ବାଲି,୪।୧୨: ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ ଷ୍ଟାର ପି ଭି ସିନ୍ଧୁ ବିଡବ୍ଲ୍ୟୁଏଫ୍ ଓ୍ବାଲ୍ଡ ଟୁର ଫାଇନାଲ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଜାପାନର ଆକାନେ ୟାମାଗୁଚିଙ୍କୁ ହରାଇ ଦେଇଛନ୍ତି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକଧାରୀ।
ପୂର୍ବତନ ବିଶ୍ୱ ଚାମ୍ପିୟନ ସିନ୍ଧୁ ୨୧-୧୫, ୧୫-୨୧, ୨୧-୧୯ ଗେମ୍ରେ ସେମିଫାଇନାଲକୁ ଜିତି ନେଇଥିଲେ। ଏହି ବିଜୟ ପାଇଁ ତାଙ୍କୁ ଏକ ଘଣ୍ଟା ୧୦ ମିନିଟ୍ ଧରି ସଂଘର୍ଷ କରିବାକୁ ପଡ଼ିଥିଲା। ସେ ଫାଇନାଲରେ କୋରିଆର ଆନ ସେୟଙ୍ଗଙ୍କୁ ଭେଟିବ। ଅନ୍ୟ ଏକ ସେମିଫାଇନାଲରେ କୋରିଆନ ଖେଳାଳି ୨୫-୨୩, ୨୧-୧୭ରେ ଥାଇଲାଣ୍ଡର ପର୍ନପାଓ୍ବି ଚୋଚୁଓ୍ବଙ୍ଗଙ୍କୁ ହରାଇ ଦେଇଥିଲେ।
ସିନ୍ଧୁ କ୍ୟାରିୟରରେ ତୃତୀୟ ଥର ପାଇଁ ଅନ୍ତର୍ଜାତୟ ବ୍ୟାଡ୍ମିଣ୍ଟନ ସିଜନର ଅନ୍ତିମ ଟୁର୍ନାମେଣ୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ୨୦୧୮ରେ ପ୍ରଥମ ଭାରତୀୟ ଭାବେ ଏହି ଟାଇଟଲ ନିଜ ନାମରେ କରିଥିଲେ।