୍ଭୁତ ଅଟେ। ଯେତେବେଳେ ବି କେହି କୁହନ୍ତି ଯେ, ସେ ପ୍ରକୃତିକୁ ସମ୍ପୂର୍ଣ୍ଣ ରୂପେ ବୁଝିଛନ୍ତି, ସେତେବେଳେ ପ୍ରକୃତି ଏହାର ନୂଆ ଏକ ରୂପ ଆଣି ଆମକୁ ଆଶ୍ଚର୍ଯ୍ୟ କରେ। ଆଜିକାଲି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଏକ ଶୁଖିଲା ପତ୍ର କିପରି ପ୍ରଜାପତି ପାଲଟୁଛି ତାହା ଦେଖିବାକୁ ମିଳିଛି।
ଆପଣ ଭାବିବେ ଏହା କିପରି ସମ୍ଭବ, ଏକ ଶୁଖିଲାପତ୍ର ପ୍ରଜାପତିରେ କିପରି ପରିଣତ ହେବ। ଏହା ଏକ ଅସମ୍ଭବ ଜିନିଷ ପରି ଦେଖାଯାଏ, କିନ୍ତୁ ଭିଡିଓରେ ଭୂମିରେ ପଡ଼ିଥିବା ପତ୍ର ପରି ଯାହା ଭାବୁଛନ୍ତି, ଏହା ପ୍ରକୃତରେ ଏକ ପ୍ରଜାପତି। ସେହି ପ୍ରଜାପତିଟି ଗଛର ପତ୍ର ପରି ଦେଖାଯାଉଛି। ପ୍ରଜାପତିଟି ଭୂମିରେ ବସିଛି। ଜଣେ ବ୍ୟକ୍ତି ପତ୍ର ଭାବି ତାକୁ ହଲାଉଛନ୍ତି। ସେ ଏହାକୁ ଧରି ସୂର୍ଯ୍ୟଙ୍କ କିରଣକୁ ଆଣିବାରୁ ଏହା ପତ୍ର ନୁହେଁ ବରଂ ଏକ ପ୍ରଜାପତି ବୋଲି ଜଣାପଡ଼ିଥିଲା। ପୁଣି ଏହା ପତ୍ର ପରି ଦେଖାଗଲା।
Wow, how about this camouflage. (Wait for it). This is an Indian Oakleaf butterfly (Kallima inachus).
Nature is amazing. Let’s protect it in all it’s forms.#ActOnClimate #climate #nature #rewilding pic.twitter.com/FQPbFtchvO
— Mike Hudema (@MikeHudema) November 20, 2021
ଏହି ଭିଡିଓକୁ ମାଇକ ହୁଡେମା ନାମକ ଏକ ଜଳବାୟୁ ପ୍ରଚାରକ ଟୁଇଟରରେ ଶେୟାର କରିଛନ୍ତି। ଅନେକ ୟୁଜର ନିଜ ନିଜ ଆକାଉଣ୍ଟରେ ବି ଭିଡିଓଟିକୁ ଶେୟାର କରିଛନ୍ତି।