Categories: ଫୁରସତ

୨୦୨୫ ସୁଦ୍ଧା ବିଶ୍ୱଯୁଦ୍ଧ, ଭାରତ ହେବ ବିଶ୍ୱଗୁରୁ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭବିଷ୍ୟବାଣୀ…

ନୂଆଦିଲ୍ଲୀ,୨୬।୧୦ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବ ୨୦୨୦ ଜାନୁଆରୀରେ ତାଙ୍କ ରାଶି ମକରରେ ପ୍ରବେଶ କରିଥିଲେ ଏବଂ ଜାନୁୟାରୀ ୨୦୨୩ରୁ ଶନି ଦେବ କୁମ୍ଭରେ ପ୍ରବେଶ କରିଛନ୍ତି। ଏହି ସ୍ଥିତି ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଜାରି ରହିବ। ଭୌଗୋଳିକ ଦୃଷ୍ଟିକୋଣରୁ ଶନୀଦେବଙ୍କ କୁମ୍ଭରେ ଅବସ୍ଥାନ ସମୟରେ ପୃଥିବୀ ଉପରେ ବିଭିନ୍ନ ପ୍ରଭାବ ଅନୁଭୁତ ହେବ। ଯେଉଁ ଦେଶରେ ଲୋକେ ତାମସିକ ଜୀବନ ବିତାଇଥାନ୍ତି ଏବଂ ପ୍ରାଣୀମାନଙ୍କୁ ହତ୍ୟା କରା ମାଂସ ଖାଆନ୍ତି, ସେଭଳି ଦେଶଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବାର ଆଶଙ୍କାର ରହିଛି ବୋଲି ଜ୍ୟୋତିଷମାନେ ମତ ପୋଷଣ କରିଛନ୍ତି।

ତେଣୁ ଜୁଲାଇ ୨୦୨୫ ସୁଦ୍ଧା ଭାରତ ବିଶ୍ୱରେ ଅଗ୍ରଣୀ ହେବାର ପଥରେ ରହିବ। ଜୁଲାଇ ୨୦୨୫ ସୁଦ୍ଧା, ବିଶ୍ୱଯୁଦ୍ଧ ଆରମ୍ଭ ହେବାର ସର୍ବାଧିକ ଆଶଙ୍କା ଅଛି। କାରଣ ଶନି ଦେବ ନ୍ୟାୟର ଦେବତା। ବର୍ତ୍ତମାନ ସେ ନ୍ୟାୟ କରିବେ। ଏହାର ଅର୍ଥ ହେଉଛି ଅନ୍ୟାୟ ଉପରେ ନ୍ୟାୟ ବିସ୍ତାର କରିବ। ତାମସିକ ଏବଂ ରାକ୍ଷାସ ପ୍ରବୃତ୍ତି ଥିବା ଲୋକ ଏବଂ ଦେଶ ଶନିଙ୍କ କ୍ରୋଧରୁ ରକ୍ଷା ପାଇପାରିବେ ନାହିଁ।

ଜୁଲାଇ ୨୦୨୫ ପରେ ଏକ ନୂତନ ଯୁଗ ଆରମ୍ଭ ହେବାକୁ ଯାଉଛି ବୋଲି ଜ୍ୟୋତିଷମାନେ ମତ ପୋଷଣ କରିଛନ୍ତି। ଏବେ ଏହି ଭବିଷ୍ୟବାଣୀ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share