ଡିସେମ୍ବର ସୁଦ୍ଧା ଗୋଶାଳା, ଏମ୍‌ସିସି ଖୋଲିବ

କଟକ ଅଫିସ, ୭ା୧୨: ସହରରେ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଆଗାମୀ ଦିନରେ ମୋଟ ୧୮ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ଖୋଲାଯିବ। ଏନେଇ ସିଏମ୍‌ସି ବିଜୁ ଭବନଠାରେ ମଙ୍ଗଳବାର ଏକ ସମୀକ୍ଷା ବୈଠକରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ ପୌରୋହିତ୍ୟ କରିଥିଲେ। ସହରରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ଗୁରୁତ୍ୱ ଦିଆଯିବା ସହ ସୁସଙ୍ଗଠିତ ଢଙ୍ଗରେ ଏହାକୁ କାର୍ଯ୍ୟକ୍ଷମ କରାଯିବା ସମ୍ପର୍କରେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ା
ପ୍ରଥମଥର ପାଇଁ ସିଏମ୍‌ସିର ୫୬, ୫୭, ୫୮ ଓ ୫୯ ନମ୍ବର ୱାର୍ଡର ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଘରକୁ ଘର ଗାଡି ବୁଲି ଆବର୍ଜନା ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେଥିପାଇଁ ନିକଟସ୍ଥ ନୟାହାଟଠାରେ ଏକ ଏମ୍‌ସିସି ଖୋଲାଯାଇଛି। ସେଠାରେ ଓଦା ଓ ଶୁଖିଲା ଅଳିଆକୁ ଅଲଗା କରାଯାଇ ମ୍ୟୋଟେରିଆଲ ରିକଭରି ଫାସିଲିଟି (ଏମ୍‌ଆର୍‌ଏଫ୍‌) ଜରିଆରେ ଶୁଖିଲା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ କାର୍ଯ୍ୟ କରାଯାଇଛି। ଡିସେମ୍ବର ଶେଷ ସୁଦ୍ଧା ନୟାବଜାରସ୍ଥିତ ଗୋଶାଳା ଓ ଯୋବ୍ରାରେ ଆଉ ଦୁଇଟି ଏମ୍‌ସିସି କାର୍ଯ୍ୟକ୍ଷମ କରାଯିବା ପାଇଁ କମିଶନର ନିର୍ଦ୍ଦେଶ ଦେବା ସହ ଏହାର ଭିତ୍ତିଭୂମି ଓ ଯନ୍ତ୍ରପାତି ସ୍ଥାପନ ସଂକ୍ରାନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଯନ୍ତ୍ରୀମାନଙ୍କୁ ତାଗିଦ୍‌ କରିଛନ୍ତି ା ପରବର୍ତ୍ତୀ ପର୍ଯ୍ୟାୟରେ ଷଣ୍ଢପୁର, ଉତ୍ତମାପୁର, ବକ୍ସିବଜାର ଅଞ୍ଚଳ ପୁରୁଣା କିଲ୍‌ଖାନା ନିକଟରେ ୪ଟି ଏମ୍‌ସିସି ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବୈଠକରେ ସିଏମ୍‌ସି ଡେପୁଟି କମିଶନର ସଞ୍ଜିବୀତା ରାୟଙ୍କ ସମେତ ବିଭାଗୀୟ ଯନ୍ତ୍ରୀ, ପରିମଳ ବିଶେଷଜ୍ଞ ଓ ଅନ୍ୟମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଧାନ ମଣ୍ଡିକୁ ନେଇ ବିବାଦ: ଧାରଣା ଦେଲେ ଖେଳାଳି

ହିଞ୍ଜିଳିକାଟୁ,୨୩।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁରେ ଆରଏମସି ମାକେର୍ଟ ୟାର୍ଡ ମଧ୍ୟରେ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡି...

ରାଜ୍ୟରେ ୪୦୦୦ ଖାଲି କନିଷ୍ଠ ଶିକ୍ଷକ ପଦବୀ ପୂରଣ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୩ା୧୨: ରାଜ୍ୟରେ କନିଷ୍ଠ ଶିକ୍ଷକ ପଦବୀ ନିଯୁକ୍ତିକୁ ନେଇ ଚାଲିଥିବା ବିବାଦରେ ପୁଣିଥରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ସଦ୍ୟତମ ବିକାଶରେ ହାଇକୋର୍ଟ ନୂତନ କଟ୍ ମାର୍କ...

ଲାଞ୍ଚ ନେବାବେଳେ ବ୍ଲକ ଯୋଗାଣ ସାହାୟିକାଙ୍କ ଉପରେ ମାଡିବସିଲା ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ଚଢାଉ

କୋରାପୁଟ,୨୩।୧୨ ( ଅମିତାଭ ବେହେରା ): ଭିଜିଲାନ୍ସ ଜାଲରେ ପଡିଲେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା। କୋରାପୁଟ ଜିଲାର ଦଶମନ୍ତପୁର...

ସ୍ଥାୟୀ ବିଇଓ ନିଯୁକ୍ତି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀ (ବିଇଓ )ସ୍ଥାୟୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି। ଉକ୍ତ ବ୍ଲକର...

ମନ୍ତ୍ରୀ କଲେ ବଡ଼ ଖୁଲାସା: ”ରାଜ୍ୟରେ ଏବେ ବି ରହିଛି ବିଜେଡି ଶାସନ ଚାପ”

କେସିଙ୍ଗା, ୨୩।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଗସ୍ତରେ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ...

ବୁଢା ଡଙ୍ଗର ଲକୋମହୋତ୍ସବ ଆରମ୍ଭ: ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା୨୩।୧୨: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢା ଡଙ୍ଗର ଲୋକ ମହୋତ୍ସବ ରବିବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ସ୍ଥାନୀୟ...

ଗୋଟେ ଲଘୁଚାପ ଯାଉଯାଉ ପୁଣି ଆସୁଛି ଆଉ ଏକ ଲଘୁଚାପ, ଚାଷୀ ଛାନିଆ

ନିରାକାରପୁର, ୨୩।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଚଳିତ ମାସରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଚାଷୀ ମେରୁଦଣ୍ଡକୁ ଦୋହଲେଇଦେଇଥିବା ବେଳେ ପୁଣି ଆଉ ଗୋଟିଏ ଲଘୁଚାପ...

ଆଉ ଦିନକ ପରେ ବଡଦିନ: ରାଇକିଆ ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ,୨୩।୧୨(ପ୍ରଦୀପ ବେହେରା): ଆଉ ଦିନକ ପରେ ବଡଦିନ। ଏନେଇ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସଜସଜ୍ଜା ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି ଚାଲିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri