Advertisement

ଅନକ୍ଲେମଡ ଆକାଉଣ୍ଟରୁ ୪୨,୨୭୨କୋଟି ଟଙ୍କା ପଠାଯାଇଛି: ଆରବିଆଇ

ନୂଆଦିଲ୍ଲୀ,୧୪।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗତବର୍ଷ ଏପ୍ରିଲରେ ଉଦଗ୍ୟମ (Unclaimed Deposits Gateway to Access inforMation) ନାମକ ଏକ ପୋର୍ଟାଲ ଲଞ୍ଚ କରିଛି। ଏହି ପୋର୍ଟାଲ ମାଧ୍ୟମରେ ଅନକ୍ଲେମଡ ବା ବେନାମୀ ଆକାଉଣ୍ଟଗୁଡ଼ିକ ବିଷୟରେ ସୂଚନା ମିଳିପାରୁଛି। ତେବେ କିଛି ଲୋକ ଅନଲାଇନ ଅକାଉଣ୍ଟ ପରିଚାଳନା କରି ନ ପାରି, ଓ୍ବେବସାଇଟ୍‌ ଓ ଆପ୍‌ରେ ଲଗ ଇନ୍‌ କରି ନ ପାରି କିମ୍ବା ପାସଓ୍ବାର୍ଡ ଭୁଲିବା ଯୋଗୁ ସେମାନଙ୍କ ଆକାଉଣ୍ଟ ଡିଆକ୍ଟିଭ ହୋଇଯାଏ। ଏଥିଯୋଗୁ ସେମାନେ ତାଙ୍କ ଜମାଟଙ୍କା ଫେରି ପାରନ୍ତି ନାହିଁ। କିନ୍ତୁ ଆରବିଆଇ ଦ୍ୱାରା ଲଞ୍ଚ କରାଯାଇଥିବା ଏହି ପୋର୍ଟାଲ ଯୋଗୁ ସେହି ଜମା ଟଙ୍କା ନିଜସ୍ବ ମାଲିକ ପାଖକୁ ଫେରାଯାଇ ପାରୁଛି। ତେବେ ମାର୍ଚ୍ଚ ୨୦୨୩ ସୁଦ୍ଧା ଏହି ପୋର୍ଟାଲ ଦ୍ୱାରା ଆରବିଆଇ ଶିକ୍ଷା ଓ ସଚେତନତା ପାଣ୍ଠିକୁ ପ୍ରାୟ ୪୨,୨୭୨ କୋଟି ଟଙ୍କା ସ୍ଥାନାନ୍ତର କରିଛି ବୋଲି କହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share