Categories: ଖେଳ

ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ,ଏସଆରଏଚ ପାଇଁ ବିଜୟ ଲକ୍ଷ୍ୟ ୨୧୫ ରନ…

ଜୟପୁର,୭।୫ : ଆଇପିଏଲ ୨୦୨୩ର ୫୨ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ରବିବାର ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଆରଆର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବାବେଳେ ଅଧିନାୟକ ଆଡେନ ମାର୍କ୍ରାମଙ୍କ ନେତୃତ୍ୱରେ ଏସଆରଏଚ ବୋଲିଂ ଆରମ୍ଭ କରିଥିଲେ।

ଧାର୍ଯ୍ୟ ୨୦ ଓଭରରେ ଆରଆର ୨ ଓ୍ବିକେଟ ହରାଇ ୨୧୪ ରନ କରିଛି। ଫଳରେ ଏସଆରଏଚ ପାଇଁ ବିଜୟ ଲକ୍ଷ୍ୟ ୨୧୫ ରନ ରହିଛି।

ଆରଆର ପକ୍ଷରୁ ଜଶସ୍ବୀ ଜୈସ୍ବାଲ ୩୫ ରନ କରିଥିବାବେଳେ ଜୋସ ବଟଲର ୯୫ ରନ, ସଞ୍ଜୁ ସାମସନ ୬୬ ରନ ଏବଂ ସିମରନ ହେଟମେୟର ୭ ରନ କରିଥିଲେ।

 

Share