Categories: ଖେଳ

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୦/୧୯

ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଟସ ଜିତିବା ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରଥମ ଇନିଂସରେ ୨୨୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ପ୍ରଥମ ଦିନର ଖେଳ ଶେଷ ପର୍ଯ୍ୟନ୍ତ କୌଣସି ଉଇକେଟ ନ ହରାଇ ୧୯ ରନ ସ୍କୋର କରିଥିଲା। ଭାରତୀୟ ଦଳ ବର୍ତ୍ତମାନ ବାଂଲାଦେଶ ସ୍କୋରଠାରୁ ୨୦୮ ରନ ପଛରେ ରହିଛି। ଲୋକେଶ ରାହୁଲ ୩ ଏବଂ ଶୁଭମାନ ଗିଲ ୧୪ ରନ ସ୍କୋର କରି ଖେଳୁଛନ୍ତି।
ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଭଲ ଆରମ୍ଭ କରିଥିଲା ଏବଂ ନାଜମୁଲ ହାସନ ଏବଂ ଜାକିର ପ୍ରଥମ ଉଇକେଟ ପାଇଁ ୩୯ ରନ ଯୋଡିଥିଲେ। ୧୨ ବର୍ଷ ପରେ ଟେଷ୍ଟକୁ ଫେରିଥିବା ଜୟଦେବ ଉନାଦକତ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ସେ ଜାକିର ହାସନଙ୍କୁ ଆଉଟ୍‌ କରିଥିଲେ। ତୃତୀୟ ଉଇକେଟ ପାଇଁ ମୋମିନୁଲ ହକ୍‌ ଏବଂ ଅଧିନାୟକ ଶାକିବ ୪୩ ରନ ଭାଗିଦାରୀ କରିଥିଲେ। ଉମେଶ ଯାଦବ ଶାକିବଙ୍କୁ ଆଉଟ୍‌ କରି ଏହି ସହଭାଗିତା ଭାଙ୍ଗିଥିଲେ। ଏହା ପରେ ବାଂଲାଦେଶ ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ଚାଲିଥିଲା।
ମୋମିନୁଲ ଗୋଟିଏ ପଟରେ ଦୃଢ ଭାବରେ ଛିଡା ହୋଇଥିଲେ, କିନ୍ତୁ ଅନ୍ୟ ପଟରୁ ଉଇକେଟ ପଡିଥିଲା। ମୋମିନୁଲ ହକ ବାଂଲାଦେଶ ପାଇଁ ସର୍ବାଧିକ ୮୪ ରନ ସଂଗ୍ରହ କରିଥିଲେ। ୨୬ ରନ ସ୍କୋର କରିଥିବା ମୁଶଫିକୁର ରହିମ ଦଳର ଦ୍ୱିତୀୟ ସଫଳ ବ୍ୟାଟ୍ସମ୍ୟାନ ଥିଲେ। ଭାରତ ପାଇଁ ଉମେଶ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ୱିନ ପ୍ରତ୍ୟେକ ଚାରିଟି ଲେଖାଏ ଉଇକେଟ ନେଇଥିଲେ। ଏଥି ସହ ଜୟଦେବ ଉନାଦକତ ଦୁଇଟି ଉଇକେଟ ନେଇଥିଲେ। ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ଆଠ ଓଭରରେ କୌଣସି ଉଇକେଟ ନ ହରାଇ ୧୯ ରନ ସଂଗ୍ରହ କରିଥିଲା।

Share