ମାର୍ଚ୍ଚ ସୁଦ୍ଧା ଦଶପଲ୍ଲାକୁ ଗଡ଼ି ନ ପାରେ ଟ୍ରେନ୍‌

ନୟାଗଡ଼ ଅଫିସ,୮ା୨: ପୂର୍ବତଟ ରେଳପଥ ଅଧୀନରେ ଥିବା ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ରେଳପଥ ନିର୍ମାଣର କଚ୍ଛପ ଗତି ଯୋଗୁ କାମ ତ୍ୱରାନ୍ବିତ ହୋଇ ପାରୁନି ବୋଲି ଅଭିଯୋଗ ହୋଇ ଆସୁଛି। ଏଣୁ ମାର୍ଚ୍ଚ ଶେଷ ସୁଦ୍ଧା ଦଶପଲ୍ଲାକୁ ରେଳ ଚଳାଚଳ କରିପାରିବ ନାହିଁ ବୋଲିି ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ର ରେଳମନ୍ତ୍ରୀ ଘୋଷଣା କରିଥିଲେ ୨୦୨୩ ମାର୍ଚ୍ଚ ସୁଦ୍ଧା ଦଶପଲ୍ଲାକୁ ରେଳପଥ ନିର୍ମାଣ ହେବ। ତେବେ ବିଭାଗୀୟ ମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହୋଇ ପାରିବ ନାହିଁ ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷେ ରେଳପଥ ପାଇଁ ଅନୁଦାନ ବଢ଼ି ଚାଲିଛି। ରେଳପଥର କାମ ତ୍ୱରାନ୍ବିତ ହେଉ ନ ଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଲାଣି। ଅନ୍ୟପକ୍ଷେ ଉକ୍ତ ପ୍ରକଳ୍ପ ଅଧୀନ ୩୦୬.୨୫ କିମି ରେଳପଥ ମଧ୍ୟରୁ ୧୧୨ କିମି କାମ ଶେଷ ହୋଇଛି।
ସର୍ଭେ ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ୧୯୯୪-୯୫ରେ ଅର୍ଥ ମଞ୍ଜୁର ହୋଇଥିଲା।
୨୦୦୧ରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହି ପ୍ରକଳ୍ପ ପାଇଁ ପ୍ରାଥମିକ ଭାବେ ଆକଳନ ହୋଇଥିଲା ୧ ହଜାର କୋଟି ଟଙ୍କା। ପରେ ଏହା ୨ ହଜାର କୋଟି ଟଙ୍କାରେ ପହଞ୍ଚିଛି। ବଜେଟରେ ଅନୁଦାନ କମ ଯୋଗୁ ରେଳପଥର କାମ ୨୦ ବର୍ଷ ଧରି କଚ୍ଛପ ଗତିରେ ଚାଲିଥିଲା। ୩୦୬.୨୫ କିମି ରେଳପଥ ମଧ୍ୟରୁ ୧୧୨ କିମି ରେଳପଥ ନିର୍ମାଣ ହୋଇ ସାରିଛି ବୋଲି କୁହାଯାଉଛି। ଖୋର୍ଦ୍ଧା ରୋଡ(ଜଟଣୀ) ଠାରୁ ନୟାଗଡ଼ ଜିଲାର ନୂଆଗଁା ପର୍ଯ୍ୟନ୍ତ ମାତ୍ର ୮୬ କିମି ରେଳପଥ ନିର୍ମାଣ ହୋଇ ରେଳ ଚଳାଚଳ କରୁଛି। ବଲାଙ୍ଗୀର ପାର୍ଶ୍ୱରୁ ୨୬ କିମି ଏବଂ ଖୋର୍ଦ୍ଧା ଜିଲାର ଖୋର୍ଦ୍ଧା ରୋଡ ଠାରୁ ନୟାଗଡ଼ ଜିଲାର ନୂଆଗଁା ପର୍ଯ୍ୟନ୍ତ ୮୬ କିମି ରେଳପଥ ନିର୍ମାଣ ହୋଇଛି। ମୋଟ ରେଳପଥରେ ଖୋର୍ଦ୍ଧା ରୋଡ, ଖୋର୍ଦ୍ଧା ଟାଉନ ଷ୍ଟେଶନ, ବେଗୁନିଆ ଷ୍ଟେଶନ, ରାଜସୁନାଖଳା ଷ୍ଟେଶନ, ବୋଲଗଡ ଟାଉନ ପାସେଞ୍ଜର ହଲ୍ଟ, ବୋଲଗଡ଼ ରୋଡ ଷ୍ଟେଶନ, ନୟାଗଡ଼ ଟାଉନ ଷ୍ଟେଶନ, ମହିପୁର ଷ୍ଟେଶନ, ନୂଆଗଁା ଷ୍ଟେଶନ,ଦଶପଲ୍ଲା ଷ୍ଟେଶନ, ବୁଗୁଡା ଷ୍ଟେଶନ, ବାଣିଗୋଛା ଷ୍ଟେଶନ, ଅଧୋନିଗଡ ଷ୍ଟେଶନ, ଚାରିଛକ ଷ୍ଟେଶନ,ପୁରୁଣାକଟକ ଷ୍ଟେଶନ,ଚମ୍ପାପୁର ଷ୍ଟେଶନ,ବୌଦ୍ଧ ଷ୍ଟେଶନ,ଝାରସମୁଣ୍ଡା ଷ୍ଟେଶନ,ସୋନପୁର ଷ୍ଟେଶନ, ଝାରର୍ତ୍ତରଭା ଷ୍ଟେଶନ,ବିଛୁପଲ୍ଲୀ ଷ୍ଟେଶନ, ବଲାଙ୍ଗୀର ଷ୍ଟେଶନ ପଡୁଛି। ୨୦୧୫ -୧୬ ରେଳ ବଜେଟରେ ୪୬୮୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିରେ ଖୋର୍ଦ୍ଧା ରୋଡ ଠାରୁ ବେଗୁନିଆ ୩୬ କିମି ଓ ବେଗୁନିଆଠାରୁ ଦଶପଲ୍ଲା ୭୬ କିମି ରେଳପଥ ନିର୍ମାଣ କାମ ଚାଲିଥିଲା। ଜୁଲାଇ ୨୦୧୬ରେ ତତ୍କାଳୀନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଖୋର୍ଦ୍ଧା ରୋଡ ଠାରୁୁ ବେଗୁନିଆକୁ ରେଳଚଳାଚଳର ଶୁଭାରମ୍ଭ କରିଥିଲେ। ୨୦୧୭ ସୁଦ୍ଧା ନୟାଗଡ଼ ପର୍ଯ୍ୟନ୍ତ ରେଳପଥ କାମ ଶେଷ ହୋଇଥିଲା। ୨୦ ମାର୍ଚ୍ଚ ୨୦୧୭ରେ ବୋଲଗଡ଼ ରେଳ ଷ୍ଟେଶନ, ୧୯ ଜୁନ ୨୦୧୭ରେ ନୟାଗଡ ଟାଉନ ରେଳ ଷ୍ଟେଶନ ଉଦ୍‌ଘାଟିତ ହୋଇଛି। ୧୫ ଜାନୁୟାରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀରଠାରୁ ବିଛୁପଲ୍ଲୀ ଷ୍ଟେଶନ ପର୍ଯ୍ୟନ୍ତ ରେଳ ଚଳାଚଳ କରିବାର ଶୁଭାରମ୍ଭ କରିଥିଲେ। ୨୬ ଡିସେମ୍ବର ୨୦୧୯ରେ ମହିପୁର ରେଳ ଷ୍ଟେଶନ ଅନୁରୂପ ଭାବେ ଉଦ୍‌ଘାଟନ ହୋଇଛି। ୨୩ ମାର୍ଚ୍ଚ ୨୦୨୨ରେ ନୂଆଗଁାରେ ରେଳଷ୍ଟେଶନ ଉଦ୍‌ଘାଟିତ କରାଯାଇଛି। ଏହା ପରେ ନୂଆଗଁା ପର୍ଯ୍ୟନ୍ତ ରେଳ ଚଳାଚଳ କରିଛି। ତେବେ ଦଶପଲ୍ଲା ରେଳ ଷ୍ଟେଶନ ୨୦୨୩ ମାର୍ଚ୍ଚ ସୁଦ୍ଧା ଉଦ୍‌ଘାଟିତ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ। ତେବେ ଦଶପଲ୍ଲା ରେଳ ଷ୍ଟେଶନ ପୂର୍ବରୁ ଜାନିସାହି ରେଳପଥ କାମ ଚାଲୁ ରହିଛି। ପୁଣି ଗଣିଆ ମଧୁପୁର ରାସ୍ତାର ମଧୁପୁର ଓଭର ବ୍ରିଜର ସଂଯୋଗ ରାସ୍ତା ମାଟି ପୋତା ହୋଇନି। ପୁରୁଣା ଦଶପଲ୍ଲାରୁ ଦଶପଲ୍ଲା ଷ୍ଟେସନ କାମ ଚାଲୁ ରହିଛି। ମାଟି କାମ ଶେଷ ହୋଇ ନ ଥିବାବେଳେ ୧ମାସ ମଧ୍ୟରେ ରେଳ ଚଳାଚଳ ପାଇଁ ପରୀକ୍ଷଣ କାର୍ଯ୍ୟ କରିବା ଅସମ୍ଭବ ବୋଳି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣା: ପ୍ରତିବାଦ କଲା ଗଜପତି ବିଜେଡି

ଗଜପତି,୧୫।୪(ଗିରିଧାରୀ ପରିଛା): ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ବିଜେଡି ବିରୋଧ ପ୍ରଦର୍ଶନ କରିଛି। ମଙ୍ଗଳବାର ବଲାଙ୍ଗୀର ଜିଲା ପାଟଣାଗଡରେ ଗଜପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image