୨୦୨୫ ସୁଦ୍ଧା ଭାରତୀୟ ଟିକା ବଜାର ୨୫୨ ବିଲିୟନ ଟଙ୍କାରେ ପହଞ୍ଚିବ…

ଲଣ୍ଡନ,୩୦।୪ : ଫାର୍ମା ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଦେଶର ଅଗ୍ରଗତି ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ରବିବାର କହିଛନ୍ତି ୨୦୨୫ ସୁଦ୍ଧା ଭାରତୀୟ ଟିକା ବଜାର ୨୫୨ ବିଲିୟନ ଟଙ୍କାରେ ପହଞ୍ଚିବ। ବ୍ରିଟେନ ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ୧୭୫ ବର୍ଷ ପୁରୁଣା ଲଣ୍ଡନ ବିଜ୍ଞାନ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ସେ ଭାରତରେ ସମାନ ବିଜ୍ଞାନ ସଂଗ୍ରହାଳୟ ସ୍ଥାପନ ବିଷୟରେ କହିଥିଲେ।

ମନ୍ତ୍ରୀ କହିଛନ୍ତି, ଏହି ସଂଗ୍ରହାଳୟ ସ୍ଥାପନ କରିବାର କଳ୍ପନା ହେଉଛି ସାଧାରଣ ନାଗରିକଙ୍କୁ ବିଶେଷ କରି ଯୁବକମାନଙ୍କୁ ସେମାନଙ୍କର ଲୁକ୍କାୟିତ ସାମର୍ଥ୍ୟକୁ ହୃଦୟଙ୍ଗମ କରିବାରେ ସାହାଯ୍ୟ କରିବା ଏବଂ ବେଳେବେଳେ ସେମାନଙ୍କର ଅନ୍ତର୍ନିହିତ ଦକ୍ଷତା ଆବିଷ୍କାର କରିବା ଯାହା ସେମାନେ ନିଜ ବିଷୟରେ ନିଜେ ମଧ୍ୟ ଜାଣି ନ ଥିବେ। ବିଜ୍ଞାନ ସଂଗ୍ରହାଳୟ ଲଣ୍ଡନର ସାଉଥ କେନ୍ସିଙ୍ଗଟନ ପ୍ରଦର୍ଶନୀ ରୋଡରେ ଅବସ୍ଥିତ। ଏହା ୧୮୫୭ରେ ପ୍ରତିଷ୍ଠିତ ହୋଇଥିଲା।

Share