ଶେଷ ହେଲା ତିର୍ତ୍ତୋଲ, ବାଲେଶ୍ୱର ଉପନିର୍ବାଚନ: ଇଭିଏମ୍‌ରେ ସିଲ୍‌ ୧୫ ଜଣଙ୍କ ଭାଗ୍ୟ

ଭୁବନେଶ୍ୱର,୩ା୧୧(ବ୍ୟୁରୋ)-ତିର୍ତ୍ତୋଲ ଏବଂ ବାଲେଶ୍ୱର ବିଧାନସଭା ଉପନିର୍ବାଚନ ମଙ୍ଗଳବାର ଶେଷ ହୋଇଛି। ଉଭୟ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ନିର୍ବାଚନ ମଣ୍ଡଳୀରେ ୭୦ ପ୍ରତିଶତ ମତଦାନ ହୋଇଛି। ବାଲେଶ୍ୱରରେ ସନ୍ଧ୍ୟା ୬ଟା ସୁଦ୍ଧା ୭୧ ପ୍ରତିଶତ ମତଦାନ ହୋଇଥିବା ବେଳେ ତିର୍ତ୍ତୋଲରେ ୬୯.୯୯ ପ୍ରତିଶତ ହୋଇଛି। ଭୋଟଗ୍ରହଣ ମଙ୍ଗଳବାର ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ଯାଏ ଚାଲିଥିଲା। ଭୋଟଗ୍ରହଣ ଶାନ୍ତିଶୃ୍‌ଙ୍ଖଳାର ସହ ଶେଷ ହୋଇଛି। କୌଣସି ଗଣ୍ଡୋଗୋଳ ହୋଇ ନ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

Share