ଭୁବନେଶ୍ୱର,୧୩ା୭(ବ୍ୟୁରୋ)- ୨୦୩୦ ମସିହା ସୁଦ୍ଧା ଭାରତୀୟ ରେଳ ବ୍ୟବସ୍ଥାକୁ ଗ୍ରୀନ ରେଳବାଇ(ଶୂନ୍ୟ ଅଙ୍ଗାରକାମ୍ଳ ର୍ନିଗମନ)ରେ ପରିଣତ କରାଯିବ। ସମ୍ପୂର୍ଣ୍ଣ ବିଦ୍ୟୁତିକରଣ ସହ ଲୋକୋମୋଟିଭରେ ଶକ୍ତି ସକ୍ରିୟତା ବୃଦ୍ଧି, ଇନଷ୍ଟଲେସନ/ଷ୍ଟେସନଗୁଡ଼ିକୁ ଗ୍ରୀନ ସାର୍ଟିଫିକେସନ କରାଯିବ। ରେଳ ବଗିଗୁଡ଼ିକରେ ବାୟୋ ଶୌଚାଗାର ଖଞ୍ଜାଯିବ ଏବଂ ପାରମ୍ପରିକ ଶକ୍ତି ପରିବର୍ତ୍ତେ ସେସବୁକୁ ଅକ୍ଷୟ ଶକ୍ତିକ୍ଷମ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ଭାରତୀୟ ରେଳବାଇ ଜିରୋ କାର୍ବନ ର୍ନିଗମନ ଲକ୍ଷ୍ୟ ହାସଲ କରାଯାଇପାରିବ। ୨୦୨୩ ଡିସେମ୍ବର ସୁଦ୍ଧା ଦେଶର ସବୁ ବ୍ରଡ୍ ଗେଜ୍ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସଂପୂର୍ଣ୍ଣ କରାଯିବ। ସୌର ଓ ବାୟୁରୁ ଉତ୍ପାଦିତ ଶକ୍ତି ରେଳବାଇ ବିଜୁଳି ଗ୍ରୀଡ୍କୁ ଇନ୍ଧନ ଯୋଗାଇବ। ଏବେ ସୁଦ୍ଧା ୪୦ ହଜାର ଆର୍କେଏମ୍ ବିଦ୍ୟୁତିକରଣ କାର୍ଯ୍ୟ ଶେଷ ହୋଇଥିବା କୁହାଯାଇଛି। ଭାରତୀୟ ରେଳବାଇ ନିକଟରେ ୫୧ ହଜାର ହେକ୍ଟର ଜମି ରହିଥିବା ବେଳେ ଏଥିରେ ୨୦ ଜିଗାୱାଟର ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ କରାଯାଇପାରିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।