Categories: ଜାତୀୟ

୫ଟି ଆସନରେ ଗଣନା: ପଶ୍ଚିମବଙ୍ଗରେ ବାବୁଲ ସୁପ୍ରିଓ ଆଗରେ, କୋହ୍ଲାପୁରରେ ଲିଡ୍‌ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୬।୪: ଦେଶର ଗୋଟିଏ ଲୋକ ସଭା ଓ ୪ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଭୋଟ ଗଣନା ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି। ଦିନ ଦ୍ୱିପ୍ରହର ସୁଦ୍ଧା ପ୍ରାର୍ଥୀଙ୍କ ବିଜୟ ଏବଂ ପରାଜୟର ଚିତ୍ର ସ୍ପଷ୍ଟ ହୋଇଯିବ। ଏହିକ୍ରମରେ ଶନିବାର ପଶ୍ଚିମବଙ୍ଗରେ ଆସାନସୋଲ ଲୋକ ସଭା ଏବଂ ବାଲିଗୁଙ୍ଗ ବିଧାନସଭା ଉପ-ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ସକାଳ ୯ଟା ସୁଦ୍ଧା ପ୍ରଥମ ରାଉଣ୍ଡରେ ଗଣନା ଶେଷ ହୋଇଥିବା ବେଳେ ୨୧୭୦ ଖଣ୍ଡ ଭୋଟରେ ବାଲିଗୁଞ୍ଜର ଟିଏମ୍‌ସି ପ୍ରାର୍ଥୀ ବାବୁଲ ସୁପ୍ରିଓ ଆଗରେ ରହିଛନ୍ତି। ସେହପିରି ମହାରାଷ୍ଟ୍ର କୋହ୍ଲାପୁର ଉତ୍ତର ବିଧାନସଭା ଆସନ ପାଇଁ ଦ୍ୱିତୀୟ ରାଉଣ୍ଡ ଗଣନା ଶେଷ ହୋଇଛି। କଂଗ୍ରେସ ପ୍ରାର୍ଥୀ ଜୟଶ୍ରୀ ଯାଦବ ୫୫୧୫ଖଣ୍ଡ ଭୋଟ ପାଇ ଆଗରେ ଥିବା ବେଳେ ଭାଜପା ପ୍ରାର୍ଥୀ ସତ୍ୟଜିତ କଦମ ୨୫୧୩ ଖଣ୍ଡ ଭୋଟ ପଛରେ ରହିଛନ୍ତି। ମୁଜାଫରପୁର ଜିଲାର ବୋଚାହାନ ବିଧାନସଭା ଆସନରେ ମଧ୍ୟ ଭୋଟ ଗଣତି ଚାଲିଛି। ପ୍ରଥମ ରାଉଣ୍ଡରେ ଭାଜପା ପ୍ରାର୍ଥୀ ବେବି କୁମାରୀ ଆଗୁଆ ରହିଛନ୍ତି। ବେବି କୁମାରୀ ୨୯୮୮ ଭୋଟ ପାଇଥିବା ବେଳେ ଆର୍‌ଜେଡି ପ୍ରାର୍ଥୀ ୨୪୫୩ଖଣ୍ଡ ଭୋଟ ଏବଂ ଭିଆଇପି ପ୍ରାର୍ଥୀ ୯୮୪ ଭୋଟ ପାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,ପଶ୍ଚିମବଙ୍ଗର ଆସାନସୋଲ ଲୋକ ସଭା ଆସନ ବ୍ୟତୀତ, ବାଲିଗୁଙ୍ଗେ ବିଧାନସଭା ଆସନ, ଛତିଶଗଡ, ମହାରାଷ୍ଟ୍ର ଏବଂ ବିହାରର ଗୋଟିଏ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଏପ୍ରିଲ ୧୨ରେ ଭୋଟ ଗ୍ରହଣ ହୋଇଥିଲା।

Share