Categories: ଫୁରସତ

ପ୍ରଜାପତି

ଫୁଲରୁ ଫୁଲ ଉଡ଼ିବୁଲୁଥିବା ରଙ୍ଗବେରଙ୍ଗ ପ୍ରଜାପତିର ଦୃଶ୍ୟ ସତରେ କେଡ଼େ ମନଲୋଭା। ସୁନ୍ଦର ଦେଖାଯାଉଥିବା ଏହି ପ୍ରଜାପତି ଏକ ଶଁବାଳୁଆରୁ ସୃଷ୍ଟି ଏକଥା ପ୍ରାୟ ସମସ୍ତେ ଜାଣିଥିବେ। ଜାଣିବା ଏହା ବିିଷୟରେ ଆହୁରି ଅନେକ ତଥ୍ୟ…
ପ୍ରଜାପତି ଖୁବ୍‌ କ୍ଷୁଦ୍ର ଆକାରର ଅର୍ଥାତ୍‌ ମାତ୍ର ୧-୮ଇଞ୍ଚରୁ ଆରମ୍ଭ କରି ୧୨ ଇଞ୍ଚ ପର୍ଯ୍ୟନ୍ତ ଅଛନ୍ତି। ତେବେ ଆଶ୍ଚର୍ଯ୍ୟର ବିଷୟ, ଏହି କ୍ଷୁଦ୍ରଜୀବ ଘଣ୍ଟା ପ୍ରତି ୧୨ କି.ମି. ପର୍ଯ୍ୟନ୍ତ ବେଗରେ ଉଡ଼ିପାରେ।
ପ୍ରଜାପତିର ବୟସସୀମା ଖୁବ୍‌ କମ୍‌ ଅର୍ଥାତ୍‌ ମାତ୍ର ୧-୨ ସପ୍ତାହ। ହେଲେ ବ୍ରିମ୍‌ଷ୍ଟୋନ୍‌ ପ୍ରଜାପତି ୯-୧୦ ମାସ ପର୍ଯ୍ୟନ୍ତ ବଞ୍ଚତ୍ଥାଏ।
ପ୍ରଜାପତିର ପକ୍ଷୀ ରଙ୍ଗିନ୍‌ ହୋଇଥିବାରୁ ମୋଟା ତଥା ଅସ୍ପଷ୍ଟ ଲାଗିଥାଏ।
କିନ୍ତୁ ବାସ୍ତବରେ ଏହାର ପକ୍ଷୀ ଟ୍ରାନ୍ସପରେଣ୍ଟ ବା ସ୍ବଚ୍ଛ।
ପ୍ରଜାପତି ପାଦରେ ସ୍ବାଦଗ୍ରନ୍ଥି ରହିଛି। ଏହା ସାହାଯ୍ୟରେ ସେମାନେ ନିଜ ଖାଦ୍ୟ ପାଇଁ କେଉଁ ଗଛରେ ଅଧିକ ଶର୍କରା ରହିଛି ମଧ୍ୟ ସନ୍ଧାନ କରନ୍ତି। ମାଈ ପ୍ରଜାପତି ପାଦ ତଳେ ଛୋଟ ଛୋଟ କଣ୍ଟା ରହିଛି, ଯେଉଁଥିରେ ସେ ଗଛରେ ଥିବା କେମିକାଲକୁ ଚିହ୍ନଟ କରି ଉପଯୁକ୍ତ ଗଛ ଚିହ୍ନଟ କରି ସେଥିରେ ଅଣ୍ଡା ଦିଅନ୍ତି।
ସେମାନଙ୍କ ମୁହଁରେ ଏକ ଶୁଣ୍ଢ ପରି ଗଠନ ରହିଛି, ଯଦ୍ଦ୍ବାରା ସେମାନେ ଫୁଲ, ଫଳ ଆଦିରୁ ମହୁ ସଂଗ୍ରହ କରି ଖାଇଥା’ନ୍ତି।
ପ୍ରଜାପତିଙ୍କୁ ବଞ୍ଚତ୍ବା ଲାଗି ଖଣିଜ ପଦାର୍ଥ ଏବଂ ଲବଣର ଆବଶ୍ୟକତା ହେଉଥିବାରୁ ସେମାନେ ପୋଖରୀରୁ କିମ୍ବା କାଦୁଅ ଥିବା ସ୍ଥାନରୁ ପାଣି ପିଅନ୍ତି।
୫୫ଂ ଫାରେନହିଟ୍‌ରୁ କମ୍‌ ତାପମାତ୍ରାରେ ପ୍ରଜାପତିଙ୍କୁ ଥଣ୍ଡା ଲାଗିଥାଏ, ଫଳରେ ସେମାନଙ୍କୁ ଉଡ଼ିବାରେ କଷ୍ଟ ହୋଇଥାଏ। ତେଣୁ ସେମାନେ ନିଜ ଉଡ଼ିବାରେ ସାହାଯ୍ୟ କରୁଥିବା ମାଂସପେଶୀକୁ ଗରମ କରିବା ଲାଗି ଖୁବ୍‌ ଜୋରରେ ଥରିଥା’ନ୍ତି କିମ୍ବା ସୂର୍ଯ୍ୟକିରଣର ସାହାଯ୍ୟ ନେଇଥା’ନ୍ତି।
ଆଣ୍ଟାର୍କଟିକା ମହାଦେଶରେ ପ୍ରଜାପତି ଦେଖାଯାଆନ୍ତି ନାହିଁ।

Share