Categories: ବାଣିଜ୍ୟ

ସୁନା-ରୂପା କିଣିବା ହେବ ଅଧିକ ମହଙ୍ଗା; ବଢ଼ିଲା ହଲମାର୍କିଂ ଚାର୍ଜ

ନୂଆଦିଲ୍ଲୀ,୨୩।୯: ସୁନା ଓ ରୂପା ହଲ୍‌ମାର୍କିଂ ଉପରେ ଫି’ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ବ୍ୟୁରେ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଏସ୍‌)ର ବିଜ୍ଞପ୍ତି ଅନୁଯାୟୀ ସୁନା ଅଳଙ୍କାର ଲାଗି ହଲମାର୍କିଂ ଫି’ ୩୫ରୁ ୪୫ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ରୂପା ଅଳଙ୍କାର ଏବଂ କଳାକୃତି ଉପରେ ହଲମାର୍କିଂ ଫି ପ୍ରତି ଆଇଟମ ପିଛା ୨୫ରୁ ୩୫ ଟଙ୍କାକୁ ବୃଦ୍ଧି କରାଯାଇଛି।

କହିରଖୁଛୁ, ହଲମାର୍କିଂ ନିୟମାବଳୀ ୨୦୧୮ରେ ପ୍ରବର୍ତ୍ତିତ ହୋଇଥିଲା। ଏହାପରଠାରୁ ପ୍ରଥମ ଥର ଲାଗି ଏହି ଫି’ ବୃଦ୍ଧି ପାଇଛି। ଗ୍ରାହକଙ୍କୁ ବିକ୍ରୟ କରୁଥିବା ଅଳଙ୍କାର ଲାଗି ହଲମାର୍କିଂ ବାଧ୍ୟତାମୂଳକ ହୋଇଥିବା ବେଳେ ଗ୍ରାହକମାନେ କିନ୍ତୁ ବିନା ହଲମାର୍କଯୁକ୍ତ ଅଳଙ୍କାରକୁ ବିକ୍ରୟ କରିପାରିବେ।

Share