Categories: ଜାତୀୟ

୩୦ ବର୍ଷ ହେବ ନିଖୋଜ ଥିଲେ ସ୍ବାମୀ, ୨ ଚିହ୍ନରୁ ଜାଣିଲେ ସ୍ତ୍ରୀ: ଆଉ ତା’ପରେ…

ପାଟନା,୪।୮:ବିବାହର ବକ୍ସର ଜିଲାରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ୩୦ ବର୍ଷ ହେବ ନିଖୋଜ ଥିବା ସ୍ବାମୀଙ୍କୁ ପାଇଛନ୍ତି ସ୍ତ୍ରୀ। ଆଉ ତା’ପରେ ଧୂମଧାମରେ ଉଭୟଙ୍କ ମଧ୍ୟରେ ହୋଇଛି ପୁଣିଥରେ ବିବାହ। ହୁଏତ ଏହା ଏକ ଫିଲ୍ମ କାହାଣୀ ପରି ଲାଗୁଛି, କିନ୍ତୁ ସତ।
ଘଟଣାଟି ବକ୍ସର ଜିଲାର କୋରାନ ସରାଇ ପୋଲିସ ଷ୍ଟେଶନ ଅଞ୍ଚଳରେ ଘଟିଛି। ଯେଉଁ ବ୍ୟକ୍ତିଙ୍କୁ ୩୦ ବର୍ଷ ହେବ ମୃତ ବୋଲି କୁହାଯାଉଥିଲା, ଏପରିକି ଶ୍ରାଦ୍ଧ ମଧ୍ୟ ଦିଆଯାଉଥିଲା। ସେହି ବ୍ୟକ୍ତିଙ୍କୁ ଜୀବନ୍ତ ଦେଖି ଖୁସି ହେବା ସ୍ବାଭାବିକ। ରାମ ଅବତାର ସାହୁଙ୍କ ପୁଅ ଘନଶ୍ୟାମ ଗତ ୩୦ ବର୍ଷ ଧରି ନିଖୋଜ ଥିଲେ। ସେ କିଛି କାମ ପାଇଁ ବକ୍ସର ଯାଇଥିଲେ ଏବଂ ପରେ ଫେରି ନ ଥିଲେ। ସେତେବେଳେ ତାଙ୍କ ସ୍ତ୍ରୀ ମୁନ୍ନି ଦେବୀ ଦୁଇଟି ସନ୍ତାନର ମା’ ଥିଲେ। ସ୍ବାମୀ ହଠାତ୍‌ ନିଖୋଜ ହେବା ପରେ ମୁନି ଦେବୀ ଦୁଃଖରେ ଭାଙ୍ଗି ପଡିଥିଲେ। ୧୦ ବର୍ଷ ପରେ ଘନଶ୍ୟାମ ନ ଫେରିବାରୁ ତାଙ୍କ ଶ୍ରାଦ୍ଧ କରାଯାଇଥିଲା। କିନ୍ତୁ ଦିନେ ହଠାତ୍‌ ମୁନି ଦେବୀ ଫୋନ୍‌ ଯୋଗେ ଝାନସୀ ପୋଲିସ ଷ୍ଟେଶନରୁ ସୂଚନା ପାଇଲେ ଯେ ତାଙ୍କ ସ୍ବାମୀ ଜୀବିତ ଅଛନ୍ତି। ଏହା ଶୁଣି ମୁନ୍ନି ଦେବୀଙ୍କ ଖୁସି କୌଣସି ସୀମା ନ ଥିଲା।
ସଙ୍ଗେ ସଙ୍ଗେ ମୁନ୍ନି ଦେବୀ ତାଙ୍କ ଜ୍ୱାଇଁ ଏବଂ ଝିଅକୁ ଧରି ଝାନସୀ ପୋଲିସ ଷ୍ଟେଶନକୁ ଯାଇଥିଲେ। ସେଠାରୁ ଭିଡିଓ କଲିଂ ମାଧ୍ୟମରେ ସେ ତାଙ୍କ ସ୍ବାମୀ ଘନଶ୍ୟାମଙ୍କୁ ଚିହ୍ନଟ କରିଥିଲେ। ମୁନି ଦେବୀ କହିଛନ୍ତି, ସ୍ବାମୀଙ୍କ ବାମ ଗୋଡରେ କଳାଯାଇ ଏବଂ ଭାତୁଡି ଦେଖି ସେ ତାଙ୍କୁ ଚିହ୍ନଟ କରିଥିଲେ। ପରେ କାଗଜପତ୍ର ଦେଖାଇ ସେ ସ୍ବାମୀଙ୍କୁ ଘରକୁ ଆଣିଥିଲେ।
ଘନଶ୍ୟାମ ଘରେ ପହଞ୍ଚିବା ମାତ୍ରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା। ପ୍ରଥମେ ଲୋକମାନେ ବିଶ୍ୱାସ କରିପାରି ନ ଥିଲେ। ପରେ ମୁନ୍ନି ଦେବୀ ଏବଂ ଘନଶ୍ୟାମଙ୍କ ପୁନର୍ବାର ବିବାହ କରାଯାଇଥିଲା।

Share