ଏହି ପ୍ରଶ୍ନର ଉତ୍ତର ଦେଇ ବିଶ୍ୱସୁନ୍ଦରୀ ହୋଇଥିଲେ ମାନୁଷୀ

୨୦୦୦ ମସିହାରେ ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମିସ ୱାଲର୍‌ଡ ହୋଇଥିଲେ ଏବଂ ସେ ଦେଶର ନାମକୁ ଉଜ୍ଜ୍ୱଳ କରିଥିଲେ। ତା’ପରେ ୧୭ ବର୍ଷର ଦୀର୍ଘ ଅପେକ୍ଷା ପରେ ହରିୟାଣାର ମାନୁଷୀ ଚିଲାର ଏହି ଟାଇଟଲ ଜିତିଥିଲେ। ୨୦୧୭ରେ, ମାନୁଷୀ କେବଳ ମିସ ୱାଲର୍‌ଡର ମୁକୁଟ ନୁହେଁ ବରଂ ତାଙ୍କ ଉତ୍ତର ସହିତ ଲୋକଙ୍କ ହୃଦୟ ମଧ୍ୟ ଜିତିଥିଲେ। ମେ ୧୪, ୧୯୯୭ରେ ହରିୟାଣାର ରୋହତକରେ ଜନ୍ମଗ୍ରହଣ କରିଥିବା ମାନୁଷୀ ଚିଲାର ଆଜି ତାଙ୍କର ୨୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଚାଇନାର ସାନିଆ ସହର ଏରେନମ୍‌ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମାନୁଷୀ ୧୦୭ ଦେଶର ସୁନ୍ଦରୀଙ୍କୁୁ ପରାସ୍ତ କରି ତାଙ୍କ ନାମରେ ଏହି ମୁକୁଟ ଜିତିଥିଲେ। ଭାରତ ପାଇଁ ଏହି ମୁକୁଟ ପାଇବାରେ ମାନୁଷୀ ଷଷ୍ଠ ମହିଳା ଥିଲେ। ମାନୁଷୀ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହିତ ଖୁବଶୀଘ୍ର ଫିଲ୍ମକୁ ଆସିବେ।
ମିସ୍‌ ୱାଲର୍‌ଡର ଶେଷ ରାଉଣ୍ଡରେ ମାନୁଷୀ ଚିଲାରଙ୍କୁ ପଚରାଯାଇଥିଲା, ଏହି ଦୁନିଆରେ କେଉଁ ବୃତ୍ତିରେ ସେ ସର୍ବାଧିକ ବେତନ ପାଇବାକୁ ଯୋଗ୍ୟ? ଏହି ପ୍ରଶ୍ନ ଉପରେ ମାନୁଶି ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ କହିଥିଲେ, ଯେମିତି ମୁଁ ମୋ ମା’ଙ୍କ ଅତି ନିକଟତର, ତେବେ ମୁଁ ଟଙ୍କା ବିଷୟରେ କଥାବାର୍ତ୍ତା କରିପାରିବି ନାହିଁ । ହଁ, ପ୍ରତ୍ୟେକ ମା ନିଜ ସନ୍ତାନର ସ୍ବପ୍ନକୁ ପୂରଣ କରିବା ପାଇଁ ବଳିଦାନ ଦିଅନ୍ତି, ତେଣୁ ସମ୍ମାନ ଏବଂ ପ୍ରେମ ବିଷୟରେ କହିବାକୁ ଗଲେ, ମୋ ଆଖିରେ ସର୍ବୋଚ୍ଚ ସମ୍ମାନ ଏବଂ ଦରମା ପାଇବା ପାଇଁ ମା’ଙ୍କର ଅଧିକାର ଅଛି।
ମାନୁଷୀଙ୍କ ଏହି ଉତ୍ତର ଶୁଣିବା ମାତ୍ରେ ଲୋକମାନେ କରତାଳି ଦେବା ଆରମ୍ଭ କଲେ। ତାଙ୍କ ଉତ୍ତର ଜଜ ଠାରୁ ଆରମ୍ଭ କରି ତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଭାବିତ କରିଥିଲା ଏବଂ ଏହିପରି ସେ ମିସ ୱାଲର୍‌ଡ ଟାଇଟଲ ଜିତିଥିଲେ। ମାନୁଷୀଙ୍କ ପୂର୍ବରୁ ରୀତା ଫାରିଆ (୧୯୬୬), ଯୁକ୍ତା ମୁଖୀ (୧୯୯୯) ଡାଏନା ହେଡେନ (୧୯୯୭) ଐଶ୍ୱର୍ଯ୍ୟା ରାୟ (୧୯୯୪) ଏବଂ ପ୍ରିୟଙ୍କା ଚୋପ୍ରା (୨୦୦୦) ବିଶ୍ୱ ସୁନ୍ଦରୀ ଆଖ୍ୟା ଅର୍ଜନ କରିଛନ୍ତି।

Share