ଉପନିର୍ବାଚନ: ୧୧ଟା ସୁଦ୍ଧା ମତଦାନ ହାର ୨୬.୨୪ %

ଭୁବନେଶ୍ୱର,୩ା୧୧(ବ୍ୟୁରୋ): ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ କଡ଼ା କଟକଣା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଏହି ମତଦାନ ଜାରି ରହିଥିବା ବେଳେ ଦିନ ୧୧ଟା ସୁଦ୍ଧା ହାରାହାରି ୨୬.୨୪ % ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ୧୧ ଟା ସୁଦ୍ଧା ବାଲେଶ୍ୱରରେ ହାରାହାରି ୨୭.୬% ଓ ତିର୍ତ୍ତୋଲରେ ୨୪.୯୩ % ମତଦାନ ହୋଇଥିବା ସୂଚନା ମିଳିଛି।

Share