ଶେଷକୃତ୍ୟରେ ଯୋଗଦେଇ ୨୧ ଜଣଙ୍କ ଜୀବନ ଗଲା

ଜୟପୁର, ୯ା୫: ରାଜସ୍ଥାନର ସିକର ଜିଲାରେ ଜଣେ କରୋନା ମୃତକଙ୍କ ସତ୍କାର କାର୍ଯ୍ୟରେ ଯୋଗଦେଇଥିବା ୧୫୦ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ଏପ୍ରିଲ ୧୫ରୁ ମେ ୫ ତାରିଖ ମଧ୍ୟରେ ସେମାନଙ୍କ ମଧ୍ୟରୁ କରୋନାରେ ସଂକ୍ରମିତ ହୋଇ ୪ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ପ୍ରଶାସନିକ ସୂଚନା ଅନୁଯାୟୀ, ଏପ୍ରିଲ ୨୧ରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଶେଷକୃତ୍ୟରେ ଗ୍ରାମର ୧୫୦ ଲୋକ ସାମିଲ ହୋଇଥିଲେ। ଏପରିକି କୋଭିଡ୍‌ ପ୍ରୋଟୋକଲ ଭାଙ୍ଗି ମୃତଦେହକୁ ପ୍ଲାଷ୍ଟିକ୍‌ ପ୍ୟାକେଟରୁ ବାହାର କରିଦିଆଯାଇଥିଲା। ପରେ ଅନ୍ୟମାନେ କ୍ରମାଗତ ଭାବେ କରୋନାରେ ସଂକ୍ରମିତ ହୋଇଥିଲେ। ବିଶେଷକରି ଏଥିରେ ସାମିଲ ହୋଇଥିବା ବୟସ୍କ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ୧୪୭ ଜଣକ ନମୁନା ସଂଗ୍ରହ କରାଯାଇଥିବାବେଳେ ମୃତ୍ୟୁ ଘଟିଥିବା ୪ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଅନ୍ୟମାନଙ୍କୁ ନିରୀକ୍ଷଣରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

Share