ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପେଟପୁରା ଖାଦ୍ୟ ନ ଦେଇ ଚାଉଳ ବଳକାଇ ଆତ୍ମସାତ କରୁଛି ସୟଂସେବା ଗ୍ରୁପ

କେସିଙ୍ଗା,୧୬.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଅଧମୁଣ୍ଡା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବାଳକ ବାଳିକା ଆଶ୍ରମରେ ଅନ୍ତେବାସୀଙ୍କୁ ମଧ୍ୟାହ୍ନ ଭୋଜନରେ ବ୍ୟାପକ ଦୁର୍ନୀତି ହେଉଥିବା ଜଣାପଡିଛି। ଏହି ଆଶ୍ରମରେ ଦୁର୍ନୀତି ଅନେକେ ଥର ହୋଇଥିବାରୁ ଜଣେ ପ୍ରଧାନ ଶିକ୍ଷକଙ୍କୁ ଭିଜିଲାନ୍ସ ଚଢାଉ କରି କୋର୍ଟ ଚାଲାଣ କରିଥିଲା ଏହି ଆଶ୍ରମରେ ଦୁଇଟି ମହିଳା ସୟଂ ସେବା ମହିଳା ଗ୍ରୁପକୁ ମଧ୍ୟାହ୍ନ ଓ ମେସର ଦାୟିତ୍ୱ ପୂର୍ବ ବିଜେଡି ଶାସନ କାଳରୁ କାର୍ଯ୍ୟ ତୁଲାଇବାକୁ ଆଦେଶ ଦିଆ ଯାଇଛି। ମଧ୍ୟାହ୍ନ ଭୋଜନର ଦାୟିତ୍ୱ ତୁଲାଇବାକୁ ମା ମଙ୍ଗଳା ମହିଳା ଗ୍ରୁପ ଏବଂ ହଷ୍ଟେଲର ମେସର କାର୍ଯ୍ୟ ତୁଲାଇବାକୁ ମା ମହାମୟୀ ଗ୍ରୁପକୁ କସମେଟିକ ସାମଗ୍ରୀ ଯୋଗାଇବା ପାଇଁ ଦୀର୍ଘ ଦିନରୁ ଦାୟିତ୍ୱ ଦିଆଯାଇଛି।

ଏହି ଆଶ୍ରମରେ ବ୍ୟାପକ ଦୁର୍ନୀତି ହୋଇ ଥିବାରୁ ଜଣେ ପ୍ରଧାନ ଶିକ୍ଷକଙ୍କୁ ଭିଜିଲାନ୍ସ ଚଢ଼ାଉ କରି କୋର୍ଟ ଚାଲାଣ କରାଯାଇ ଥିଲା। ଉକ୍ତ ଆଦିବାସୀ ଆଶ୍ରମରେ ବୁଧବାର ୨୪୫ଜଣ ଛତ୍ରୀଛାତ୍ର ଉପସ୍ଥିତ ଥିଲେ। ମଧ୍ୟାହ୍ନ ଭୋଜନ ବାବଦକୁ ୩୩ କେଜି ଚାଉଳ, ଡାଲି ୧୦କେଜି, ଅଣ୍ଡା ତରକାରୀ ରାନ୍ଧିବା କଥା, କିନ୍ତୁ ୧୬କେଜିଚାଉଳ ରନ୍ଧା ଯାଇଥିଲା। ବାକି ୧୭କେଜି ଚାଉଳ ରନ୍ଧା ଯାଇ ନ ଯାଇ ଆତ୍ମସାତ କରାଯାଇଛି। ନିମ୍ନ ମାନର ତରକାରୀ ସହ ସିଝା ଅଣ୍ଡା ଦିଆ ଯାଉଛି। ବାଳିକା ହଷ୍ଟେଲରେ ୭୧ ଜଣ ଛାତ୍ରୀ ଏବଂ ବାଳକ ହଷ୍ଟେଲ ୧୫୬ଜଣ ବାଳକଙ୍କୁ ରୋଷେଇ କରିବାପାଇଁ ମା ମହାମୟୀ ଗ୍ରୁପ କୁ ଦାୟିତ୍ୱ ଦିଆ ଯାଇଛି। ଉକ୍ତ ଆଶ୍ରମର ଅନ୍ତେବାସୀଙ୍କୁ ମେନୁ ହିସାବରେ ଖାଦ୍ୟ ଦିଆ ଯାଉନାହିଁ। ନିମ୍ନ ମାନର ତରକାରୀ,ପାଣିଆ ଡାଲି ଓ ଜଳଖିଆ ଦିଆ ଯାଉଛି।

ପ୍ରଧାନ ଶିକ୍ଷକ ମହିଳା ଗ୍ରୁପ କୁ ଠିକ ଭାବେ ମଧ୍ୟାହ୍ନ ଭୋଜନ ଦେବା ପାଇଁ କହିଲେ ମଧ୍ୟ କର୍ଣ୍ଣାପାତ କରୁ ନାହାନ୍ତି ,ପୂର୍ବ ବିଜେଡ଼ି ଶାସନ କାଳରେ ଯେଉଁ ଭଳି ମଧ୍ୟାହ୍ନ ଭୋଜନ ଯୋଗାଉଥିଲେ ,ସେହିପରି ରୋଷେଇ କରି ଆସୁ ଥିବାର ପ୍ରଧାନ ଶିକ୍ଷକ ପ୍ରକାଶ କରିଥିଲେ।ଏହି ଆଶ୍ରମରେ ବିଦ୍ୟୁତ କାଟ ହେଲେ ଦିନ ତମାମ ପାନୀୟଜଳର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଅନ୍ତେବାସୀ । ଏହି ଆଶ୍ରମରେ ୮ ଜଣ ଶିକ୍ଷକ ଓ ୪ଜଣ ଶିକ୍ଷୟତ୍ରୀ ଙ୍କୁ ନିଯୁକ୍ତି ଦିଆଯାଇଛି। ଏ ସଂକ୍ରାନ୍ତରେ ଉକ୍ତ ମହିଳା ଗ୍ରୁପ ର ସଭାନେତ୍ରୀ ସମ୍ପାଦିକାଙ୍କୁ ପଚାରିବାରୁ ପିଲାମାନେ ମଧ୍ୟାହ୍ନ ଖାଇବାକୁ ଇଛା ପ୍ରକାଶ କରୁ ନାହାନ୍ତି ବୋଲି କହିଥିଲେ। ଏ ନେଇ ଉକ୍ତ ଆଶ୍ରମର ପ୍ରଧାନ ଶିକ୍ଷକ ଶତ୍ରୁଜିତ ପତିଙ୍କୁ ପଚାରିବାରୁ ମୁଁ ବହୁବାର ଉକ୍ତ ଗ୍ରୁପର ସଭାନେତ୍ରୀ ଓ ସମ୍ପାଦିକା ଙ୍କୁ ଅଭିଯୋଗ କଲେ ମଧ୍ୟ ମୋ କଥା କୁ କର୍ଣ୍ଣାପାତ କରୁ ନାହାନ୍ତି,ମୁଁ ବିଇଓଙ୍କୁ ଲିଖିତ ଅଭିଯୋଗ କରିବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

ନୂଆବର୍ଷ ଆରମ୍ଭରୁ ଆମେରିକାକୁ ବଡ଼ ଝଟକା ଦେଲା ଏହି ୨ ଦେଶ, ଟ୍ରମ୍ପଙ୍କ ନିଦ ହଜିଲା…

ଓ୍ବାଶିଂଟନ୍‌,୧।୧: ନୂତନ ବର୍ଷର ପ୍ରଥମ ଦିନରେ ଆମେରିକା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଦୁଇଟି ଦେଶ ଆମେରିକୀୟ ନାଗରିକଙ୍କୁ...

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri