Categories: ଜାତୀୟ

‘୨୦୨୨ ପୂର୍ବରୁ ଭାକ୍‌ସିନ ପାଇବେନି ସୁସ୍ଥ’

ନୂଆଦିଲ୍ଲୀ,୧୬।୧୦(ଆଇଏଏନ୍‌ଏସ୍‌):ସ୍ବଳ୍ପ ବୟସ୍କ ଓ ସୁସ୍ଥ ବ୍ୟକ୍ତିଙ୍କୁ କରୋନା ଭାକ୍‌ସିନ ପାଇବାକୁ ହେଲେ ୨୦୨୨ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍‌ ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସ୍ବାସ୍ଥ୍ୟକର୍ମୀ ଓ ବିପଜ୍ଜନକ ସ୍ଥିତିରେ ଥିବା ବ୍ୟକ୍ତିଙ୍କୁ ଟିକା ପ୍ରଦାନରେ ପ୍ରାଥମିକତା ଦିଆଯିବା ଉଚିତ। ହେଲ୍‌ଥକେୟାର ଓ୍ବାର୍କର, କରୋନା ଯୋଦ୍ଧା ଏବଂ ବୟସ୍କ ବ୍ୟକ୍ତିଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଥିବାରୁ ସେମାନଙ୍କୁ ପ୍ରଥମେ ଭାକ୍‌ସିନ ମିଳିବ। ସ୍ବାମୀନାଥନ୍‌ଙ୍କ ଅନୁସାରେ ଅନେକ ଭାକ୍‌ସିନ ଟ୍ରାଏଲ୍‌ କରାଯାଉଥିଲେ ହେଁ ଭୂତାଣୁକୁ ସମୂଳେ ନାଶ କରିବା ସେତେଟା ସହଜ ନୁହେଁ। ୨୦୨୧ ସୁଦ୍ଧା ଅନୂ୍ୟନ ଗୋଟିଏ ପ୍ରଭାବଶାଳୀ ଟିକା ଆସିଯିବ। ତେବେ ତାହା ସୀମିତ ପରିମାଣରେ ଉପଲବ୍ଧ ହେବ।

Share