ନୂଆଦିଲ୍ଲୀ,୩।୧୧: ଦେଶର ୬ ଟି ରାଜ୍ୟରେ ୭ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଛି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ଭାରତୀୟ ଜନତା ପାର୍ଟି ଏବଂ ଆଞ୍ଚଳିକ ଦଳ ମଧ୍ୟରେ। ନଭେମ୍ବର ୬ ରେ ଭୋଟ ଗଣନା କରାଯିବ।
ବିହାରର ମୋକାମା ଏବଂ ଗୋପାଳଗଞ୍ଜ, ହରିୟାଣାର ଆଦମପୁର, ତେଲେଙ୍ଗାନାର ମନୁଗୋଡା, ଉତ୍ତରପ୍ରଦେଶର ଗୋଲା ଗୋକୁର୍ନନାଥ, ଓଡିଶାର ଧାମନଗର ଏବଂ ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ମତଦାନ କେନ୍ଦ୍ରରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।