Categories: ଜାତୀୟ

କବାଡିରୁ ବୋତଲ କିଣି ଶସ୍ତା ହ୍ବିସ୍କି ସହ ଚା’ ପାଣି ମିଶାଇ ଇମ୍ପୋଟେଡ କହି ବିକ୍ରି କରୁଥିଲେ ମଦ

ଗାନ୍ଧିନଗର,୧୪।୧: ଗୁଜୁରାଟ ସହରରେ ନକଲି ମଦ ବିକ୍ରୟ କରୁଥିବା ପୋଲିସ ଏକ ର୍ୟରକେଟକୁ ଠାବ କରିଛି। ସେମାନେ ମହଙ୍ଗା ଇମ୍ପେରଟେଡ ହୋଇଥିବା ବ୍ରାଣ୍ଡ ହ୍ବିସ୍କି ଭଳି ଶସ୍ତା ମଦ ବିକ୍ରି କରୁଥିଲେ ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ସେମାନେ ପ୍ରକୃତ ରଙ୍ଗ ଦେବା ପାଇଁ ସେଥିରେ ସିଝା ଚା’ ପାଣି ମିଶାଉଥିଲେ। ନକଲି ମଦ ଯାହାକୁ ଲୋକମାନେ ବିଦେଶୀ ଜାମ ଭାବି ସ୍ପୁ କରୁଥିଲେ ପ୍ରକୃତରେ ଶସ୍ତା ମଦ ସହିତ ସିଝା ଚା’ ପାଣି ମିଶାଯାଉଥିଲା। ଭଦୋଦରର ସାୟାଜିଗଞ୍ଜ ପୋଲିସ ଏମିତି ଏକ ର଼୍ୟାକେଯକୁ ଧରିଛି। ପୋଲିସ କଲ୍ୟାଣ ନଗର ଅଞ୍ଚଳର ଏକ ଘରେ ଚଢାଉ କରି ନକଲି ମଦ ବିକ୍ରି କରୁଥିବା ଏକ ର଼୍ୟାକେଟକୁ ଧରିଛି। ସମ୍ପୂର୍ଣ୍ଣ ପରିବାର ଏହି ଜାଲିଆତିରେ ସମ୍ପୃକ୍ତ ଥିଲେ। କେତେକ ସଦସ୍ୟ ଗିରଫ ହୋଇଥିବାବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ପାରିବାରିକ ବ୍ୟବସାୟ ଭାବରେ ନକଲି ମଦ କାରବାର ବଢିବାରେ ଲାଗିଛି ଏବଂ ଏଥିରେ ସମ୍ପୃକ୍ତ ମହିଳାଙ୍କ ସମେତ ତିନିଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ସୟଦ ଶେଖ, ଶକିଲ ଏବଂ ରୁଖସାର ବୋଲି ଚିହ୍ନଟ କରାଯାଇଛି। ରୁଖସାସ ହେଉଛନ୍ତି ସୟଦଙ୍କ ବୋହୂ ଯିଏକି ସୟଦଙ୍କ ପୁଅ ସାଜିଦଙ୍କୁ ବିବାହ କରିଛନ୍ତି ଯିଏ ତାଙ୍କ ଭାଇ ସୋହିଲଙ୍କ ସହ ପଳାଇଛନ୍ତି। ଶକିଲ ବି ସଇଦଙ୍କ ପୁଅ ବୋଲି କୁହାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜବତ ହୋଇଥିବା ମଦ ର ମୂଲ୍ୟ ୧୭,୭୩୪ ଟଙ୍କା। ଏହି ସମସ୍ତ ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି।
ଏହି ଅଭିଯୁକ୍ତମାନେ ଚା ’ପାଣିରେ ଫୁଟାଇ ତା’ପରେ ଶସ୍ତା ମଦ ସହିତ ମିଶାଉଥିଲେ। ସଜାୟଜିଗଞ୍ଜ ପୋଲିସ ଇନ୍ସପେକ୍ଟର ଆର.ଜି ଜାଡେଜା କହିଛନ୍ତି ଯେ ଗୋଟିଏ ଶସ୍ତା ମଦ ବୋତଲରୁ ତିନୋଟି ଦାମୀ ହ୍ବିସ୍କି ତିଆରି କରାଯାଇଛି। ସେ କହିଛନ୍ତି, ଏହାକୁ ହ୍ବିସ୍କି ଭଳି ଦେଖାଯିବା ପାଇଁ ଏହାକୁ ସିଝା ଚା’ ପାଣିରେ ମିଶାଇ ଦିଆଯାଇଥିଲା। ଏହି ଚଢାଉ ସମୟରେ ପୋଲିସ ଘରୁ ଶସ୍ତା ହ୍ବିସ୍କି, ବିଦେଶୀ ବ୍ରାଣ୍ଡ ହ୍ବିସ୍କି ଏବଂ ଇଣ୍ଡିଆନ ବ୍ରାଣ୍ଡ ହ୍ବିସ୍କି ମଧ୍ୟ ପାଇଥିଲା। ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତମାନେ ସ୍କ୍ରାପ ଡିଲରଙ୍କଠାରୁ ଖାଲି ବୋତଲ କିଣି ରିଫିଲ କରି ବିକ୍ରି କରୁଥିଲେ।

Share