୨୦୩୦ ସୁଦ୍ଧା କାର୍ଯ୍ୟ ପରିସରରେ ୩୦% ମହିଳା କର୍ମଚାରୀ

ଭୁବନେଶ୍ୱର,୨୬।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଆନ୍ତର୍ଜାତିକ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଓ ପରିବର୍ତ୍ତନଶୀଳ ପଦକ୍ଷେପ ‘ପ୍ରୋଜେକ୍ଟ ପଞ୍ଚତ୍ି’ର ସଫଳତାକୁ ଆଲୋକିତକରି ବେଦାନ୍ତ ଆଲୁମିନିୟମ ଅନ୍ତର୍ଜାତୀୟ କନ୍ୟା ଦିବସ ପାଳନ କରିଛି। ସେହିଭଳି ବେଦାନ୍ତର ଚେୟାରମ୍ୟାନ ଅନୀଲ ଅଗ୍ରୱାଲଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଅଗ୍ରସର ଅଭିନବ ନିଯୁକ୍ତି ଡ୍ରାଇଭ ସାରା ଭାରତରେ ଆର୍ଥିକ ଅନଗ୍ରସର ଗୋଷ୍ଠୀର ୧୦୦୦ ଯୁବତୀଯୁବକଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ୨୦୨୩ ମାର୍ଚ୍ଚରେ ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପ, ବେଦାନ୍ତ ଆଲୁମିନିୟମ ଓଡ଼ିଶା ଓ ଛତିଶଗଡ଼ର ଗ୍ରାମାଞ୍ଚଳ଼ରୁ ଓପିଏସ୍‌ ଜିନ୍ଦଲ ବିଶ୍ୱବିଦ୍ୟାଳୟର ବି.କମ୍‌, ବିବିଏ, ବି.ଏସ୍‌ସି ଏବଂ ବି.ଟେକ୍‌ ପାସ୍‌ କରିଥିବା ୧୯୦ ବାଳିକାଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି। ବାଳିକାମାନଙ୍କ ମଧ୍ୟରେ ଆତ୍ମନିର୍ଭରଶଳୀଳତା ବୃଦ୍ଧି ଓ ସ୍ବାଧୀନତା ପ୍ରଦାନ ଲକ୍ଷ୍ୟରେ ପ୍ରୋତ୍ସାହିତ କରିବା ଲାଗି ପ୍ରୋଜେକ୍ଟ ପଞ୍ଚତ୍ି କାର୍ଯ୍ୟ କରୁଛି। ଅନଗ୍ରସର ଅଞ୍ଚଳର ଝିଅମାନେ ସମ୍ମୁଖୀନ ହେଉଥିବା ଆହ୍ବାନକୁ ଏହା ସମାଧାନ କରିଥାଏ। ସେହିପରି ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ପ୍ରଶିକ୍ଷଣ ଯୋଗାଇବାଦେବାରେ ଏହି ପ୍ରକଳ୍ପ ସେମାନଙ୍କ ନିଯୁକ୍ତି ଟାର୍ଗେଟକୁ ଧ୍ୟାନ ଦେଇଥାଏ। ଆର୍ଥିକ ଓ ସାମାଜିକ ପ୍ରତିବନ୍ଧକରୁ ସେମାନଙ୍କୁ ମୁକ୍ତକରି ସେମାନଙ୍କୁ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ତଥା ସଫଳତା ପାଇଁ ବେଦାନ୍ତ ଆଲୁମିନିୟମ କାର୍ଯ୍ୟ କରୁଛି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା କହିଥିଲେ, ଆମେ ପରିବର୍ତ୍ତନଶୀଳ ପରିବର୍ତ୍ତନ ଲାଗି ଅନୁକ୍ରମଣିକା ଭାବେ ବାଳିକାଙ୍କ ଶିକ୍ଷା ଓ ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ ରହିଛୁ। ଏପରିକି ଆମର ଲକ୍ଷ୍ୟ କେବଳ ବାଳିକାମାନଙ୍କୁ ସଶକ୍ତ କରିବା ନୁହେଁ ବରଂ ସେମାନଙ୍କ ପାଇଁ ରହିଥିବା ସାମାଜିକ ପ୍ରତିବନ୍ଧକ ଦୂରକରି ସେମାନଙ୍କ ଭବିଷ୍ୟତକୁ ସୁଗମ କରିବା। ଯେହେତୁ ଆମେ ସବୁ କାର୍ଯ୍ୟ ପରିସରରେ ୩୦% ମହିଳାମାନଙ୍କୁ ପ୍ରାଧ୍ୟାନ୍ୟ ଦେବା ଲକ୍ଷ୍ୟ ରଖିଛୁ ଓ ୨୦୩୦ସୁଦ୍ଧା ଆମର ଏହି ଲକ୍ଷ୍ୟ ପୂରଣ କରିବାକୁ ଚାହୁଁଛୁ।
ଏହା ବ୍ୟତୀତ ବେଦାନ୍ତ ଆଲୁମିନିୟମ କଲେଜ ବାହାରେ ଯୁବତୀମାନଙ୍କ ଲାଗି ଏକ ନିରାପଦ ଓ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ କ୍ଷେତ୍ର ପ୍ରସ୍ତୁତ କରିବାକୁ ଉତ୍ସର୍ଗୀକୃତ ରହିଛି। ମହିଳାମାନଙ୍କ ପାଇଁ ସବୁ ପ୍ରକାର ସୁରକ୍ଷା ଯୋଗାଇବା ଦେବାରେ କମ୍ପାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲାବେଳେ ୨୦୩୦ ସୁଦ୍ଧା ୩୦% ମହିଳାଙ୍କୁ କର୍ମକ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ ଲାଗି କମ୍ପାନୀ ଲକ୍ଷ୍ୟ ରଖିଛ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଓ ପ୍ଲାଟ୍‌ଫର୍ମରେ ଏଚ୍‌ ଆଣ୍ଡ ଏମ୍‌ର ଶୁଭାରମ୍ଭ

ମୁମ୍ବାଇ,୨୭।୯: ଭାରତର ପ୍ରିମିୟର ଫ୍ୟାଶନ ଇ-ଟେଲର ଆଜିଓ ପ୍ଲାଟ୍‌ଫର୍ମରେ ଫ୍ୟାଶନ ଏବଂ ଗୁଣବତ୍ତା ପାଇଁ ଜଣାଶୁଣା ପ୍ରିମିୟମ ଗାର୍ମେଣ୍ଟ ବ୍ରାଣ୍ଡ୍‌ ଏଚ୍‌ ଆଣ୍ଡ ଏମ୍‌ର ଶୁଭାରମ୍ଭ...

ସେନ୍‌ସେକ୍ସ ୮୬,୦୦୦ ଅଙ୍କର ନିକଟବର୍ତ୍ତୀ

ମୁମ୍ବାଇ,୨୭।୯: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଓ ଦରବୃଦ୍ଧି ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ୍‌ ମାର୍କେଟ ବେଞ୍ଚମାର୍କ (ଇକ୍ୟୁଟି ବଜାର)ର କାରବାର ବେଶ୍‌ ଉତ୍ସାହଜନକ ରହିଛି। ଏପରିକି ପୁଞ୍ଜିବଜାରର...

ଚାନ୍ଦି ଭଣ୍ଡାରର ନୂତନ କଲେକ୍ସନ

ଭୁବନେଶ୍ୱର,୨୬।୯: ରାଜ୍ୟର ଅଗ୍ରଣୀ ରୁପା ଅଳଙ୍କାର ପ୍ରତିଷ୍ଠାନ ତଥା ସିଲ୍‌ଭର ଚେନ୍‌ ବ୍ରାଣ୍ଡ ‘ଚାନ୍ଦି ଭଣ୍ଡାର’ ପକ୍ଷରୁ ଚଳିତ ବର୍ଷର ପାର୍ବଣ ପ୍ରସ୍ତୁତି (ଦୁର୍ଗାପୂଜା ସେଲିବ୍ରେଶନ)...

ସମ୍ବଲପୁରରେ ମାଲାବାରର ନୂତନ ଷ୍ଟୋର

ଭୁବନେଶ୍ୱର,୨୬।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂତନ ଷ୍ଟୋର ସମ୍ବଲପୁର (ଓଡ଼ିଶା)...

ସର୍ବୋଚ୍ଚ ସ୍ତରରେ ଶେୟାର ବଜାର କାରବାର

ମୁମ୍ବାଇ,୨୬।୯: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ୍‌ ମାକେର୍ଟ ପ୍ରଥମ ଥର ପାଇଁ ଏକ ନୂଆ ମାଇଲଖୁଣ୍ଟ ସହ ଐତିହାସିକ ରେକର୍ଡ ସ୍ଥାପନ କରିଛି। ଏପରିକି...

୩୧ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର: ୨୪,୧୬୨ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୪।୯: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ୧୩୧ତମ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ( ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି) ବୈଠକ ଆଜି...

ଚର୍ଚ୍ଚା ମଧ୍ୟରେ ବଡ଼ ପ୍ରତିକ୍ରିୟା ଦେଲା JSW, ଓଡ଼ିଶାରୁ ଓହରି ନାହିଁ କମ୍ପାନୀ

ଭୁବନେଶ୍ୱର,୨୪।୯: ଓଡ଼ିଶାରେ ପ୍ରସ୍ତାବିତ ୪୦,୦୦୦ କୋଟି ଟଙ୍କାର ବୈଦୁତିକ ଯାନ(ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପକୁ ପ୍ରତ୍ୟାହାର କରୁନାହିଁ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର...

ନୂତନ ସଦସ୍ୟତାରେ ଇପିଏଫ୍‌ଓର ରେକର୍ଡ

ଭୁବନେଶ୍ୱର,୨୪।୯ (ଅନୁରାଧା ମହାରଣା): କେନ୍ଦ୍ର ଶ୍ରମ ଓ ରୋଜଗାର ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ସୋମବାର ଜୁଲାଇ ୨୦୨୪ ପାଇଁ କର୍ମଚାରୀ ଭବିଷ୍ୟନିଧି ସଂସ୍ଥାନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri