Categories: ଜାତୀୟ

୫୭ ଆସନରେ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ,୨୯ ।୯: ନିବାଚନ କମିଶନ ମଧ୍ୟପ୍ରଦେଶ, ଗୁଜରାଟ, ଓଡ଼ିଶା, ନାଗାଲାଣ୍ଡ, ମଣିପୁର ସମେତ ୫୬ ବିଧାନସଭା ଆସନ ଓ ଗୋଟିଏ ଲୋକ ସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି । ଏହି ଆସନରେ ନଭେମ୍ବର ୩ରେ ଭୋଟ ଗ୍ରହଣ କରାଯିବ ଓ ନଭେମ୍ବର ୧୦ରେ ଗଣତି ହେବ । ତେବେ ଆସାମ, କେରଳ, ତାମିଲନାଡୁ ଓ ପଶ୍ଚିମବଙ୍ଗର ୭ ଆସନରେ ଉପନିର୍ବାଚନ ହେବନାହିଁ । ଏସବୁ ରାଜ୍ୟର ନିର୍ବାଚନ କମିଶନଙ୍କ ଦ୍ୱାରା ମିଳିଥିବା ଇନପୁଟ ଆଧାରରେ ଏଠାରେ ନିର୍ବାଚନ ସମ୍ଭବ ନୁହେଁ ବୋଲି ନିର୍ବାଚନ କମିଶନ କହିଛନ୍ତି ।

Share