Categories: ଜାତୀୟ

ପୁରୁଣା ଆସନରୁ ଲଢିବେ ମମତା

କୋଲକାତା,୪।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ ଭବାନୀପୁର ନିର୍ବାଚନ ମଣ୍ଡଳି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏନେଇ ନିର୍ବାଚନ ଆୟୋଗ ଶନିବାର ବିଜ୍ଞପ୍ତି ଜାରି କରିଛନ୍ତି । ଏହି ଆସନରେ ସେପ୍ଟେମ୍ବର ୩୦ରେ ଉପ ନିର୍ବାଚନ ହେବ।

ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ, ଅକ୍ଟୋବର ୩ ତାରିଖରେ ଭୋଟ ଗଣତି କରାଯିବ। ସେହିପରି ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ସମସେରଗଞ୍ଜ, ଜଙ୍ଗୀପୁର ଓ ଓଡ଼ିଶାର ପିପିଲି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବାର ଅଛି।

ଅନ୍ୟପକ୍ଷେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଅନ୍ୟ ୩୧ଟି ବିଧାନ ସଭା ଆସନରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିଛନ୍ତି।

ସୂଚନା ଯୋଗ୍ୟ, ୨୦୨୧ ପଞ୍ଚିମବଙ୍ଗ ବିଧାନ ସଭା ନିର୍ବାଚନରେ ମମତା ଭବାନୀପୁର ଆଶନ ଛାଡି ନନ୍ଦିଗ୍ରାମରେ ନିର୍ବାଚନ ଲଢିଥିଲେ। ହେଲେ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରେ ବିଜୟୀ ହୋଇଥିଲେ।

Share