Categories: ବାଣିଜ୍ୟ

ବଜାରରେ ବଟରଫ୍ଲାଏର ନୂତନ ଉତ୍ପାଦ

ଭୁବନେଶ୍ୱର,୩।୮: ବଟରଫ୍ଲାଏ କିଚେନ୍‌ ଆପ୍ଲାଏନ୍‌ସେସ୍‌ର ନୂତନ ଉତ୍ପାଦଗୁଡ଼ିକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ଭାରତୀୟ ରୋଷେଇ ବଜାରରେ ବିପ୍ଳବ ଆଣିବା ଓ ଖାଦ୍ୟର ଆନନ୍ଦ ନେବା ପାଇଁ ବ୍ରାଣ୍ଡର ଅତ୍ୟାଧୁନିକ ରୋଷେଇ ଉପତ୍ାଦ ଓ ସମାଧାନକୁ କମ୍ପାନୀ ନିକଟରେ ବଜାର ପ୍ରବେଶ କରାଇଛି। ବିଶେଷକରି ଚିମ୍‌ନି, ଗ୍ରାଇଣ୍ଡର ଭଳି ସ୍ଥାୟୀ ରନ୍ଧନ ଉପକରଣ ଉନ୍ମୋଚନ କରିବାରେ ୪ ଦଶନ୍ଧିରୁ ଅଧିକ ସମୟ ଧରି କମ୍ପାନୀ କାର୍ଯ୍ୟ କରୁଛି। ଏପରିକି ବଟରଫ୍ଲାଏ ପକ୍ଷରୁ ବୋଲ୍ଟ ଶକ୍ତି ଏଲ୍‌ପିଜି ଷ୍ଟୋଭ୍‌, ମ୍ୟାଗ୍ନମ୍‌ ଏଲ୍‌ଜିପି ଷ୍ଟୋଭ୍‌, ମ୍ୟାଗ୍ନମ ହାଲୁକା ଟେବୁଲ୍‌ ଟପ୍‌ ୱେଟ୍‌ ଗ୍ରାଇଣ୍ଡର, ଜୁସ୍‌ ମାଷ୍ଟର, ମିକ୍ସଚର ଗ୍ରାଇଣ୍ଡର ଓ ଟେବୁଲ୍‌ ଟପ୍‌ ଗ୍ରାଇଣ୍ଡରକୁ ମଧ୍ୟ ନିକଟରେ ଉନ୍ମୋଚନ କରାଯାଇଛି। ସେହିପରି ଗ୍ରାହକମାନେ ଉପରୋକ୍ତ ଉପତ୍ାଦଗୁଡ଼ିକୁ ଅଗ୍ରଣୀ ଆଉଟ୍‌ଲେଟ୍‌ ଓ ଇ-କମର୍ସ ପ୍ଲାଟ୍‌ଫର୍ମରୁ କିଣିପାରିବେ। ଉପରାକ୍ତ ସାମଗ୍ରୀଗୁଡିକର ମୂଲ୍ୟ ୨୫୦୦ ଟଙ୍କାରୁ ଆରମ୍ଭକରି ୧୯,୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି।
ଏ ସମ୍ପର୍କରେ ବଟରଫ୍ଲାଏ କିଚେନ୍‌ ଆପ୍ଲାଏନ୍‌ସେସ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ରଙ୍ଗରାଜନ ଶ୍ରୀରାମ କହିଛନ୍ତି, ଗ୍ରାହକଙ୍କ ଜୀବନରେ ଉନ୍ନତି ଆଣୁଥିବା ଆମର ଉତ୍ପାଦଗୁଡ଼ିକର ସମାଧାନ ବିତରଣ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ଏପରିକି ଆଧୁନିକ ପରିବାରରେ ସମୟ ଓ ସୁବିଧାର ମହତ୍ତ୍ୱକୁ ଆମେ ବୁଝିଛୁ। ତେଣୁ ଗ୍ରାହକମାନଙ୍କ ଅନୁଭୂତିରେ ଉନ୍ନତି ଆଣିବାକୁ ଆମେ ନିରନ୍ତର ପ୍ରୟାସ କରୁଛୁ। ସେହିଭଳି ଗ୍ରାହକମାନଙ୍କୁ ଅଦ୍ୱିତୀୟ ରୋଷେଇ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଉପତ୍ାଦ ପ୍ରସ୍ତୁତ କରିବା ସହିତ ଆମେ ରୋଷେଇ ଘରର ଅଭିନବତାକୁ ବଢ଼ାଇଥିବାରୁ ବଟରଫ୍ଲାଏ ପାଇଁ ଏହା ଏକ ରୋମାଞ୍ଚକର ଅଧ୍ୟାୟ ପାଲଟିଛି। ସେହିପରି ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ କରିବା ଲାଗି ଦୃଢ଼ ପ୍ରଯୁକ୍ତି ବିଦ୍ୟା ଓ କ୍ରମ୍ପଟନ୍‌ର ଇଞ୍ଜିନିୟରିଂ ପାରଦର୍ଶିତା ସମନ୍ବୟ ଦ୍ୱାରା ଗଠିତ ସହଭାଗିତା ଆମର ଶ୍ରେଷ୍ଠ ପରିସର ଅଟେ। ଉଲ୍ଲେଖଯୋଗ୍ୟ, କ୍ରମ୍ପଟନ୍‌ ଗ୍ରିଭ୍‌ସ ଲିମିଟେଡ୍‌ର ସହାୟକ କମ୍ପାନୀ ତଥା ଭାରତର ଅନ୍ୟତମ ବୃହତ୍‌ ରୋଷେଇ ଉପକରଣ ବ୍ରାଣ୍ଡ୍‌ ବଟରଫ୍ଲାଏ କିଚେନ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ଭାରତର ରୋଷେଇ ବଜାରରେ ବିପ୍ଳବ ଆଣିବା ଓ ଖାଦ୍ୟର ଆନନ୍ଦକୁ ପାଳନ କରିବା ପାଇଁ ଅତ୍ୟାଧୁନିକ ରୋଷେଇ ଉପତ୍ାଦ ଓ ସମାଧାନକୁ ବଜାର ପ୍ରବେଶ କରାଇଛି।

Share