Categories: ଜାତୀୟ

ଗୋଟିଏ ଲୋକ ସଭା, ୪ ବିଧାନସଭା ଆସନର ଆସିବ ଫଳାଫଳ

ନୂଆଦିଲ୍ଲୀ,୧୬ ।୪: ଦେଶର ଗୋଟିଏ ଲୋକ ସଭା ଓ ୪ ବିଧାନସଭା ଆସନ ଲାଗି ହୋଇଥିବା ଉପ ନିର୍ବାଚନର ଭୋଟ ଗଣତି ଶନିବାର ସକାଳ ୮ଟାରୁ ଆରମ୍ଭ ହେବ । ତେବେ ଦ୍ୱିପ୍ରହର ସୁଦ୍ଧା ପ୍ରାର୍ଥୀଙ୍କ ବିଜୟ ପରାଜୟକୁ ନେଇ ସ୍ପଷ୍ଟ ସୂଚନା ଆସିପାରେ । ଏଥିରେ ପଶ୍ଚିମବଙ୍ଗର ଆସନସୋଲା ଲୋକ ସଭା ଆସନ ସହ ଛତିଶଗଡ, ମହାରାଷ୍ଟ୍ର ଓ ବିହାରର ଗୋଟିଏ ଗୋଟିଏ ବିଧାନସଭା ଆସନ ସାମିଲ ରହିଛି । ଏହିସବୁ ଆସନରେ ୧୨ ଏପ୍ରିଲରେ ମତଦାନ ହୋଇଥିଲା ।
ପଶ୍ଚିମବଙ୍ଗର ଆସନସୋଲା ଲୋକସଭା ଆସନ ପାଇଁ ତୃଣ ମୂଳ କଂଗ୍ରେସ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଟିକେଟ ଦେଇଥିଲା । ଏହି ହାଇ ପ୍ରୋଫାଇଲ ଆସନରେ ସିହ୍ନାଙ୍କୁ ସାମ୍ନା କରୁଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଅଗ୍ନିମିତ୍ର ପାଲ । ବାବୁଲ ସୁପ୍ରିୟୋ ଇସ୍ତଫା ଦେବା ପରେ ଏହା ଖାଲି ପଡିଥିଲା । ସୂଚନାଯୋଗ୍ୟ, ଗାୟକରୁ ରାଜନେତା ହୋଇଥିବା ସୁପ୍ରିୟୋ ଭାଜପା ଛାଡି ତୃଣ ମୂଳ କଂଗ୍ରେସରେ ଯୋଗ ଦେଇଥିଲେ ।

Share