୨୦୨୬ ସୁଦ୍ଧା ଜାପାନକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିବ

ଭୁବନେଶ୍ୱର,୧୭ା୫ (ଅନୁରାଧା ମହାରଣା): ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଭାରତ ୪ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ। ଏପରିକି ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ଜାପାନକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବେ ଅତିକ୍ରମ କରିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ସଦସ୍ୟ ସଞ୍ଜୀବ ସାନ୍ୟାଲ ଗୁରୁବାର ଏକ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କିଛି ମତ ପ୍ରକାଶ କରିଛନ୍ତି।

ସେହିଭଳି ସାନ୍ୟାଲ କହିଛନ୍ତି, ଦେଶର ଦୁର୍ବଳ ରପ୍ତାନି ସମେତ ବିଭିନ୍ନ ପ୍ରତିବନ୍ଧକକୁ ବିଚାରକୁ ନେଇ ୭% ଅର୍ଥନୈତିକ ଅଭିବୃଦ୍ଧି ହାର ଭାରତ ପାଇଁ ଏକ ‘ବହୁତ ଭଲ’ ଅଭିବୃଦ୍ଧି ହେବ। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଜାପାନ ବର୍ତ୍ତମାନ ୪.୧ ଟ୍ରିଲିୟନ ଡଲାର ସହ ଟିକେ ଆଗରେ ଅଛି। ତେଣୁ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ଭାରତ ଜାପାନକୁ ଅତିକ୍ରମକରି ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ତାଙ୍କ କହିବାନୁସାରେ, ଜର୍ମାନୀ ଅର୍ଥନୀତି ୪.୬ ଟ୍ରିଲିୟନ ଡଲାରରେ ସ୍ଥିର ରହିଛି। ଆପାତତଃ ୨ ବର୍ଷ ମଧ୍ୟରେ ଭାରତ ଜର୍ମାନୀ ଅର୍ଥନୀତିକୁ ମଧ୍ୟ ଅତିକ୍ରମ କରିପାରିବ। ତେଣୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିର ଭାରତ ନିକଟତର ଥିବା ସେ କହିଛନ୍ତି।

ସାନ୍ୟାଲ କହିଛନ୍ତି , ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବିକାଶର ମିଶ୍ରଣ କାରଣ ଏହା ନିଯୁକ୍ତି ଏବଂ ରାଜସ୍ବ ବୃଦ୍ଧି କରିବ। ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଏବଂ ଫିଚ୍‌ ରେଟିଂ ଭାରତର ଅଭିବୃଦ୍ଧି ହାରକୁ ୭ ପ୍ରତିଶତରେ ଆକଳନ କରିଥିବାବେଳେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌), ଏସ୍‌ ଆଣ୍ଡ ପି ଗ୍ଲୋବାଲ ରେଟିଂ ଏବଂ ମୋର୍ଗାନ ଷ୍ଟାନ୍‌ଲି ଆର୍ଥିକ ବର୍ଷ ୨୦୨୫ ପାଇଁ ୬.୮ ପ୍ରତିଶତ ଅଭିବୃଦ୍ଧି ହାର ଧାର୍ଯ୍ୟ କରିଛନ୍ତି । ସେ କହିଛନ୍ତି , ଯେକୌଣସି ନିର୍ଦ୍ଦିଷ୍ଟ ବର୍ଷରେ ବହୁ ଉଚ୍ଚ ଅଭିବୃଦ୍ଧି ହାର ହାସଲ କରିବାକୁ ଚେଷ୍ଟା କରିବା ଦିଗରେ ଭାବପ୍ରବଣ ହୋଇପଡ଼ିବା ଉଚିତ ନୁହେଁ। ସାନ୍ୟାଲ ଦର୍ଶାଇଛନ୍ତ, ଦକ୍ଷିଣ- ପୂର୍ବ ଏସିଆର ଇଣ୍ଡୋନେସିଆ, ଥାଇଲାଣ୍ଡ ଭଳି ଦେଶର ସ୍ଥିତି ୯୦ ଦଶକର ମଧ୍ୟଭାଗରେ ବହୁତ ଭଲ ଥିଲା। ମାତ୍ର ଏସୀୟ ସଙ୍କଟରେ ସମାପ୍ତ ହେଲା ବୋଲି ସେ କହିଛନ୍ତି। ସେ କହିଛନ୍ତି , ଦେଶର ଆର୍ଥିକ ବ୍ୟବସ୍ଥା, ମୁଦ୍ରା ବ୍ୟବସ୍ଥା, ସାମ୍ପ୍ରତିକ ଆକାଉଣ୍ଟ ସମ୍ପର୍କିତ ସମସ୍ୟା ସୃଷ୍ଟି ନ କରିବା ଭଲ। ଟଙ୍କାର ଅନ୍ତର୍ଜାତୀୟକରଣ ଉପରେ ଏକ ପ୍ରଶ୍ନର ଉତ୍ତରରେ ସାନ୍ୟାଲ କହିଛନ୍ତି, ଆଗାମୀ ୧ ଦଶନ୍ଧି ମଧ୍ୟରେ ଅନ୍ୟାନ୍ୟ ମୁଦ୍ରାର ସମକକ୍ଷ ହେବାକୁ ଚେଷ୍ଟା କରୁଛୁ, ମାତ୍ର ଆମେ ବିଶ୍ୱର ପ୍ରମୁଖ ମୁଦ୍ରା ହେବାକୁ ଚେଷ୍ଟା କରୁନାହୁଁ। ସାନ୍ୟାଲ କହିଛନ୍ତି, ଆସନ୍ତା ଦଶନ୍ଧି ମଧ୍ୟରେ ଭାରତର ଉଦ୍ଦେଶ୍ୟ ହେଉଛି ଏହାର ବ୍ୟାପକ ବ୍ୟବହାର। ବିଶେଷକରି ଦେଶର ନିଜସ୍ବ ବ୍ୟବସାୟ ଦୃଷ୍ଟିରୁ ଟଙ୍କାକୁ ଏକ ହାର୍ଡ କରେନ୍ସିରେ ପରିଣତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପ ଏଭରଗ୍ରୀନ୍‌ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୫।୯ (ଅଭୟ ଦାଶ): ଦେଶର ପ୍ରମୁଖ ଚା’ ବ୍ରାଣ୍ଡ୍‌ ତଥା ନେହା ଏଣ୍ଟରପ୍ରାଇଜର୍ସ ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ ଉତ୍ପାଦ ଏଭରଗ୍ରୀନ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ...

ନିବାଭ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଭାରତର ସର୍ବବୃହତ ଘରୋଇ ଲିଫ୍ଟ ବ୍ରାଣ୍ଡ୍‌ ନିବାଭ୍‌ ଲିଫ୍ଟର ନୂତନ ଉତ୍ପାଦ ‘ନିବାଭ୍‌ ସିରିଜ୍‌-୪ ହୋମ୍‌ ଲିଫ୍ଟ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ସାମନ୍ତରାପୁରରେ ଖିମଜୀ ଜୁଏଲର୍ସର ନୂତନ ଆଉଟଲେଟ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଖିମ୍‌ଜୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ ରବିବାର ଭୁବନେଶ୍ୱରର ସାମନ୍ତରାପୁର ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଖିମ୍‌ଜୀ ଜୁଏଲର୍ସର ଚେୟାରମ୍ୟାନ ଦିନେଶ ଖିମ୍‌ଜୀ...

ରପ୍ତାନିକୁ ପ୍ରଭାବିତ କରୁଛି କଣ୍ଟେନର ଅଭାବ

ଭୁବନେଶ୍ୱର,୧୬।୯, (ଅନୁରାଧା ମହାରଣା): ମାଲ ପରିବହନ ବୃଦ୍ଧି, କଣ୍ଟେନର ଅଭାବ ଏବଂ ପ୍ରମୁଖ ରପ୍ତାନି ତଥା ବିଦେଶୀ ପରିବହନକାରୀଙ୍କ ଉପରେ ନିର୍ଭରଶୀଳତା ଦେଶର ରପ୍ତାନି କ୍ଷେତ୍ରରେ...

ୟୁକୋ ବ୍ୟାଙ୍କର ହାରାହାରି ୩୪% ମହିଳା କର୍ମଚାରୀ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଅଲ୍‌ ଇଣ୍ଡିଆ ୟୁକୋ ବ୍ୟାଙ୍କ ଅଫିସର୍ସ ଫେଡେରେଶନ (ସର୍ବଭାରତୀୟ ୟୁକୋ ବ୍ୟାଙ୍କ ଅଧିକାରୀ ସଙ୍ଗଠନ) ପକ୍ଷରୁ ଏକ ଦିନିକିଆ ମହିଳା ଅଧିକାରୀଙ୍କ ଜାତୀୟ...

ଟାଟା ମୋଟର୍ସର ଫେଷ୍ଟିଭାଲ ଅଫ୍‌ କାର୍‌ସ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ରିହାତି ଅଫର ‘ଫେଷ୍ଟିଭାଲ ଅଫ୍‌ କାର୍‌ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପୂର୍ବରୁ...

୭୩% ଭାରତୀୟ ଗ୍ରାହକଙ୍କ ପସନ୍ଦ ଅନ୍‌ଲାଇନ ଶପିଂ

ନୂଆଦିଲ୍ଲୀ,୧୫।୯ (ଅଭୟ ଦାଶ): ବ୍ୟସ୍ତବହୁଳ ଜୀବନ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ସବୁ ବର୍ଗର ଭାରତୀୟ ଅନ୍‌ଲାଇନ ପ୍ଲାଟ୍‌ଫର୍ମରେ କିଣାକିଣି କରିବାକୁ ଅଧିକ ପସନ୍ଦ କରୁଛନ୍ତି।...

ଫ୍ଲିପ୍‌କାର୍ଡରେ ଜବରଦସ୍ତ ଅଫର୍‌: ଶସ୍ତାରେ ମିଳିବ ଏହି ୨୪ ସ୍ମାର୍ଟଫୋନ

ଆଗକୁ ଆସୁଛି ପାର୍ବଣ ଋତୁ। ଏଥର ଫ୍ଲିପକାର୍ଟ ଏବଂ ଆମାଜନ ଏକ ବମ୍ପର ସେଲ୍‌ ଆରମ୍ଭ ହେବାକୁ ଯାଉଛି। ଫ୍ଲିପକାର୍ଟ ବିଗ୍‌ ବିଲିୟନ ଡେ’ରେ ଗ୍ରାହକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri