Categories: ଜାତୀୟ

ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଦେଶବାସୀ: ମନ କି ବାତରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୯।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୦୬ ତମ ଏପିସୋଡ ରବିବାର ପ୍ରସାରିତ ହୋଇଥିଲା। ସକାଳ ୧୧ ଟାରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିଥିଲେ। ମନ କି ବାତ ଅଲ ଇଣ୍ଡିଆ ରେଡିଓରେ ସିଧା ପ୍ରସାରଣ କରାଯାଇଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଆଦିବାସୀ ଯୋଦ୍ଧାମାନଙ୍କର ସମୃଦ୍ଧ ଇତିହାସ ରହିଛି। ଦେଶ ନିଜର ଆଦିବାସୀ ସମାଜ ପାଇଁ କୃତଜ୍ଞ, ଯିଏ ସର୍ବଦା ଦେଶର ଆତ୍ମ ସମ୍ମାନ ଏବଂ ଉନ୍ନତିକୁ ପ୍ରାଧାନ୍ୟ ଦେଇଆସୁଛି। ସେଥିରେ ତିଲକା ମାଝିଂ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସିଦ୍ଧୁ କାହ୍ନୁ ସମାନତାର ସ୍ବର ଉଠାଇଲେ। ଆମେ ତନ୍ତା ଭିଲ ପାଇଁ ଗର୍ବିତ ଏବଂ ଶହୀଦ ବୀର ନାରାୟଣ ସିଂଙ୍କୁ ସମ୍ମାନର ସହିତ ମନେ ରଖିଛୁ। ବୀର ରାମଜୀ ଗୋଣ୍ଡ, ଭୀର ଗୁଣ୍ଡାଧୁର କିମ୍ବା ଭୀମା ନାୟକ ହୁଅନ୍ତୁ, ଆମେ ସେମାନଙ୍କ ସାହସ ଦ୍ୱାରା ଅନୁପ୍ରାଣିତ ଅଟୁ। ଆଲୁରି ସୀତାରାମ ରାଜୁ ଆଦିବାସୀମାନଙ୍କ ମଧ୍ୟରେ ଜାଗ୍ରତ କରିଥିବା ଆଲୋକକୁ ଦେଶ ତଥାପି ମନେ ରଖିଛି। ଉତ୍ତର ପୂର୍ବରେ କିଆଙ୍ଗ ନୋବାଙ୍ଗ ଏବଂ ରାନୀ ଗାଇଡିନଲିଉଙ୍କ ପରି ସ୍ବାଧୀନତା ସଂଗ୍ରାମୀ ତଥା ରାଜମୋହିନୀ ଦେବୀ ଏବଂ ରାନୀ କମଳାପାତି ଭଳି ବୀରାଙ୍ଗନା ଅଛନ୍ତି।

ଦେଶବାସୀ ସ୍ବଦେଶୀ ସାମଗ୍ରୀ କିଣନ୍ତୁ। କାରଣ ଏଥିରେ ଦେଶର କାରିଗରଙ୍କ ଶ୍ରମ ସ୍ବେଦବିନ୍ଦୁ ରହିଛି। ଏହା ଦ୍ୱାରା ଦେଶର ଆର୍ଥିକ ବିକାଶ ସମ୍ଭବ ହୋଇ ପାରିବ।

 

Share