ଅପପ୍ରଚାର କରି ବନ୍ଧାହେଲେ ୧୬

ସମ୍ବଲପୁର,୩୦।୪(ବ୍ୟୁରୋ): ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପଥରମାଡ଼, ପୋଡ଼ାଜଳା, ଆକ୍ରମଣ ଭଳି ଘଟଣା ଘଟିଥିଲା। ଏପରି କି ଚନ୍ଦ୍ରଶେଖର ମିର୍ଦ୍ଧା ନାମକ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହାକୁ ନେଇ ଜିଲା ପ୍ରଶାସନ ଏପ୍ରିଲ ୧୩ରୁ ନେଟ୍‌ସେବା ବନ୍ଦ କରି ସହରରେ କର୍ଫ୍ୟୁ ଲଗାଇଥିଲା। ୧୦ଦିନ ପରେ ଏପ୍ରିଲ ୨୪ରେ ନେଟ୍‌ସେବା ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଥିଲା। ହେଲେ ପୋଲିସ ପକ୍ଷରୁ କଡା ତାଗିଦ କରାଯାଇଥିଲା। କିନ୍ତୁ ପୋଲିସକୁ ଭୟ ନ କରି ସାମାଜିକ ଗଣମାଧ୍ୟମରେ ସାମ୍ପ୍ରଦାୟିକ ଘଟଣାକୁ ନେଇ ବିଭିନ୍ନ ଅପପ୍ରଚାର ହେଉଛି। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋଟ ୧୬ଜଣଙ୍କୁ ବାନ୍ଧି ବ୍ୟକ୍ତିଗତ ମୁଚାଲିକାରେ ଥାନାରୁ ଜାମିନ ଦେଇଛି। ଏହାସହ ଦୁଇଟି ହ୍ବାଟ୍ସଆପ ଗ୍ରୁପ ଆଡ୍‌ମିନଙ୍କୁ ନୋଟିସ କରାଯାଇଛି। ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶନିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବାତୁଳା ଗଙ୍ଗାଧର ସୂଚନା ଦେଇଛନ୍ତି ା
ସେ ଆହୁରି କହିଛନ୍ତି, ଜନସାଧାରଣଙ୍କ ସୁବିଧା ପାଇଁ ମୋବାଇଲ ନେଟ୍‌ସେବା ଦିଆଯାଇଥିଲା। ସାମାଜିକ ଗଣମାଧ୍ୟମ ଫେସ୍‌ବୁକ, ହ୍ବାଟ୍ସଆପ, ଟୁଇଟର, ଇନ୍‌ଷ୍ଟାଗ୍ରାମ, ସ୍ନାପ୍‌ଚାର୍ଟ ଭଳି ପ୍ଲାଟଫର୍ମରେ ହିଂସା ସମ୍ବନ୍ଧୀୟ ପ୍ରଚାର ଉପରେ ରୋକ ଲଗାଯାଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଟୋଲ ଫ୍ରି ନମ୍ବର ସହ ପୋଲିସ ଅଧିକାରୀଙ୍କ ନମ୍ବର ସର୍ବସାଧାରଣ କରାଯାଇଛି। ଏହା ସତ୍ତ୍ୱେ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର ନେଇ ଦୁଇଟି ଗ୍ରୁପ ଆଡମିନଙ୍କ ସହ ୧୬ଜଣଙ୍କୁ ଥାନାକୁ ଆଣି ବ୍ୟକ୍ତିଗତ ଜମାନତରେ ଛାଡି ଦିଆଯାଇଛି। ଏଭଳି ଅପପ୍ରଚାର କଲେ ଆଗକୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ ସବୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ ନଜର ରଖିଛି ା ଏପ୍ରିଲ ୧୪ ତାରିଖ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୫୬ଜଣଙ୍କୁ ଗିରଫ କରିଛି। ସେହିପରି ଚନ୍ଦ୍ରଶେଖର ହତ୍ୟା ଘଟଣାରେ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ଏପ୍ରିଲ ୧୨ ତାରିଖ ବାଇକ୍‌ ଶୋଭାଯାତ୍ରା ସମୟରେ ଘଟିଥିବା ଘଟଣାରେ ପୋଲିସ ୩୮ଜଣଙ୍କୁ ଗିରଫ କରିଛି। ଏହିପରି ମୋଟ ଗିରଫ ସଂଖ୍ୟା ୧୦୨ରେ ପହଞ୍ଚତ୍ଛି। ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ଟାଉନ ଥାନା ଓ ଧନୁପାଲି ଥାନା ଅଞ୍ଚଳରେ ରାତ୍ର କର୍ଫ୍ୟୁ ବଳବତ୍ତର ରହିଛି। ଏହାକୁ ମଧ୍ୟ ଉଠାଇ ଦିଆଯାଇପାରେ ବୋଲି ଏସ୍‌ପି ଗଙ୍ଗାଧର କହିଥିଲେ। ସୂଚନାଯୋଗ୍ୟ, ହିଂସା ଘଟଣା ପରେ ସମ୍ବଲପୁର ଜିଲାରେ ନେଟ୍‌ସେବା ବନ୍ଦ କରାଯିବା ସହ କ୍ଷେତରାଜପୁର, ସଦର, ଧନୁପାଲି, ଅଇଁଠାପାଲି, ଟାଉନ ଥାନା, ବରେଇପାଲି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ପର୍ଯ୍ୟାୟକ୍ରମେ ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଠାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋପ୍ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ,୨୧।୪: ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ ଆମେରିକୀୟ ନେତା ପୋପ୍ ଫ୍ରାନ୍ସିସ ୮୮ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି। ଭାଟିକାନ ସୋମବାର ଏକ...

ଶଙ୍ଖଭବନରେ ସଭାପତିଙ୍କ ହାତକୁ ପଦ୍ମଫୁଲ ବଢ଼ାଇଦେଲେ ମୁନ୍ନା, ନବୀନ ଦେଲେ ଏମିତି ପ୍ରତିକ୍ରିୟା

ଭୁବନେଶ୍ୱର,୨୧।୪: ୱକଫ୍‌ ବିଲ୍‌କୁ ନେଇ ଦଳରେ ଉଠିବା ଥିବା ଝଡ ମଧ୍ୟରେ ନବୀନ ପଟ୍ଟନାୟକ ୯ମ ଥର ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହୋଇଛନ୍ତି।...

ଶପଥ ନେଲେ ଖେମୁଣ୍ଡି ଓକିଲ ସଂଘ କର୍ମକର୍ତ୍ତା

ଦିଗପହଣ୍ଡି,୨୧ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓକିଲ...

ଜଳ ସଂରକ୍ଷଣ

ଆମେ ଜାଣୁ ଯେ ଜଳ ହିଁ ଜୀବନ। ଜଳ ବିନା ମଣିଷ ବଞ୍ଚିବା ଅସମ୍ଭବ। ଆମ ସମସ୍ତଙ୍କ ଗୋଟିଏ ଧାରଣା ଧରାପୃଷ୍ଠ ଜଳମୟ। କିନ୍ତୁ ପୃଥିବୀର...

ସୁନୀତା ଉଇଲିୟମ୍ସଙ୍କ ସ୍ମରଣୀୟ ଅନ୍ତରୀକ୍ଷ ଯାତ୍ରା

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଉଇଲିୟମ୍‌ସ ୨୦୨୪ ମସିହା ଜୁନ୍‌ ୫ ତାରିଖ ଦିନ ଆମେରିକୀୟ କମ୍ପାନୀ ବୋଇଙ୍ଗର ‘ଷ୍ଟାରଲାଇନର୍‌’ ଅନ୍ତରୀକ୍ଷ ଯାନରେ...

“ଲଙ୍କାଗୁଣ୍ଡ ପକାଇ ବାନ୍ଧିଲେ, ତା’ପରେ ଛୁରୀରେ ହତ୍ୟା କଲେ”, କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା

ବେଙ୍ଗଲୁରୁ,୨୧।୪: କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସେ ଏପ୍ରିଲ ୨୦ ତାରିଖରେ ବେଙ୍ଗାଲୁରୁସ୍ଥିତ ନିଜ ଘରେ ମୃତ...

ଭାରତୀୟ ଇଞ୍ଜିନିୟରିଂର ଚମତ୍କାରିତା: ଚେନାବ ରେଳ ବ୍ରିଜ୍‌

ଭୁବନେଶ୍ୱର, ୨୦।୪(ଜିତେନ୍ଦ୍ର କୁମାର ନାୟକ): କଶ୍ମୀରରୁ କନ୍ୟାକୁମାରୀ। ଭାରତର ଭୌଗୋଳିକ ସ୍ଥିତିକୁ ଦେଖି ଅନେକେ ଏପରି କହିଥାଆନ୍ତି। ଦେଶର ଜୀବନରେଖା ଭାବେ ପରିଚିତ ଭାରତୀୟ ରେଳପଥ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ: ଧରାପଡ଼ିବା ଭୟରେ ବୋମା ପକାଇଲେ ଦୁର୍ବୃତ୍ତ

ଭବାନୀପାଟଣା,୨୧।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ ଉଦ୍ୟମ ହୋଇଛି। ଟଙ୍କା ଡିପୋଜିଟ କରିବାକୁ ୩ଜଣ କର୍ମଚାରୀ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image