ଆଗାମୀ ୨୦୪୭ ସୁଦ୍ଧା ଓଡ଼ିଆମାନେ ବିଶ୍ୱ ଅର୍ଥନୀତିର ନେତୃତ୍ୱ ନେବେ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୪।୧୧: ଆଗାମୀ ୨୦୪୭ ସୁଦ୍ଧା ଓଡ଼ିଆମାନେ ବିଶ୍ୱ ଅର୍ଥନୀତିର ନେତୃତ୍ୱ ନେବେ। ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ସଂସ୍ଥାନ-ଏନ୍‌‌ଏସ୍‌‌ଟିଆଇପ୍ଲସ୍‌‌ ଭୁବନେଶ୍ୱରର ଶିଳାନ୍ୟାସ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ସଂସ୍ଥାନ ଗରିବ ପିଲାଙ୍କ ପାଇଁ ଗୁରୁକୁଳ ଭଳି କାର୍ଯ୍ୟ କରିବ।

ଏହା ମାଧ୍ୟମରେ ୨୦୨୩-୨୪ ଆର୍ଥିକବର୍ଷରେ ୧ ଲକ୍ଷ ୨୫ ହଜାର ଲୋକଙ୍କୁ ଆଧୁନିକ ଦକ୍ଷତା କୌଶଳ ପ୍ରଶିକ୍ଷଣ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ସେ କହିଛନ୍ତି, ବର୍ତ୍ତମାନ ଓଡ଼ିଶାରେ ୧୫ ରୁ ୫୯ ବର୍ଷ ବର୍ଗ ମଧ୍ୟରେ ୨ କୋଟି ୫୧ ଲକ୍ଷ ଲୋକ ଅଛନ୍ତି। ସେଥିମଧ୍ୟରୁ ୫୭ ଭାଗ ଲୋକ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ସ୍କିଲିଂ, ରି-ସ୍କିଲିଂ ଓ ଅପ୍‌‌ସ୍କିଲିଂର ପ୍ରଶିକ୍ଷଣ ଦେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସୂଚନାଅନୁସାରେ ଏନ୍‌‌ଏସ୍‌‌ଟିଆଇପ୍ଲସ୍‌‌ ଯୁବପିଢ଼ିଙ୍କ ପାଇଁ ଇଣ୍ଡଷ୍ଟ୍ରି ୪.୦
ଆଧାରିତ ଦକ୍ଷତା ବିକାଶ ପାଇଁ ଏକକୀକୃତ କମ୍ପେ୍ଲକ୍ସ ଏହା ମାଧ୍ୟମରେ
ଉଦ୍ୟୋଗ ଜଗତର ଚାହିଦା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ମାଷ୍ଟ୍ରର ଟ୍ରେନିଂ
ପ୍ରଦାନ କରାଯିବ। ଏଥିରେ ଇଞ୍ଜିନିୟର, ସୁପରଭାଇଜର, ଟେକ୍ସିସିଆନ୍‌‌
ଏବଂ ବିଭିନ୍ନ ସଂସ୍ଥାମାନଙ୍କ ପାଇଁ ସଦସ୍ୟମାନଙ୍କୁ ମଧ୍ୟ ଆଧୁନିକ ପ୍ରଶିକ୍ଷଣ
ଦିଆଯିବ।

Share