Categories: ଜାତୀୟ

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର ୮୮ଟି ଲୋକ ସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ଆଜି ଦ୍ୱିତୀୟ ପର୍ଯ୍ୟାୟରେ କେରଳର ସମସ୍ତ ୨୦ଟି ଲୋକ ସଭା ଆସନରେ ମତଦାନ ଚାଲିଛି।

ଯେଉଁ ରାଜ୍ୟଗୁଡ଼ିକ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରୁଛନ୍ତି, ସେମାନଙ୍କ ମଧ୍ୟରେ ଆସାମର ୫ଟି ଆସନରେ ଭୋଟ୍‌ ଗ୍ରହଣ କରାଯାଉଛି। ବିହାରରେ ୫ଟି ଆସନରେ ମତଦାନ ହେଉଛି। ଛତିଶଗଡ଼ (୩), ଜମ୍ମୁ କଶ୍ମୀର (୧), କର୍ନାଟକ (୧୪), କେରଳ (୨୦), ମଧ୍ୟପ୍ରଦେଶ (୬), ମହାରାଷ୍ଟ୍ର (୮), ରାଜସ୍ଥାନ (୧୩), ତ୍ରିପୁରା (୧), ଉତ୍ତରପ୍ରଦେଶ (୮) ଏବଂ ପଶ୍ଚିମବଙ୍ଗର ୩ଟି ଆସନରେ ମତଦାନ ଅନୁଷ୍ଠିତ ହେବ।

ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମତଦାନରେ ଅନେକ ଭେଟେରାନ ରାଜନୈତିକ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏଥିମଧ୍ୟରେ ରାହୁଲ ଗାନ୍ଧୀ (କଂଗ୍ରେସ) – ଓ୍ବାୟନାଡ, ଶଶି ଥରୁର (କଂଗ୍ରେସ) – ଥିରୁଭାନନ୍ତପୁରମ୍‌, କୁମାରସ୍ବାମୀ (ଜେଡିଏସ୍‌) – ମାଣ୍ଡ୍ୟା, ହେମାମାଳିନୀ (ଭାଜପା) – ମଥୁରା, ଅରୁଣ ଗୋଭିଲ (ଭାଜପା) – ମେରୁଟ୍‌, ଓମ୍‌ ର୍ବିଲା (ଭାଜପା) – କୋଟା, ବାଘେଲ (କଂଗ୍ରେସ) -ରାଜନନ୍ଦଗାଓଁରୁ ଭୂପେଶ ନିର୍ବାଚନ ଲଢୁଛନ୍ତି।

Share